ଜିତିନ ପ୍ରସାଦଙ୍କୁ କାହିଁକି କଂଗ୍ରେସରୁ ଆମଦାନୀ କରିଛି ବିଜେପି

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭାର ପୂର୍ବତନ ସାଂସଦ ଜିତିନ ପ୍ରସାଦ ଏବେ ବିଜେପିରେ ମିଶିଛନ୍ତି। ଆଜି ଦିଲ୍ଲୀ ମୁଖ୍ୟାଳୟରେ ଜିତିନ ପ୍ରସାଦ ପଦ୍ମ ଧରିଛନ୍ତି। ଉତ୍ତର ପ୍ରଦେଶରେ ଜିତିନ ପ୍ରସାଦଙ୍କ ଦବଦବା ବେଶ ରହିଛି। ଆସନ୍ତା ବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ହିଁ ବିଜେପି ଜିତିନଙ୍କୁ କଂଗ୍ରେସରୁ ଆଣି ନିଜର ଶକ୍ତି ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଇ କରୋନାକୁ ଠିକ୍‌ ଭାବେ ନିୟନ୍ତ୍ରଣ କରିପାରି ନଥିବାରୁ ତାଙ୍କ […]

Jitin-Prasad

Hemant Lenka
  • Published: Wednesday, 09 June 2021
  • , Updated: 09 June 2021, 03:55 PM IST

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭାର ପୂର୍ବତନ ସାଂସଦ ଜିତିନ ପ୍ରସାଦ ଏବେ ବିଜେପିରେ ମିଶିଛନ୍ତି। ଆଜି ଦିଲ୍ଲୀ ମୁଖ୍ୟାଳୟରେ ଜିତିନ ପ୍ରସାଦ ପଦ୍ମ ଧରିଛନ୍ତି। ଉତ୍ତର ପ୍ରଦେଶରେ ଜିତିନ ପ୍ରସାଦଙ୍କ ଦବଦବା ବେଶ ରହିଛି। ଆସନ୍ତା ବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ହିଁ ବିଜେପି ଜିତିନଙ୍କୁ କଂଗ୍ରେସରୁ ଆଣି ନିଜର ଶକ୍ତି ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଇ କରୋନାକୁ ଠିକ୍‌ ଭାବେ ନିୟନ୍ତ୍ରଣ କରିପାରି ନଥିବାରୁ ତାଙ୍କ ଉପରେ ଅଧିକାଂଶ ରାଜ୍ୟବାସୀ ଖପ୍ପା ହୋଇଛନ୍ତି। ବିଜେପିର ଛବି ମଧ୍ୟ ଦିନକୁ ଦିନ ମଳିନ ପଡ଼ିବାରେ ଲାଗିଛି। ଏହାର ପ୍ରମାଣ ଉତ୍ତର ପ୍ରଦେଶ ପଞ୍ଚାୟତ ନିର୍ବାଚନରୁ ଜଣାପଡ଼ିଛି।

ଏବେ ବିଭିନ୍ନ ସଂପ୍ରଦାୟ ଓ ନିର୍ବାଚନ ମଣ୍ଡଳୀରେ ନିଜର ଛବି ସୁଧାରିବା ପାଇଁ ବିଜେପି ଅଲଗା ଦଳରୁ ନେତାମାନ ଆମଦାନୀ କରିବା ଆରମ୍ଭ କରିଛି। ଏହିକ୍ରମରେ ଉତ୍ତର ପ୍ରଦେଶର ଧାଉରାହରା ଲୋକସଭାର ପୂର୍ବତନ ସାଂସଦ ଜିତିନଙ୍କୁ ବିଜେପି ନିଜ ସହ ସାମିଲ କରିଛି। ଜିତିନ ହେଉଛନ୍ତି ଜଣେ ବ୍ରାହ୍ମଣ ନେତା। ସେ ଦଳକୁ ଆସିଥିବାରୁ ତାଙ୍କ କାନ୍ଧରେ ବନ୍ଧୁକ ରଖି ବ୍ରାହ୍ମଣ ସଂପ୍ରଦାୟର ଭୋଟ ବିଜେପି ନିଜ ହାତକୁ ଆଣିବାକୁ ଲକ୍ଷ୍ୟ ରଖିଛି।

ରାଜ୍ୟର ମୋଟ ଜନସଂଖ୍ୟାରୁ ପ୍ରାୟ ୧୦% ଲୋକ ହେଉଛନ୍ତି ବ୍ରାହ୍ମଣ। ଏମାନେ ୮୦ ଦଶକରୁ ବିଜେପିର ସମର୍ଥକ ଭାବେ ଜଣାଶୁଣା। ବିଏସ୍‌ପି ସୁପ୍ରିମୋ ମାୟାବତୀ ନିଜର ରାଜନୀତିକ ମାଇଲେଜ ହାସଲ କରିବା ପାଇଁ ‘ତିଳକ, ତରାଜୁ ଓ ତଲୱାର’ ନାରା ଆରମ୍ଭ କରିଥିଲେ। ଏହି ୩ ଗୋଷ୍ଠୀର ଲୋକଙ୍କ ବିରୋଧରେ ମାୟାବତୀ ସ୍ଲୋଗାନ ଦେଇଥିବାରୁ ସେମାନେ ବିଜେପିକୁ ସମର୍ଥନ କରିବା ଆରମ୍ଭ କରିଥିଲେ।

କିନ୍ତୁ ବିଜେପି ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବାରୁ ଦଳ ଉପରେ ବ୍ରାହ୍ମଣ ସଂପ୍ରଦାୟର ଲୋକ ଅସନ୍ତୁଷ୍ଟ ହୋଇଛନ୍ତି। କାରଣ ଯୋଗୀ ଠାକୁର ଜାତିର। ଆସନ୍ତାବର୍ଷ ନିର୍ବାଚନରେ ମଧ୍ୟ ଯୋଗୀ ହିଁ ନେତୃତ୍ୱ ନେବେ ବୋଲି ବିଜେପି କହିଛି। ତେଣୁ ନିର୍ବାଚନ ବେଳେ ବ୍ରାହ୍ମଣ ଜାତିର ଲୋକମାନେ ପଦ୍ମ ଦଳ ବିରୋଧରେ ମତ ଦେଇପାରନ୍ତି।

ଏହାକୁ ଦୃଷ୍ଟିରେ ରଖି ବିଜେପି ନୂଆ ଗୋଟି ଚାଳନା କରିଥିବା କୁହାଯାଉଛି। ବ୍ରାହ୍ମଣମାନଙ୍କୁ ଚେକ୍‌ମେଟ୍‌ କରିବାକୁ ଦଳ ଜିତିନ ପ୍ରସାଦଙ୍କୁ ବ୍ୟବହାର କରିବ। ଏଥିସହ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତ୍ୟନ୍ତ ଘନିଷ୍ଠ ପୂର୍ବତନ ପ୍ରଶାସନିକ ଅଧିକାରୀ ଏକେ ଶର୍ମାଙ୍କୁ ମଧ୍ୟ ଦଳ ଉତ୍ତର ପ୍ରଦେଶ ପଠାଇଛି। ସେ ବି ବ୍ରାହ୍ମଣ। ଏମାନଙ୍କ ଦ୍ୱାରା ବ୍ରାହ୍ମଣ ଜାତିର ଲୋକଙ୍କୁ ବିଜେପି ନିଜ ଆଡ଼କୁ ଆଣିବାକୁ ଲକ୍ଷ୍ୟ ରଖିଛି।

Related story