ଖଣ୍ଡଓ୍ୱା: ଗଛରୁ ମିଳିଲା ୩ ଭଉଣୀଙ୍କ ଝୁଲନ୍ତା ମୃତଦେହ। ଆଜି ମଧ୍ୟପ୍ରଦେଶର ଖଣ୍ଡଓ୍ୱା ଜିଲ୍ଲାର ଜଓ୍ୱାର ଥାନା ଅନ୍ତର୍ଗତ କୋଟଖେଡ଼ି ଗ୍ରାମରେ ଏହି ଘଟଣା ଘଟିଛି। ମୃତକଙ୍କ ନାମ ସୋନୁ, ସାବିତ୍ରୀ ଓ ଲଳିତା। ସେମାନେ ତାଙ୍କ ମା’ ଓ ଭାଇମାନଙ୍କ ସହ ରହୁଥିଲେ।
ଏବେ ତାଙ୍କ ଘରେ ମା’ ବ୍ୟତୀତ ଅନ୍ୟ ୨ ଜଣ ଭାଉଣୀ ଓ ୩ ଭାଇ ରହିଛନ୍ତି। ତେବେ ଏହି ୩ ଭଉଣୀଙ୍କ ମୃତ୍ୟୁର କାରଣ ଜଣାପଡ଼ିନି। ଖବର ପାଇ ପୁଲିସ ପହଞ୍ଚିବା ପରେ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦିଆଯାଇଛି।
ଘଟଣା ସ୍ଥଳ କିମ୍ବା ଘରୁ କୌଣସି ପ୍ରକାର ସୁଇସାଇଡ୍ ନୋଟ୍ ମିଳିନି। ତେଣୁ ତଦନ୍ତ ଆରମ୍ଭ କରିଥିବା ପୁଲିସ ମୃତ୍ୟୁର କାରଣ ଜାଣିବା ନିମନ୍ତେ ଚେଷ୍ଟା ଚଳାଇଛି। ପରିବାର ଲୋକ ଓ ପାଖପଡ଼ୋଶୀଙ୍କୁ ପଚରାଉଚରା କରାଯାଉଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ସମସ୍ତେ ସନ୍ଦେହରେ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବିଜୟ ଅଭିମୁଖେ ପ୍ରିୟଙ୍କା ଗାନ୍ଧି, ୩ ଲକ୍ଷ ଭୋଟରେ ଆଗୁଆ
୪.୬ ଲକ୍ଷରୁ ଅଧିକ ଭୋଟ୍ ପାଇ ଲିଡ୍ କରୁଛନ୍ତି ପ୍ରିୟଙ୍କା ଗାନ୍ଧି।
Politics
ଉତ୍ତରପ୍ରଦେଶ ଉପନିର୍ବାଚନ: ୯ ଆସନରୁ ବିଜେପି ୭ ଓ ଏସପି ୨ରେ ଆଗୁଆ
ଉତ୍ତରପ୍ରଦେଶରେ ୯ଟି ଆସନରେ ହୋଇଥିବା ଉପନିର୍ବାଚନ ପାଇଁ ଆଜି ଚାଲିଛି ଭୋଟ୍ ଗଣତି।
National
ଫଳାଫଳ ପୂର୍ବରୁ ଉତ୍ସାହ, ବିଜେପି ଅଫିସରେ ଛଣାଗଲା ଜିଲାପି
ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଛଣା ଚାଲିଛି ଜିଲାପି।
Politics
ଝାଡ଼ଖଣ୍ଡ ରେଜଲ୍ଟ: ଆସିଲା ବଡ଼ ଟ୍ୱିଷ୍ଟ୍, NDAକୁ ପଛରେ ପକାଇ ଆଗେଇଲା INDIA
୫୧ଟି ଆସନରେ ଆଗରେ ଅଛି ଇଣ୍ଡିଆ ବ୍ଲକ୍।
National
ମହାରାଷ୍ଟ୍ରରେ ବିଜେପିର ସୁନାମୀ, ୨୦୦ ଡେଇଁଲା ମହାୟୁତି
୨୮୮ ଆସନ ମଧ୍ୟରୁ ୨୧୦ଟିରେ ଆଗୁଆ ରହିଛି ଶାସକ ମହାୟୁତି।