ଟିକା ଚୁକ୍ତିରେ ଅନିୟମିତତା ଅଭିଯୋଗ, ବ୍ରାଜିଲ ସହିତ ଚୁକ୍ତି ରଦ୍ଦ କଲା ଭାରତ ବାୟୋଟେକ

ନୂଆଦିଲ୍ଲୀ: ଭାରତ ବାୟୋଟେକର କୋଭାକ୍ସିନ ଟିକା କିଣିବ ବୋଲି ବ୍ରାଜିଲ ସରକାର ସହିତ ହୋଇଥିବା ଚୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ବ୍ରାଜିଲ ସରକାର ଏବେ ଏହି ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଦୁର୍ନୀତିର ଅଭିଯୋଗ ଆସିଥିବାରୁ ହାଇଦ୍ରାବାଦର ଏହି ଟିକା କମ୍ପାନୀ ବ୍ରାଜିଲ ସହିତ ଚୁକ୍ତି ବାତିଲ୍ କରିଛି। ବ୍ରାଜିଲର Precisa Medicamentos ଏବଂ Envixia Pharmaceuticals ସହିତ କୋଭାକ୍ସିନ କାରବାର କରିବାର ଥିଲା। Precisa Medicamentos ହେଉଛି ବ୍ରାଜିଲର ଏକ ଫାର୍ମା କମ୍ପାନୀ। […]

brazil-covaxin

brazil-covaxin

Subhransu Sekhar
  • Published: Saturday, 24 July 2021
  • Updated: 24 July 2021, 09:08 AM IST

Sports

Latest News

ନୂଆଦିଲ୍ଲୀ: ଭାରତ ବାୟୋଟେକର କୋଭାକ୍ସିନ ଟିକା କିଣିବ ବୋଲି ବ୍ରାଜିଲ ସରକାର ସହିତ ହୋଇଥିବା ଚୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ବ୍ରାଜିଲ ସରକାର ଏବେ ଏହି ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଦୁର୍ନୀତିର ଅଭିଯୋଗ ଆସିଥିବାରୁ ହାଇଦ୍ରାବାଦର ଏହି ଟିକା କମ୍ପାନୀ ବ୍ରାଜିଲ ସହିତ ଚୁକ୍ତି ବାତିଲ୍ କରିଛି।

ବ୍ରାଜିଲର Precisa Medicamentos ଏବଂ Envixia Pharmaceuticals ସହିତ କୋଭାକ୍ସିନ କାରବାର କରିବାର ଥିଲା। Precisa Medicamentos ହେଉଛି ବ୍ରାଜିଲର ଏକ ଫାର୍ମା କମ୍ପାନୀ। ଭାରତ ବାୟୋଟେକର ସହଯୋଗରେ ଏହି କମ୍ପାନୀ ବ୍ରାଜିଲରେ ଟିକାକରଣ ବାବଦରେ ସରକାରଙ୍କୁ ସହଯୋଗ କରୁଥିଲା। ଭାରତ ବାୟୋଟେକ ଶୁକ୍ରବାର କହିଛି ଯେ ଅନିୟମିତତା ଅଭିଯୋଗ ଆସିବା ପରେ ଆମେ ଚୁକ୍ତି ପ୍ରକ୍ରିୟାକୁ ରଦ୍ଦ କରିଦେଇଛୁ।

ଭାରତ ବାୟୋଟେକ ଏବଂ ବ୍ରାଜିଲ ସହିତ ଟିକା ନେଇ ଚୁକ୍ତି ହେବା ପରେ ବ୍ରାଜିଲକୁ କୋଭାକ୍ସିନ ଟିକା ଯାଇ ପାରିନଥିଲା। କାରଣ ବ୍ରାଜିଲର ଜାତୀୟ ସ୍ୱାସ୍ଥ୍ୟ ମନିଟରିଂ ଏଜେନ୍ସି (ANVISA) ଏହି ଟିକା ପାଇଁ ଆମଦାନୀ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା।

ଭାରତ ବାୟୋଟେକ ପାଖରୁ ୨ କେଟି ଟିକା ନେବେ ବୋଲି ଫେବୃଆରୀରୁ ଚୁକ୍ତି କରିଥିଲେ ବ୍ରାଜିଲ ସରକାର। ଏଥିପାଇଁ ବ୍ରାଜିଲ ୨୪୦୯ କୋଟି ଟଙ୍କା ଭାରତ ବାୟୋଟେକକୁ ଦେବ ବୋଲି ଚୁକ୍ତି ହୋଇଥିଲା। କମ୍ପାନୀ କହିଛି ଭାରତ ବାହାରେ କୋଭାକ୍ସିନର ଡୋଜ ପିଛା ଦାମ ୧୫ରୁ ୨୦ ଡଲାର ରହିଛି। ବ୍ରାଜିଲ ଡୋଜ ପିଛା ୧୫ ଡଲାରରେ ନେବ ବୋଲି ସ୍ଥିର ହୋଇଥିଲା।

ଭାରତ ବାୟୋଟେକ ପାଖରୁ ୨ କେଟି ଟିକା ନେବେ ବୋଲି ଫେବୃଆରୀରୁ ଚୁକ୍ତି କରିଥିଲେ ବ୍ରାଜିଲ ସରକାର। ଏଥିପାଇଁ ବ୍ରାଜିଲ ୨୪୦୯ କୋଟି ଟଙ୍କା ଭାରତ ବାୟୋଟେକକୁ ଦେବ ବୋଲି ଚୁକ୍ତି ହୋଇଥିଲା। କମ୍ପାନୀ କହିଛି ଭାରତ ବାହାରେ କୋଭାକ୍ସିନର ଡୋଜ ପିଛା ଦାମ ୧୫ରୁ ୨୦ ଡଲାର ରହିଛି। ବ୍ରାଜିଲ ଡୋଜ ପିଛା ୧୫ ଡଲାରରେ ନେବ ବୋଲି ସ୍ଥିର ହୋଇଥିଲା।

ତେବେ ବ୍ରାଜିଲ ସରକାର କୋଭାକ୍ସିନ ଟିକାକୁ ଅଧିକ ଦାମରେ କିଣୁଥିବା ନେଇ ଅଭିଯୋଗ ହୋଇଛି। ଏଥିପାଇଁ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲ୍ସୋନାରେଙ୍କୁ ଦାୟୀ କରାଯାଇଛି। ବ୍ରାଜିଲର ଜଣେ ସିନେଟର (ସାଂସଦ) ଜାୟର ବୋଲ୍ସୋନରଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ ଆଣିବା ପରେ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos