ମେଟ୍ରୋ ମ୍ୟାନ୍‌ଙ୍କୁ କେରଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କଲା ବିଜେପି

କୋଚି: କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ବିଜେପି ତା’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। ମେଟ୍ରୋ ମ୍ୟାନ୍‌ ଭାବେ ସାରା ଦେଶରେ ଖ୍ୟାତି ଅର୍ଜନ କରିଥିବା ଇ ଶ୍ରୀଧରନ କେରଳରେ ବିଜେପି ଜିତିଲେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଆଜି ବିଜେପିର ରାଜ୍ୟ ମୁଖ୍ୟ କେ ସୁରେନ୍ଦ୍ରନ ସର୍ବସମ୍ମୁଖରେ ଘୋଷଣା କରିଛନ୍ତି। ଦିଲ୍ଲୀ ମେଟ୍ରୋର ନକ୍ସା ପ୍ରସ୍ତୁତ କରିଥିବା ଶ୍ରୀଧରନ ଫେବୃଆରୀ ୨୫ରେ ବିଧିବଦ୍ଧ ଭାବେ ବିଜେପିରେ ମିଶିଥିଲେ। ୮୮ […]

sreedharan

Hemant Lenka
  • Published: Thursday, 04 March 2021
  • , Updated: 04 March 2021, 05:34 PM IST

କୋଚି: କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ବିଜେପି ତା’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। ମେଟ୍ରୋ ମ୍ୟାନ୍‌ ଭାବେ ସାରା ଦେଶରେ ଖ୍ୟାତି ଅର୍ଜନ କରିଥିବା ଇ ଶ୍ରୀଧରନ କେରଳରେ ବିଜେପି ଜିତିଲେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଆଜି ବିଜେପିର ରାଜ୍ୟ ମୁଖ୍ୟ କେ ସୁରେନ୍ଦ୍ରନ ସର୍ବସମ୍ମୁଖରେ ଘୋଷଣା କରିଛନ୍ତି।

ଦିଲ୍ଲୀ ମେଟ୍ରୋର ନକ୍ସା ପ୍ରସ୍ତୁତ କରିଥିବା ଶ୍ରୀଧରନ ଫେବୃଆରୀ ୨୫ରେ ବିଧିବଦ୍ଧ ଭାବେ ବିଜେପିରେ ମିଶିଥିଲେ। ୮୮ ବର୍ଷୀୟ ଶ୍ରୀଧରନ କେରଳରେ ବିଜେପି ଗଠନ କରିଥିବା ୧୬ ଜଣିଆ ନିର୍ବାଚନ କମିଟିର ସଦସ୍ୟ ମଧ୍ୟ ରହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଟିକେଟ୍‌ ଦେବନାହିଁ ବୋଲି କହିଥିଲା। ଏଥିପାଇଁ ଦୁଇ ବରିଷ୍ଠ ନେତା ଏଲକେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀ ନିର୍ବାଚନ ଲଢ଼ି ନଥିଲେ। ହେଲେ କେରଳ ବିଧାନସଭା ନିର୍ବାଚନରେ ଦଳ ନିଜର ନିଷ୍ପତ୍ତି ବଦଳାଇଛି।

ଶ୍ରୀଧରନଙ୍କୁ ୮୮ ବର୍ଷ ବୟସ ହୋଇଥିଲେ ହେଁ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଏହାର ଅର୍ଥ ସେ ମଧ୍ୟ ବିଧାନସଭା ନିର୍ବାଚନ ଲଢ଼ିବେ। ୧୪୦ ଆସନ ବିଶିଷ୍ଟ କେବଳ ବିଧାନସଭା ପାଇଁ ଏପ୍ରିଲ ୬ରେ ଭୋଟିଂ ହେବ। ୨୦୨୧ ବିଧାନସଭା ନିର୍ବାଚନ ପାଇଁ ବୁଥ ସଂଖ୍ୟା ୨୧,୪୯୮ରୁ ୪୦,୭୭୧ କରାଯାଇଛି। ମେ’ ୨ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କେରଳର ୧୪ତମ ବିଧାନସଭାର କାର୍ଯ୍ୟକାଳ ୨୦୨୧ ଜୁନ୍‌ ୧ରେ ଶେଷ ହେବ।

Related story