ରହିବା ପାଇଁ ସବୁଠୁ ଭଲ ରାଜଧାନୀ ଭିତରେ ଭୁବନେଶ୍ୱର, ହେଲେ ରୋଜଗାର କରିବା କାଠିକର

ନୂଆଦିଲ୍ଲୀ: ଯେଉଁ ରାଜ୍ୟର ରାଜଧାନୀ ଯେତେ ବିକଶିତ ସେହି ରାଜ୍ୟ ସେତେ ବିକାଶଶୀଳ ବୋଲି ଗୋଟିଏ ସଙ୍କେତ ରହିଛି। ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭାଇରନମେଣ୍ଟ (ସିଏସଇ) ଦ୍ୱାରା ଜାରି ହୋଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି। ସିଏସଇ ଜାରି କରିଥିବା ଇଜ୍ ଅଫ୍ ଲିଭିଂ ଇଣ୍ଡେକ୍ସ ୨୦୨୦ର ରିପୋର୍ଟ ଜାରି କରିଛି। ଏହି ରିପୋର୍ଟରେ ରହିବା ପାଇଁ ସବୁଠୁ ଭଲ ସହର ମଧ୍ୟରେ ଭୁବନେଶ୍ୱର ସ୍ଥାନ ପାଇଛି। ଶୀର୍ଷ ୫ଟି ରାଜଧାନୀ ଭିତରେ ବେଙ୍ଗାଲୁରୁ ସର୍ବାଗ୍ରେ ରହିଥିବା […]

BHUBANESWAR

BHUBANESWAR

Subhransu Sekhar
  • Published: Saturday, 19 June 2021
  • Updated: 19 June 2021, 04:38 PM IST

Sports

Latest News

ନୂଆଦିଲ୍ଲୀ: ଯେଉଁ ରାଜ୍ୟର ରାଜଧାନୀ ଯେତେ ବିକଶିତ ସେହି ରାଜ୍ୟ ସେତେ ବିକାଶଶୀଳ ବୋଲି ଗୋଟିଏ ସଙ୍କେତ ରହିଛି। ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭାଇରନମେଣ୍ଟ (ସିଏସଇ) ଦ୍ୱାରା ଜାରି ହୋଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି। ସିଏସଇ ଜାରି କରିଥିବା ଇଜ୍ ଅଫ୍ ଲିଭିଂ ଇଣ୍ଡେକ୍ସ ୨୦୨୦ର ରିପୋର୍ଟ ଜାରି କରିଛି। ଏହି ରିପୋର୍ଟରେ ରହିବା ପାଇଁ ସବୁଠୁ ଭଲ ସହର ମଧ୍ୟରେ ଭୁବନେଶ୍ୱର ସ୍ଥାନ ପାଇଛି। ଶୀର୍ଷ ୫ଟି ରାଜଧାନୀ ଭିତରେ ବେଙ୍ଗାଲୁରୁ ସର୍ବାଗ୍ରେ ରହିଥିବା ବେଳେ ଏହାପରେ ଚେନ୍ନାଇ, ଶିମଲା, ଭୁବନେଶ୍ୱର ଏବଂ ପରେ ମୁମ୍ୱାଇ ରହିଛି। ଯାହାକି ଭୁବନେଶ୍ୱରବାସୀଙ୍କ ପାଇଁ ଖୁସି ଖବର।

ହେଲେ ରାଜଧାନୀ ଦିଲ୍ଲୀରେ ଯେଉଁମାନେ ରହୁଛନ୍ତି ଏବଂ ସେଠିକାର ସରକାରଙ୍କ ପାଇଁ ଏହି ରିପୋର୍ଟ ନିଶ୍ଚିତ ଭାବରେ ଚିନ୍ତା କରିବାର ବିଷୟ। କାହିଁକି ଅନ୍ୟ ରାଜ୍ୟର ରାଜଧାନୀ ଦିଲ୍ଲୀ ତୁଳନାରେ ରହିବା ପାଇଁ ଭଲ ତାହା ଏବେ କେଜ୍ରିଓ୍ୱାଲ ସରକାର ପାଇଁ ଚିନ୍ତା କରିବାର ସମୟ ଆସିଯାଇଛି। ତେବେ ସିଏସଇ ଏହି ସର୍ଭେ କରିବା ବେଳେ ଜଣେ ଲୋକଙ୍କ ମତ ଅନୁଯାୟୀ ରାଜଧାନୀ ଦିଲ୍ଲୀ ଦେଶର ସବୁଠୁ ଖରାପ ସହର ବୋଲି କହିଛନ୍ତି।

ଏହି ସର୍ଭେ କରିବା ବେଳେ ମୁଖ୍ୟତଃ ଏହି ଚାରୋଟି ପାରାମିଟର ଉପରେ ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭାଇରନମେଣ୍ଟ ଗୁରୁତ୍ୱ ଦିଏ। ରାଜଧାନୀରେ ରହୁଥିବା ଲୋକଙ୍କ ପାଇଁ ବଞ୍ଚିବାର ସୁଗମତା, ଜୀବନର ମାନ, ରୋଜଗାର କରିବାର ସୁଗମତା, ନିରନ୍ତର ବିକାଶ ଏବଂ ନାଗରିକଙ୍କ ଧାରଣାକୁ ଆଧାର କରି ବିଭିନ୍ନ ରାଜ୍ୟର ରାଜଧାନୀକୁ ନମ୍ୱର ଦିଆଯାଏ।

ସମସ୍ତ ଚାରୋଟି ପାରାମିଟରକୁ ପ୍ରଥମ ତିନୋଟି ପାରାମିଟରରେ ଦିଲ୍ଲୀ ୫୦ ରୁ ୬୦ ମଧ୍ୟରେ ଏବଂ ନାଗରିକଙ୍କ ଧାରଣା ସର୍ଭେରେ ୬୯.୪ ମଧ୍ୟରେ ସ୍କୋର କରିଥିଲା। ଏହାର ତୁଳନାରେ ଭୁବନେଶ୍ୱର ନାଗରିକଙ୍କ ଧାରଣା ସ୍କୋର ୯୪.୮ ଏବଂ ଜୟପୁର ୮୭.୧ ମାର୍କ ପାଇଛି।

ବେଙ୍ଗାଲୁରୁ ପରେ ଚେନ୍ନାଇକୁ ଦ୍ୱିତୀୟ ଶ୍ରେଷ୍ଠ ସହର ଭାବରେ ସ୍ଥାନିତ କରାଯାଇଛି। ସିଏସ୍ଇ ରିପୋର୍ଟ ଅନୁଯାୟୀ, ରୋଜଗାର ସମ୍ଭାବନା ଦୃଷ୍ଟିରୁ କେବଳ ବେଙ୍ଗାଲୁରୁକୁ ଭଲ ଭାବରେ ବିବେଚନା କରାଯାଇଛି। ଏହି ସର୍ଭେରେ ବେଙ୍ଗାଲୁରୁକୁ ୧୦୦ରୁ ୭୮.୮ ଦିଆଯାଇଛି। ଏହା ବ୍ୟତୀତ ଅନ୍ୟ ଚାରିଟି ରାଜ୍ୟ ରାଜଧାନୀ (ଚେନ୍ନାଇ, ମୁମ୍ବାଇ, ଦିଲ୍ଲୀ ଏବଂ ହାଇଦ୍ରାବାଦ) ରୋଜଗାର କ୍ଷେତ୍ରରେ ମଧ୍ୟମ ଶ୍ରେଣୀରେ ସ୍ଥାନିତ ହୋଇଛି। ଅନ୍ୟ ସମସ୍ତେ ୧୦୦ ରୁ ୩୦ ସ୍କୋରରୁ କମ୍ ପାଇଛନ୍ତି।

ରୋଜଗାର ଦିଗରେ ଭୁବନେଶ୍ୱର ରେଡ୍ ଜୋନ୍

ଭୁବନେଶ୍ୱରରେ ବଞ୍ଚିବା ୫୯.୮୫ ପ୍ରତିଶତ ସହଜ ରହିଛି। ସେହିପରି ଗୁଣାତ୍ମକ ଜୀବନରେ ୫୧.୭୯ ପ୍ରତିଶତ, ରୋଜଗାର କରିବାର କ୍ଷମତା ୧୧.୫୭ (ରେଡ୍ ଜୋନ୍) ଏବଂ ସ୍ଥିରତାରେ ୫୭.୭୭ ଏବଂ ନାଗରିକଙ୍କ ଧାରଣା ୯୪.୮ ରହିଛି। ଏହି ସବୁ ମୂଲ୍ୟାୟନ ମୋଟ୍ ୧୦୦ ମାର୍କରୁ ରହିଛି।

ତେବେ ଭୁବନେଶ୍ୱରରେ ରୋଜଗାର କରିବାର କ୍ଷମତା ସବୁଠୁ ଖରାପ ରହିଛି। ମୋଟ୍ ୧୦ଟି ରାଜ୍ୟର ରାଜଧାନୀ ମଧ୍ୟରୁ ୬ଟି ରାଜଧାନୀରେ ମୋଟ୍ ୧୦୦ରୁ ୩୦ ନମ୍ୱର ତଳେ ରହିଥିବା ସ୍ଥାନରେ ରହିଛି ଭୁବନେଶ୍ୱର। ସବୁଠୁ ଖରାପ ଭିତରେ ରାଜସ୍ଥାନର ରାଜଧାନୀ ଜୟପୁର ୧୦.୪୯ ରହିଥିବା ବେଳେ ଏହା ଉପରେ ରାୟପୁର ୧୧.୭୩, ଭୁବନେଶ୍ୱର ୧୧.୫୭, ଭୋପାଳ ୧୪.୦୧, ଗାନ୍ଧୀନଗର ୧୫.୧୨ ଏବଂ ଶିମଲା ୨୩.୩୯ ରହିଛି।

ସିଏସଇର ମହାନିର୍ଦ୍ଦେଶକ ସୁନୀତା ନାରାୟଣ କହିଛନ୍ତି ଯେ ଦେଶର ସହର କ୍ଷେତ୍ରରେ ତଥ୍ୟ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ସେମାନଙ୍କ ମଧ୍ୟରେ ବିକାଶର ଦିଗ ଅସ୍ଥିର ରହିଛି। ସମସ୍ତ ରାଜ୍ୟ ଏବଂ ସେମାନଙ୍କ ସହର ବିକଶିତ ଏବଂ ସ୍ମାର୍ଟ ହେବା ପାଇଁ ଆହୁରି ବହୁତ ଦୂର ଯିବାକୁ ପଡ଼ିବ। ରାଜ୍ୟ ରାଜଧାନୀ ତୁଳନାରେ ଦେଶର ରାଜଧାନୀ ଦିଲ୍ଲୀ ତୁଳନାରେ ଅନେକ କିଛି କରିବାକୁ ହେବ।

ସୂଚନାଯୋଗ୍ୟ, ପ୍ରଥମ ଥର ପାଇଁ ୨୦୧୮ରେ ଏପରି ରିପୋର୍ଟ ପ୍ରକାଶ ପାଇଥିଲା। ଏହାପରେ ଦ୍ୱିତୀୟ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ପ୍ରଥମ ତୁଳନାରେ ଦ୍ୱିତୀୟରେ ଅନେକ ପରିବର୍ତ୍ତନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos