ବେଙ୍ଗଲରେ ମମତା ବନାମ ପ୍ରିୟଙ୍କା

କୋଲକାତା: ମମତାଙ୍କୁ ଟକ୍କର ଦେବେ ପ୍ରିୟଙ୍କା। ପଶ୍ଚିମବଙ୍ଗ ଭବାନୀପୁର ବିଧାନସଭାରେ ମମତା ବାନାର୍ଜୀଙ୍କୁ ଚେକ୍‌ ଦେବାକୁ ମହିଳା ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି ବିଜେପି। ଦିଦିଙ୍କ ବିରୋଧରେ ଏଥର ବିଜେପି ପ୍ରିୟଙ୍କା ଟିବରେୱାଲଙ୍କୁ ଠିଆ କରିଛି। ଭବାନୀପୁର ଆସନରୁ ବିଜେପି ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରିଛି। ଏନେଇ ଦଳ ପକ୍ଷରୁ ଘୋଷଣା ହୋଇଛି। ବିଜେପିର ଟାଣୁଆ ନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରିୟଙ୍କା। ବିଜେପିର ଏହି ୪୧ ବର୍ଷୀୟ ପ୍ରାର୍ଥୀ ଜଣକ ପେଶାରେ ଜଣେ ଓକିଲ। ସେ ଉଭୟ କୋଲକାତା […]

priyanka and Mamata

Madhupriya Mistry
  • Published: Friday, 10 September 2021
  • , Updated: 10 September 2021, 01:09 PM IST

କୋଲକାତା: ମମତାଙ୍କୁ ଟକ୍କର ଦେବେ ପ୍ରିୟଙ୍କା। ପଶ୍ଚିମବଙ୍ଗ ଭବାନୀପୁର ବିଧାନସଭାରେ ମମତା ବାନାର୍ଜୀଙ୍କୁ ଚେକ୍‌ ଦେବାକୁ ମହିଳା ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି ବିଜେପି। ଦିଦିଙ୍କ ବିରୋଧରେ ଏଥର ବିଜେପି ପ୍ରିୟଙ୍କା ଟିବରେୱାଲଙ୍କୁ ଠିଆ କରିଛି। ଭବାନୀପୁର ଆସନରୁ ବିଜେପି ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରିଛି। ଏନେଇ ଦଳ ପକ୍ଷରୁ ଘୋଷଣା ହୋଇଛି।

ବିଜେପିର ଟାଣୁଆ ନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରିୟଙ୍କା। ବିଜେପିର ଏହି ୪୧ ବର୍ଷୀୟ ପ୍ରାର୍ଥୀ ଜଣକ ପେଶାରେ ଜଣେ ଓକିଲ। ସେ ଉଭୟ କୋଲକାତା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ଓକିଲ। ସେ ବିଜେପି ନେତା ବାବୁଲ ସୁପ୍ରିୟୋଙ୍କ ଆଇନ୍‌ ପରାମର୍ଶଦାତା ମଧ୍ୟ ରହିସାରିଛନ୍ତି। ସେ ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ନେଇ ଲଗାତର ଭାବେ ଶାସକ ଦଳକୁ ଘେରିଛନ୍ତି । ୨୦୧୫ରେ ସେ କୋଲକାତା ନଗର ପରିଷଦ ନିର୍ବାଚନ ଲଢିଥିଲେ। ସେ ଦଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ସମ୍ଭାଳିଛନ୍ତି । ବିଜେପି ତାଙ୍କୁ ଦଳର ଯୁବମୋର୍ଚ୍ଚାର ରାଜ୍ୟ ଉପାଧ୍ୟକ୍ଷ ମଧ୍ୟ କରିଥିଲା। ସେ ୨୦୧୪ରେ ବିଜେପିରେ ଯୋଗ ଦେଇଥିଲେ।

ଭବାନୀପୁରର ପ୍ରାର୍ଥୀ ହୋଇଛନ୍ତି ଟିଏମସି ନେତ୍ରୀ ମମତା ବାନାର୍ଜୀ । ସେପ୍ଟେମ୍ବର ୩୦ରେ ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ମମତା ଆଜି ଭବାନୀପୁର ଆସନରୁ ନାମାଙ୍କନପତ୍ର ଦାଖଲ କରିବେ।

ପୂର୍ବରୁ ମମତା ଭବାନୀପୁରରୁ ଦୁଇଥର ନିର୍ବାଚନ ​​ଜିତିଛନ୍ତି। ତାଙ୍କ ଆସନ ବଜାୟ ରଖିବା ପାଇଁ ଏହି ଉପ-ନିର୍ବାଚନରେ ​​ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜୟୀ ହେବା ଦରକାର। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କୁ ନନ୍ଦିଗ୍ରାମ ଆସନରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହା ସତ୍ତ୍ୱେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ମମତା ବାନାର୍ଜୀ ବର୍ତ୍ତମାନ ବିଧାନସଭା ସଦସ୍ୟ ନୁହଁନ୍ତି। ସେପଟେ କଂଗ୍ରେସ ମମତାଙ୍କ ସମର୍ଥନରେ ଭବାନୀପୁରରୁ ପ୍ରାର୍ଥୀ ଘୋଷଣା କରିନାହିଁ।

https://twitter.com/ANI/status/1436213454218559490?s=20

Related story