ପୌର ନିର୍ବାଚନରେ ବିଜେପିର ବଡ଼ ବିଜୟ, ଛାପ ଛାଡ଼ିଲା ଆପ

ସୁରତ: ଗୁଜରାଟ ପୌର ନିର୍ବାଚନରେ ଜବରଦସ୍ତ ପ୍ରଦର୍ଶନ କରିଛି କ୍ଷମତାସୀନ ବିଜେପି। ଏକାପାଖିଆ ଭାବେ ବିଜେପି ନିର୍ବାଚନରେ ବାଜିମାତ କରି ସମସ୍ତ ୬ଟି ଯାକ ମହାନଗର ନିଗମ ନିଜ ଦଖଲକୁ ନେଇଛି। ୫୭୬ଟି ଆସନରୁ ଏଯାଏ ପ୍ରକାଶ ପାଇଥିବା ଫଳାଫଳ ଅନୁଯାୟୀ ବିଜେପି ୪୪୯ଟିରେ ଜିତିଛି। ଏବେ ବି କିଛି ନିର୍ବାଚନ ମଣ୍ଡଳୀରେ ଭୋଟ ଗଣତି ଜାରି ରହିଛି। ତଥାପି ବିଜେପି ପୌର ନିର୍ବାଚନରେ ବଡ଼ ବିଜୟ ହାସଲ କରିଥିବା ସ୍ପଷ୍ଟ ହୋଇଯାଇଛି। ଏଯାଏ ପ୍ରକାଶ ପାଇଥିବା […]

gujrat

Hemant Lenka
  • Published: Tuesday, 23 February 2021
  • , Updated: 23 February 2021, 10:45 PM IST

ସୁରତ: ଗୁଜରାଟ ପୌର ନିର୍ବାଚନରେ ଜବରଦସ୍ତ ପ୍ରଦର୍ଶନ କରିଛି କ୍ଷମତାସୀନ ବିଜେପି। ଏକାପାଖିଆ ଭାବେ ବିଜେପି ନିର୍ବାଚନରେ ବାଜିମାତ କରି ସମସ୍ତ ୬ଟି ଯାକ ମହାନଗର ନିଗମ ନିଜ ଦଖଲକୁ ନେଇଛି। ୫୭୬ଟି ଆସନରୁ ଏଯାଏ ପ୍ରକାଶ ପାଇଥିବା ଫଳାଫଳ ଅନୁଯାୟୀ ବିଜେପି ୪୪୯ଟିରେ ଜିତିଛି।

ଏବେ ବି କିଛି ନିର୍ବାଚନ ମଣ୍ଡଳୀରେ ଭୋଟ ଗଣତି ଜାରି ରହିଛି। ତଥାପି ବିଜେପି ପୌର ନିର୍ବାଚନରେ ବଡ଼ ବିଜୟ ହାସଲ କରିଥିବା ସ୍ପଷ୍ଟ ହୋଇଯାଇଛି। ଏଯାଏ ପ୍ରକାଶ ପାଇଥିବା ଫଳାଫଳ ଅନୁଯାୟୀ, ବିଜେପି ସୁରତରେ ୧୨୦ଟି ଆସନରୁ ୯୩ଟି, ଭଦୋଦରାରେ ୬୯, ରାଜକୋଟରେ ୬୮, ଭବନଗରରେ ୪୪ ଓ ଜାମନଗରରେ ୪୧ଟି ଆସନରେ ଜିତିଛି।

ନିକଟରେ କଂଗ୍ରେସ ପଞ୍ଜାବ ପୌର ନିର୍ବାଚନରେ କ୍ଲିନସୁଇପ କରିଥିଲା। ଏଠାରେ ବିଜେପି ମୂଳପୋଛ ହୋଇ ଯାଇଥିଲେ। କିନ୍ତୁ ଗୁଜରାଟରେ କଂଗ୍ରେସ ମୂଳପୋଛ ହେବା ସହ ଆପ୍‌ ଦ୍ୱିତୀୟ ଦଳ ଭାବେ ଉଭା ହୋଇଛି।

ପ୍ରଥମଥର ପାଇଁ ଗୁଜରାଟରେ ପୌର ନିର୍ବାଚନ ଲଢ଼ୁଥିବା ଆପ୍‌ ସୁରତରେ ୨୭ଟି ଆସନ ଜିତି ନିଜର ଛାପ ଛାଡ଼ିଛି। ଏଠାରେ ଦଳର ଜଣେ ୨୨ ବର୍ଷୀୟ ପ୍ରାର୍ଥୀ ପ୍ରଥମଥର ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି। ୬ଟି ଯାକ ନିର୍ବାଚନ ମଣ୍ଡଳୀରେ ଅରବିନ୍ଦ କେଜ୍ରିୱାଲଙ୍କ ପାର୍ଟି ଆପ୍ ୪୭୦ ଜଣ ପ୍ରାର୍ଥୀଙ୍କ ଛିଡ଼ା କରାଇଥିଲା।

ସୁରତରେ ଦଳ କଂଗ୍ରେସକୁ ପଛରେ ପକାଇ ଦ୍ୱିତୀୟ ଦଳ ଭାବେ ସାମ୍ନାକୁ ଆସିଛି। ଦଳ ଡେବ୍ୟୁରେ ଭଲ ପ୍ରଦର୍ଶନ କରିଥିବାରୁ ସୁରତବାସୀଙ୍କୁ ଧନ୍ୟବାଦ ଜଣାଇବାକୁ କେଜ୍ରିୱାଲ ନିଜେ ସେଠାରେ ରୋଡ ଶୋ’ କରିବେ।

ଅନ୍ୟପକ୍ଷରେ ଦେଶର ସର୍ବପୁରାତନ ପାର୍ଟି କଂଗ୍ରେସ ଏଯାଏ କେବଳ ୪୯ଟି ଆସନରେ ଜିତିବାକୁ ସକ୍ଷମ ହୋଇଛି। ରାଜ୍ୟର ପୂର୍ବତନ କଂଗ୍ରେସ ସଭାପତି ଅର୍ଜୁନ ମୋଡୱାଡିଆ କହିଛନ୍ତି, ୬ଟି ଯାକ ମହାନଗର ନିଗମର ଫଳାଫଳ କଂଗ୍ରେସ କର୍ମୀଙ୍କୁ ବ୍ୟଥିତ କରିଛି। ଆମେ ଜନମତକୁ ସମ୍ମାନ କରୁଛୁ। କିନ୍ତୁ ସବୁ ଅନ୍ଧାର ପରେ ସୂର୍ଯ୍ୟ ଉଦୟ ହୋଇଥାଏ। ଆମେ ଏବେ କଠିନ ପରିଶ୍ରମ କରି ସହରାଞ୍ଚଳ ଲୋକଙ୍କ ଭୋଟ ହାତେଇବାକୁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି। କଂଗ୍ରେସ ଭଦୋଦରାରେ ୭, ରାଜକୋଟରେ ୪, ଭବନଗରରେ ୮ଟି ଓ ଜାମନଗରରେ ୧୦ଟି ଆସନ ଜିତିଛି।

ଅନ୍ୟପକ୍ଷରେ ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀଙ୍କ ଦଳ ମଧ୍ୟ ଗୁଜରାଟ ପୌର ନିର୍ବାଚନରେ ନିଜର ଖାତା ଖୋଲିଛି। ଓୱେସୀଙ୍କ ଏଆଇଏମଆଇଏମ ଅହମଦାବାଦ ପୌର ନିର୍ବାଚନର ୪ଟି ଆସନରେ ଜିତିଛି।

Related story