‍ଫିଫା ବିଶ୍ୱକପକୁ ବୟକଟ ପାଇଁ ଆହ୍ୱାନ ଦେଲେ ବିଜେପି ନେତା

ନୂଆଦିଲ୍ଲୀ: କତାରରେ ଚାଲିଥିବା ପୁରୁଷ ଫିଫା ଫୁଟବଲ ବିଶ୍ୱକପକୁ ନେଇ ବିବାଦ ଥମିବାର ନାଁ ଧରୁନି। ପୂର୍ବରୁ ବିୟର ବିକ୍ରି, ସମଲିଙ୍ଗୀ ସମ୍ପର୍କ ଓ ସାମ୍ବାଦିକଙ୍କୁ ଦୁର୍ବ୍ୟବହାରକୁ ନେଇ ଉଭୟ ଫିଫା ଓ କତାର ବିବାଦ ମଧ୍ୟକୁ ଆସିଥିଲେ। ଏବେ ଭାରତ ଭିତରୁ ଫିଫା ଫୁଟବଲ ବିଶ୍ୱକପ ବିରୋଧରେ ସ୍ୱର ଉଠିଛି। ଆୟୋଜକ ଦେଶ କତାର ଓ ଫିଫା ଏହି ବିଶ୍ୱସ୍ତରୀୟ ଇଭେଣ୍ଟକୁ ବିବାଦୀୟ ଇସଲାମ ଧର୍ମର ପ୍ରଚାରକ ଜାକିର ନାଏକଙ୍କୁ ନିମନ୍ତ୍ରଣ କରିଥିବାରୁ ବିଜେପିର ଜଣେ […]

zakir-naik

  • Published: Tuesday, 22 November 2022
  • , Updated: 22 November 2022, 05:46 PM IST

ନୂଆଦିଲ୍ଲୀ: କତାରରେ ଚାଲିଥିବା ପୁରୁଷ ଫିଫା ଫୁଟବଲ ବିଶ୍ୱକପକୁ ନେଇ ବିବାଦ ଥମିବାର ନାଁ ଧରୁନି। ପୂର୍ବରୁ ବିୟର ବିକ୍ରି, ସମଲିଙ୍ଗୀ ସମ୍ପର୍କ ଓ ସାମ୍ବାଦିକଙ୍କୁ ଦୁର୍ବ୍ୟବହାରକୁ ନେଇ ଉଭୟ ଫିଫା ଓ କତାର ବିବାଦ ମଧ୍ୟକୁ ଆସିଥିଲେ। ଏବେ ଭାରତ ଭିତରୁ ଫିଫା ଫୁଟବଲ ବିଶ୍ୱକପ ବିରୋଧରେ ସ୍ୱର ଉଠିଛି।

ଆୟୋଜକ ଦେଶ କତାର ଓ ଫିଫା ଏହି ବିଶ୍ୱସ୍ତରୀୟ ଇଭେଣ୍ଟକୁ ବିବାଦୀୟ ଇସଲାମ ଧର୍ମର ପ୍ରଚାରକ ଜାକିର ନାଏକଙ୍କୁ ନିମନ୍ତ୍ରଣ କରିଥିବାରୁ ବିଜେପିର ଜଣେ ନେତା ଏହାକୁ ବିରୋଧ କରିଛନ୍ତି। ଏଥିପାଇଁ ସେ ଭାରତ ସରକାର, ଇଣ୍ଡିଆନ ଫୁଟବଲ ଆସୋସିଏସନ ଓ କତାର ଯାଉଥିବା ଭାରତୀୟଙ୍କୁ ଫିଫା ବିଶ୍ୱକପକୁ ବୟକଟ କରିବା ପାଇଁ ଅନୁରୋଧ କରିଛନ୍ତି।

କତାରରେ ଫିଫା ଫୁଟବଲ ବିଶ୍ୱକପ ଚାଲିଥିବା ବେଳେ ଜାକିର ନାଏକଙ୍କୁ ଇସଲାମ ଧର୍ମର ପ୍ରଚାର ପାଇଁ ନିମନ୍ତ୍ରଣ କରାଯାଇଛି। ଭାରତ ତାଙ୍କୁ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଉଥିବା ପଳାତକ ଘୋଷଣା କରିଛି। ତଥାପି କତାର ଗୋଟିଏ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମକୁ ଜାକିରଙ୍କୁ ଡାକିଥିବାରୁ ଏହା ଗୋଆ ବିଜେପିର ମୁଖପାତ୍ର ସାଭିଓ ରୋଡ୍ରିଗସ୍‌ ବିରୋଧ କରିଛନ୍ତି।

ଗୋଟିଏ ବିବୃତିରେ ସାଭିଓ କହିଛନ୍ତି, ଯେତେବେଳେ ପୂରା ବିଶ୍ୱ ଆତଙ୍କବାଦ ବିରୋଧରେ ଲଢ଼ୁଛି ସେତେବେଳେ ଜାକିର ଭଳି ଲୋକଙ୍କୁ ପ୍ଲାଟଫର୍ମ ଯୋଗାଇ ଦେବା ଆଦୌ ଗ୍ରହଣୀୟ ନୁହେଁ। ଏପରି କରି ଜଣେ ଟେରର ସିମ୍ପାଥାଇଜରକୁ ଘୃଣାର ପ୍ରଚାର ପାଇଁ ଅନୁମତି ଦେବା ସହ ସମାନ।

ଫିଫା ବିଶ୍ୱକପ ଗୋଟିଏ ବିଶ୍ୱସ୍ତରୀୟ ଇଭେଣ୍ଟ। ଏହାକୁ ଦେଖିବା ପାଇଁ ସାରା ବିଶ୍ୱରୁ ଲୋକ ଆସିବା ସହ କୋଟିକୋଟି ଲୋକ ଟିଭି ଓ ଇଣ୍ଟରନେଟରେ ମ୍ୟାଚ୍‌ର ମଜା ଉଠାଇ ଥାଆନ୍ତି। ଏପରି ସ୍ଥିତିରେ ଜାକିର ନାଏକଙ୍କୁ ନିମନ୍ତ୍ରଣ କରିବାର ଅର୍ଥ ଜଣେ ଆତଙ୍କବାଦୀକୁ ମୌଳବାଦୀ ଚିନ୍ତାଧାରା ଓ ଘୃଣା ସୃଷ୍ଟି କରିବା ପାଇଁ ଅନୁମତି ଦେବା ସହ ସମାନ।

ତେଣୁ ଦେଶବାସୀ ଓ ବିଦେଶରେ ରହୁଥିବା ଲୋକମାନେ ଆତଙ୍କବାଦ ବିରୋଧୀ ଲଢ଼େଇକୁ ସମର୍ଥନ କରି ଫିଫା ବିଶ୍ୱକପକୁ ବୟକଟ କରିବା ଦରକାର। ଭାରତରେ ଜାକିର ନାଏକ ଇସଲାମିକ ମୌଳବାଦୀ ଓ ଘୃଣାର ପ୍ରଚାର କରୁଥିଲେ। ସେ ଜଣେ ଆତଙ୍କବାଦୀ ଠାରୁ କମ ନୁହନ୍ତି ବୋଲି ସାଭିଓ କହିଛନ୍ତି।

ସେ ଆହୁରି କହିଛନ୍ତି, “ଜାକିର ନାଏ ଭାରତରେ ମୋଷ୍ଟ ୱାଣ୍ଟେଡ। ତା’ ନାଁରେ ମନି ଲଣ୍ଡରିଂ ଓ ଘୃଣା ବୟାନ ପାଇଁ ମାମଲା ରୁଜୁ କରାଯାଇଛି। ସେ ଜଣେ ଟେରର ସିମ୍ପାଥାଇଜର ବା ସପକ୍ଷବାଦୀ। ସେ ଜଣେ ଆତଙ୍କବାଦୀ ଠାରୁ କମ ନୁହେଁ। ସେ ଖୋଲାଖୋଲି ଭାବେ ଓସାମା ବିନ ଲାଡେନର ସମର୍ଥନ କରୁଛି।”

ଚଳିତ ବର୍ଷ ମାସରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାକିର ନାଏକ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଆଇଆରଏଫକୁ ବେଆଇନ ସଂଗଠନ ଭାବେ ଘୋଷଣା କରିଥିଲା ଓ ୫ ବର୍ଷ ପାଇଁ ଏହାକୁ ବ୍ୟାନ କରାଯାଇଛି। ଆଇଆରଏଫର ସଦସ୍ୟ ଓ ସମର୍ଥକଙ୍କୁ ଗୁଜରାଟ, ଓଡ଼ିଶା, କର୍ଣ୍ଣାଟକା, ଜମ୍ମୁ-କଶ୍ମୀର, ଝାରଖଣ୍ଡ, କେରଳ ଓ ମହାରାଷ୍ଟ୍ରରୁ ଚିହ୍ନଟ କରାଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଥିଲା।

Related story