କୋଲକାତା ହିଂସା: ଆହତ ବିଜେପି କାଉନସିଲରଙ୍କୁ ଭେଟିଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ

କୋଲକାତା: କୋଲକାତା ଗସ୍ତ କରି ଆହତ ହୋଇଥିବା ବିଜେପି କାଉନସିଲରଙ୍କୁ ଭେଟିଛି ବିଜେପିର ୫ ଜଣିଆ ଫ୍ୟାକ୍ଟ୍ ଫାଇଣ୍ଡିଂ ଟିମ । ବିଜେପିର ନବାନ ଚଲୋ ରାଲି ବେଳେ ପୁଲିସ ମାଡରେ ଆହତ ହୋଇଥିବା କର୍ମୀ ଏବଂ ବିଜେପି କାଉନସିଲରଙ୍କୁ ମେଡିକାଲରେ ଭେଟିବା ସହ ସେମାନଙ୍କ କଥା ପଚାରି ବୁଝିଛନ୍ତି।  ବିଜେପି ନେତା ରାଜ୍ୟବର୍ଦ୍ଦନ ସିଂ ରାଠୋର, ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ନେତା ସମୀର ଓରାମ , ବିଜେପି ନେତା ସୁନୀଲ ଝାକର ଏହି […]

BJP

BJP

Tapas Behera
  • Published: Saturday, 17 September 2022
  • Updated: 17 September 2022, 07:26 PM IST

Sports

Latest News

କୋଲକାତା: କୋଲକାତା ଗସ୍ତ କରି ଆହତ ହୋଇଥିବା ବିଜେପି କାଉନସିଲରଙ୍କୁ ଭେଟିଛି ବିଜେପିର ୫ ଜଣିଆ ଫ୍ୟାକ୍ଟ୍ ଫାଇଣ୍ଡିଂ ଟିମ । ବିଜେପିର ନବାନ ଚଲୋ ରାଲି ବେଳେ ପୁଲିସ ମାଡରେ ଆହତ ହୋଇଥିବା କର୍ମୀ ଏବଂ ବିଜେପି କାଉନସିଲରଙ୍କୁ ମେଡିକାଲରେ ଭେଟିବା ସହ ସେମାନଙ୍କ କଥା ପଚାରି ବୁଝିଛନ୍ତି।  ବିଜେପି ନେତା ରାଜ୍ୟବର୍ଦ୍ଦନ ସିଂ ରାଠୋର, ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ନେତା ସମୀର ଓରାମ , ବିଜେପି ନେତା ସୁନୀଲ ଝାକର ଏହି କମିଟିରେ ସାମିଲ ହୋଇଛନ୍ତି। ଟିଏମସି ପଶ୍ଚିମବଙ୍ଗରେ ଅରାଜକତା ଚଳାଉଛି। ଆଉ ନବାନ୍ନ ରାଲି ବେଳେ ଯାହା ଉପୁଜିଲ୍ଲା ତାହା ହିଁ ସ୍ପଷ୍ଟ ପରିଚୟ ବୋଲି କହିଛି ବିଜେପି। ମମତା ସରକାରଙ୍କ ଭ୍ରଷ୍ଟାଚାର ପ୍ରତିବାଦରେ ସାରା ରାଜ୍ୟରୁ ବିଜେପି ନେତା ଓ କର୍ମୀମାନେ ନବାନ୍ନ ଅଭିଯାନ (ସଚିବାଳୟକୁ ଶୋଭାଯାତ୍ରା) କରିଥିଲେ ।

ତେବେ ସେମାନଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକାଯାଇଥିଲା । ଏହି ସମୟରେ ପୁଲିସ ଓ ବିଜେପି କର୍ମୀମାନଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ସହିତ ବ୍ୟାପକ ହିଂସା ଉପୁଜିଥିଲା। ରାସ୍ତା ରଣକ୍ଷେତ୍ର ପାଲଟି ଯାଇଥିଲା। ପୁଲିସ ପାଣି ତୋପ, ଲୁହବୁହା ଗ୍ୟାସ ପ୍ରୟୋଗ ସହିତ ଲାଠିମାଡ଼ କରିଥିଲା। ଏଥିରେ ଅନେକ ବିଜେପି କର୍ମୀ ଓ ସମର୍ଥକ ଆହତ ହୋଇଥିଲେ । ପ୍ରଦର୍ଶନକାରୀ ପୁଲିସ ଗାଡ଼ିରେ ନିଆଁ ମଧ୍ୟ ଲଗାଇଦେଇଥିଲେ | ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, “ସେପ୍ଟେମ୍ବର ୧୩ ର ରାଲି ପାଇଁ ବିଜେପି ପଶ୍ଚିମବଙ୍ଗ ବାହାରୁ ଗୁଣ୍ଡାମାନଙ୍କୁ ଆଣିଥିଲା | ସେମାନେ ବୋମା ମଧ୍ୟ ଆଣିଥିଲେ |

ବିଜେପିର ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ ଗୁଳି ଚଳାଇ ପାରିଥାନ୍ତା । କିନ୍ତୁ ସରକାର ସଂଯମତା ଅବଲମ୍ବନ କରିଥିଲେ । କଲିକତା ହାଇକୋର୍ଟ ମଧ୍ୟ ନବାନ୍ନ ଅଭିଯାନ ସମୟରେ ହୋଇଥିବା ହିଂସା ସମ୍ପର୍କରେ ରାଜ୍ୟ ଗୃହ ସଚିବଙ୍କଠାରୁ ରିପୋର୍ଟ ମାଗିଛନ୍ତି। ରିପୋର୍ଟ ଦାଖଲ କରିବାକୁ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ କୋର୍ଟ ସମୟ ଦେଇଛନ୍ତି। ଏହି ଘଟଣାର ଭିଡିଓ ସେୟାର କରି ତୃଣମୂଳ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀ ଟ୍ୱିଟ କରି କହିଛନ୍ତି ଯେ କେବଳ ପଶ୍ଚିମବଙ୍ଗ ନୁହେଁ ସମଗ୍ର ଦେଶ ଦେଖିଛି ଯେ ବିଜେପି ଗୁଣ୍ଡା ଆମ ରାଜ୍ୟରେ କଣ କରୁଛନ୍ତି । ଆମେ ଭାବୁଛୁ ଯେ ଏହି ଲୋକମାନେ ଯଦି କ୍ଷମତାକୁ ଆସିଯିବେ ତେବେ କଣ ସବୁ ନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos