‘ମୁଲାୟମ ସିଂହଙ୍କ ଆସନରେ ବିଜେପି ଜିତିବ, ଡିମ୍ପଲ ହାରିବେ’

ଲକ୍ଷ୍ନୌ: ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ  ମୁଲାୟମ ସିଂହ ଯାଦବଙ୍କ ରାଜନୈତିକ ଜୀବନ ସହ ତାଙ୍କ ବୋହୂ ଡିମ୍ପଲ ଯାଦବଙ୍କ ରାଜନୈତିକ ସ୍ଥିତି ମଧ୍ୟରେ ଆକାଶ ପାତାଳ ପରକ କରିଛି। ଖାଲି ପଡ଼ିଥିବା ମୁଲାୟମ ସିଂହ ଯାଦବଙ୍କ ଆସନରେ ବିଜେପି ଜିତିବ। ଏହା କହିଛନ୍ତି  ଉତ୍ତରପ୍ରଦେଶର ମନ୍ତ୍ରୀ ଜୟବୀର ସିଂ । ସେ କହିଛନ୍ତି ଯେ, ମୁଲାୟମ ସିଂ ଯାଦବଙ୍କ ଅଧୀନରେ ସମାଜବାଦୀ ପାର୍ଟିର ପ୍ରଭାବ ତ୍ରୁଣମୂଳସ୍ତରେ ଦେଖିବାକୁ ମିଳୁଥିଲା। କିନ୍ତୁ ଅଖିଳେଶ ଯାଦବ ଏସି  ରୁମରେ ଥାଇ […]

dimple-yadav

dimple-yadav

Tapas Behera
  • Published: Sunday, 13 November 2022
  • Updated: 13 November 2022, 04:37 PM IST

Sports

Latest News

ଲକ୍ଷ୍ନୌ: ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ  ମୁଲାୟମ ସିଂହ ଯାଦବଙ୍କ ରାଜନୈତିକ ଜୀବନ ସହ ତାଙ୍କ ବୋହୂ ଡିମ୍ପଲ ଯାଦବଙ୍କ ରାଜନୈତିକ ସ୍ଥିତି ମଧ୍ୟରେ ଆକାଶ ପାତାଳ ପରକ କରିଛି। ଖାଲି ପଡ଼ିଥିବା ମୁଲାୟମ ସିଂହ ଯାଦବଙ୍କ ଆସନରେ ବିଜେପି ଜିତିବ। ଏହା କହିଛନ୍ତି  ଉତ୍ତରପ୍ରଦେଶର ମନ୍ତ୍ରୀ ଜୟବୀର ସିଂ । ସେ କହିଛନ୍ତି ଯେ, ମୁଲାୟମ ସିଂ ଯାଦବଙ୍କ ଅଧୀନରେ ସମାଜବାଦୀ ପାର୍ଟିର ପ୍ରଭାବ ତ୍ରୁଣମୂଳସ୍ତରେ ଦେଖିବାକୁ ମିଳୁଥିଲା। କିନ୍ତୁ ଅଖିଳେଶ ଯାଦବ ଏସି  ରୁମରେ ଥାଇ ଅପରେଟ କରୁଛନ୍ତି। ଏଠାରେ ହେବାକୁ ଥିବା ଉପନିର୍ବାଚନରେ ବିଜେପି ଜିତିବ ବୋଲି ସେ କହିଛନ୍ତି ।

ମୈନପୁରୀ ଆସନରେ ମୁଲାୟମଙ୍କ ପରିବାର ଲୋକେ ଅନେକ ବର୍ଷ ହେବ ନିଜ ଅଧୀନରେ ରଖି ଆସୁଛନ୍ତି। ମୁଲାୟମ ସିଂହ ଯାଦବଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ତଥା ପୂର୍ବତନ ସାଂସଦ ଡିମ୍ପଲ ଯାଦବ ଉତ୍ତରପ୍ର‌ଦେଶର ମୈନପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ଡିମ୍ପଲଙ୍କ ଶ୍ୱଶୁର ମୁଲାୟମ ସିଂହ ଯାଦବଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଥିବାରୁ ସେଠାରେ ନିର୍ବାଚନ ହେଉଛି। ୫ ରାଜ୍ୟରେ ବିଧାନସଭା ଉପନିର୍ବାଚନ ସହ ମୈନପୁରୀରେ ନିର୍ବାଚନ ଅଛି।

୪୨ ବର୍ଷୀୟା ଡିମ୍ପଲ ଯାଦବ କନୌଜରୁ ୨ ଥର ଲୋକସଭା ସାଂସଦ ହୋଇଛନ୍ତି। କିନ୍ତୁ ୨୦୧୯ରେ ସେ ତାଙ୍କ ଆସନ ହରାଇ ଦେଇଥିଲେ। ଦୀର୍ଘଦିନର ଅସୁସ୍ଥତା ପରେ ଗତ ମାସରେ ମୁଲାୟମଙ୍କ ପରଲୋକ ହୋଇଥିଲା। ମୈନପୁରୀକୁ ମୁଲାୟମ ସିଂହ ଯାଦବଙ୍କ ପାରିବାରିକ ଆସନ ବିବେଚନା କରାଯାଏ। ୨୦୧୯ରେ ମୋଦୀ ଲହର ସତ୍ତ୍ୱେ ମୁଲାୟମ ଏହି ଆସନରେ ନିର୍ବାଚନ ଜିତିଥିଲେ। ୧୯୯୬ ପରଠାରୁ ସମାଜବାଦୀ ପାର୍ଟି ଲଗାତାର ଲୋକସଭା ନିର୍ବାଚନରେ ମୈନପୁରୀରୁ ଜିତିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos