ନାଇଟ୍‌ କ୍ଲବ୍‌ରେ ରାହୁଲ ଗାନ୍ଧି, ଘେରିଲା ବିଜେପି

ନୂଆଦିଲ୍ଲୀ: ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସକୁ ନେଇ ଚର୍ଚ୍ଚା ଥମୁନି। ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି। କେତେବେଳେ ରାଜନୀତିରେ ବିଫଳତାକୁ ନେଇ ତ ଆଉ କେତେବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ। ଏବେ ପୁଣି ଥରେ ନୂଆ ବିବାଦ ଭିତରେ ଫଶିଛନ୍ତି କଂଗ୍ରେସ ସାଂସଦ। ସୋମବାର ବିଳମ୍ବିତ ରାତି। ନେପାଳର କାଠମାଣ୍ଡୁର ଏକ ନାଇଟ୍‌ କ୍ଲବରେ ଥିଲା ଖଚାଖଚ ଭିଡ। ଆଉ ଭିଡ ଭିତରେ ନଜର ଆସିଥିଲେ କଂଗ୍ରେସ ସାଂସଦ ରାହୁଲ […]

Rahul in pub

Rahul in pub

Madhupriya Mistry
  • Published: Tuesday, 03 May 2022
  • Updated: 03 May 2022, 12:15 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସକୁ ନେଇ ଚର୍ଚ୍ଚା ଥମୁନି। ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି। କେତେବେଳେ ରାଜନୀତିରେ ବିଫଳତାକୁ ନେଇ ତ ଆଉ କେତେବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ। ଏବେ ପୁଣି ଥରେ ନୂଆ ବିବାଦ ଭିତରେ ଫଶିଛନ୍ତି କଂଗ୍ରେସ ସାଂସଦ।

ସୋମବାର ବିଳମ୍ବିତ ରାତି। ନେପାଳର କାଠମାଣ୍ଡୁର ଏକ ନାଇଟ୍‌ କ୍ଲବରେ ଥିଲା ଖଚାଖଚ ଭିଡ। ଆଉ ଭିଡ ଭିତରେ ନଜର ଆସିଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ସର୍ବଦା ଧଳା ରଙ୍ଗର କୁର୍ତା ପାଇଜାମା ପିନ୍ଧୁଥିବା ରାହୁଲ ନାଇଟ୍‌ କ୍ଲବ୍‌ ଭିତରେ ବ୍ଲ୍ୟୁ ଟିସାର୍ଟ ଆଉ ଜିନ୍ସରେ ଆସିଥିଲେ ନଜର । ଆଉ ତାଙ୍କ ପାଖରେ ଥିଲା ମଦ ବୋତଲ। ନାଇଟ କ୍ଲବ ପବରେ ରାହୁଲଙ୍କୁ ଜଣେ ନେପାଳି ବାନ୍ଧବୀଙ୍କ ସହ ଦେଖିବାକୁ ମିଳିଛି । ତାଙ୍କ ଆଖପାଖରେ ଥିବା ଲୋକେ ନାଚ ଗୀତରେ ଥିଲେ ମସଗୁଲ। ସେପଟେ ମ୍ୟୁଜିକ୍‌ର ଜୋରଦାର ଶବ୍ଦ ଭିତରେ ମଧ୍ୟ ରାହୁଲ କିନ୍ତୁ ନିଜ ଫୋନ୍‌ରେ ବ୍ୟସ୍ତ ଥିଲେ। ପବ୍‌ ଭିତରେ ରାହୁଲ ଗାନ୍ଧିଙ୍କ ଏହି ଭିଡିଓ ଏବେ ସାମ୍ନାକୁ ଆସିଛି।

ବିଜେପି ଏହି ଭିଡିଓକୁ ଶେଆର କରି ପୁଣି ଥରେ ରାହୁଲ ଗାନ୍ଧିଙ୍କୁ ଘେରିଛି। କଡାଭାଷାରେ ତାଙ୍କୁ ସମାଲୋଚନା କରିଛି। ବିଜେପି ମୁଖପାତ୍ର ଶହଜାଦ ପୁନାବାଲା କହିଛନ୍ତି, 'ରାହୁଲ ଗାନ୍ଧି ଯାହା କରୁଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ମାମଲା। କିନ୍ତୁ ଯେତେବେଳେ ରାଜସ୍ଥାନର ଯୋଧପୁରରେ ହିଂସା ଘଟୁଛି, ରାଜସ୍ଥାନରେ କଂଗ୍ରେସ ସରକାର ଥାଇ ରାଜସ୍ଥାନ ଜଳି ଯାଉଛି, ସେତେବେଳେ ରାହୁଲ ଏହା ଉପରେ ଚିନ୍ତା ପ୍ରକଟ କରିବା ପରିବର୍ତ୍ତେ ନେପାଳର ଏକ ନାଇଟ୍ କ୍ଲବରେ ପାର୍ଟି କରୁଥିବା ଦେଖିବାକୁ ମିଳିଛି।

https://twitter.com/KapilMishra_IND/status/1521344592230359040?s=20&t=bwelZcwv7SzliZ1OZ3mwdg

ପୁନାୱାଲା ଆହୁରି କହିଛନ୍ତି, 'କଂଗ୍ରେସ ଦଳ ଶେଷ ହେବାକୁ ବସିଲାଣି, କିନ୍ତୁ ରାହୁଲ ଗାନ୍ଧୀଙ୍କ ପାର୍ଟି ବଜାୟ ରହିଛି। ସେ ରାଜନୀତିରେ ଆଦୌ ଗମ୍ଭୀର ନୁହଁନ୍ତି। ଯେତେବେଳେ ତାଙ୍କ ଦଳ ଏବଂ ଦେଶର ଲୋକମାନଙ୍କୁ ତାଙ୍କର ଆବଶ୍ୟକ ରହିଛି, ସେତେବେଳେ ସେ ନେପାଳରେ ବସି ପାର୍ଟି କରୁଛନ୍ତି।'

ସେପଟେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ରାହୁଲ ଗାନ୍ଧିଙ୍କ ଏହି ଭିଡିଓକୁ ଶେଆର କରି ତାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, 'ଭେକେସନ୍‌, ପାର୍ଟି, ହଲିଡେ, ପ୍ଲେଜର ଟ୍ରିପ୍‌, ପ୍ରାଇଭେଟ୍‌ ଫରେନ୍‌ ଭିଜିଟ୍‌ ଟ୍ରିପ୍‌ ଆଦି ଏବେ ଦେଶ ପାଇଁ କୌଣସି ନୂଆ କଥା ନୁହେଁ।'

ବିଜେପି ସୋଶାଲ ମିଡିଆରେ ଇନ୍‌ଚାର୍ଜ ଅମିତ ମାଲଭିଅ ମଧ୍ୟ ଟ୍ୱିଟ୍ କରି କହିଛନ୍ତି, 'ମୁମ୍ବାଇ ଉପରେ ଆକ୍ରମଣ ବେଳେ ମଧ୍ୟ ରାହୁଲ ଗାନ୍ଧୀ ନାଇଟ୍ କ୍ଲବ୍‌ରେ ଥିଲେ। ବର୍ତ୍ତମାନ ତାଙ୍କ ଦଳ ସଙ୍କଟରେ ଥିବା ସମୟରେ ସେ ମଧ୍ୟ ନାଇଟ୍ କ୍ଲବରେ ଅଛନ୍ତି। ତାଙ୍କ ମଧ୍ୟରେ ନିରନ୍ତରତା ଅଛି।'

ସୂଚନା ମୁତାବକ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ତିନି ଦିନିଆ ବ୍ୟକ୍ତିଗତ ନେପାଳ ଗସ୍ତରେ ଯାଇଛନ୍ତି। ନେପାଳ ଗସ୍ତ ବେଳେ ସେଠାକାର ଏକ ପବ୍‌ ଭିତରେ ରାହୁଲ ସ୍ପଟ୍‌ ହୋଇଛନ୍ତି, ଯାହାର ଭିଡିଓ ସାମ୍ନାକୁ ଆସିଛି। କୁହାଯାଉଛି ଯେ, ଏହି ଭିଡିଓଟି ନେପାଳର ନାଇଟ୍‌ କ୍ଲବ Lord of the Drinks, ଭିତରର ଅଟେ। ରାହୁଲ ଗାନ୍ଧୀ ସୋମବାର ନେପାଳ ରାଜଧାନୀରେ ମାରିଓଟ ହୋଟେଲରେ ତାଙ୍କ ସାମ୍ବାଦିକ ବନ୍ଧୁ ସୁମ୍ନିମା ଉଦାସଙ୍କ ବିବାହରେ ଯୋଗ ଦେବାକୁ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos