ଭାରତ ବାୟୋଟେକର ନାଜାଲ କରୋନା ଟିକାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଦେଶକୁ ମିଳିଛି ବଡ଼ ଅସ୍ତ୍ର। ଏଣିକି କରୋନାକୁ ମାତ ଦେବ ନାଜାଲ ଟିକା। ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ବିରୋଧୀ ନାଜାଲ ଟିକା ବା ନାକରେ ପଡ଼ୁଥିବା ଟିକାକୁ ଆଜି ଭାରତ ସରକାର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ପ୍ରଥମଥର ପାଇଁ ଦେଶରେ କୌଣସି ନାଜାଲ କରୋନା ଟିକାକୁ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇଛି। ଏହାର ଅର୍ଥ ଆଉ ଲୋକଙ୍କୁ ଇଞ୍ଜେକସନ ଦ୍ୱାରା କରୋନା ଟିକା ନେବାକୁ […]

corona

  • Published: Tuesday, 06 September 2022
  • , Updated: 06 September 2022, 03:38 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଦେଶକୁ ମିଳିଛି ବଡ଼ ଅସ୍ତ୍ର। ଏଣିକି କରୋନାକୁ ମାତ ଦେବ ନାଜାଲ ଟିକା। ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ବିରୋଧୀ ନାଜାଲ ଟିକା ବା ନାକରେ ପଡ଼ୁଥିବା ଟିକାକୁ ଆଜି ଭାରତ ସରକାର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି।

ପ୍ରଥମଥର ପାଇଁ ଦେଶରେ କୌଣସି ନାଜାଲ କରୋନା ଟିକାକୁ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇଛି। ଏହାର ଅର୍ଥ ଆଉ ଲୋକଙ୍କୁ ଇଞ୍ଜେକସନ ଦ୍ୱାରା କରୋନା ଟିକା ନେବାକୁ ପଡ଼ିବ ନାହିଁ। ସେମାନେ ସାଧାରଣ ଟିକା ଭଳି ନାକରେ କରୋନା ଟିକା ନେଇ ପାରିବେ। ତେବେ ପ୍ରାଥମିକ ଅବସ୍ଥାରେ ଏହି ଟିକାକୁ କେବଳ ପ୍ରାପ୍ତ ବୟସ୍କମାନେ ହିଁ ନେଇ ପାରିବେ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏ ସମ୍ପର୍କରେ ଟ୍ୱିଟ କରି କହିଛନ୍ତି ଯେ କୋଭିଡ-୧୯ ବିରୋଧୀ ଲଢ଼େଇକୁ ବଡ଼ ବୁଷ୍ଟର ମିଳିଛି। ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା ChAd36-SARS-CoV-S କୋଭିଡ ୧୯ ନାଜାଲ ଟିକାକୁ ଅନୁମିତ ମିଳିଛି। ଏବେ ଏହି ଟିକାକୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ। ଏହି ପଦକ୍ଷେପ କରୋନା ବିରୋଧରେ ଆମେ ମିଳିତ ଭାବେ କରୁଥିବା ଲଢ଼େଇକୁ ଅଧିକ ବଳ ଦେବାରେ ସହାୟକ ହେବ ବୋଲି ସେ କେହିଛନ୍ତି।


ଫେବୃଆରୀ ମାସରେ ମୁମ୍ବାଇ ଭିତ୍ତିକ ଗ୍ଲେନମାର୍କ ଭାରତରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଗୋଟିଏ ନାଜାଲ ସ୍ପ୍ରେ ବାହାର କରିଥିଲା। SaNOtize ମିଶି ପ୍ରାପ୍ତ ବୟସ୍କଙ୍କ ପାଇଁ ଏହି ସ୍ପ୍ରେକୁ ବିକଶିତ କରାଯାଇଥିଲା। କମ୍ପାନୀକୁ ଉତ୍ପାଦନ ଓ ମାର୍କେଟିଂ ପାଇଁ ଡିସିଜିଆଇ ଅନୁମତି ଦେଇଥିଲା। ହେଲେ ପ୍ରଥମଥର ପାଇଁ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା ନାଜାଲ କରୋନା ଟିକାକୁ ବ୍ୟବହାର ପାଇଁ ଅନୁମତି ମିଳିଛି।

Related story