ସମୟ ପୂର୍ବରୁ ସରିଲା ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆଜି ଶେଷ ହୋଇଛି। ଧାର୍ଯ୍ୟ ସମୟର ଗୋଟିଏ ଦିନ ପୂର୍ବରୁ ଲୋକସଭା ଓ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର ୨୯ରେ ଆରମ୍ଭ ହୋଇଥିଲା। ଯାହାକି ୨୩ ଡିସେମ୍ବର ପର୍ଯ୍ୟନ୍ତ କାର୍ଯ୍ୟ ଦିବସ ସ୍ଥିର କରାଯାଇଥିଲା କିନ୍ତୁ ସ୍ଥରୀକୃତ ସମୟ ସୀମାର ଗୋଟିଏ ଦିନ ପୂର୍ବରୁ ଉଭୟ ଗୃହକୁ ସ୍ଥଗିତ ରଖାଯାଇଛି। ଶୀତ ଅଧିବେଶନରେ ସମୁଦାୟ ୧୮ଟି କାର୍ଯ୍ୟ ଦିବସ ଚାଲିଥିଲା । ଉଭୟ […]

parliament

Tapas Behera
  • Published: Wednesday, 22 December 2021
  • , Updated: 22 December 2021, 12:21 PM IST

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆଜି ଶେଷ ହୋଇଛି। ଧାର୍ଯ୍ୟ ସମୟର ଗୋଟିଏ ଦିନ ପୂର୍ବରୁ ଲୋକସଭା ଓ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର ୨୯ରେ ଆରମ୍ଭ ହୋଇଥିଲା। ଯାହାକି ୨୩ ଡିସେମ୍ବର ପର୍ଯ୍ୟନ୍ତ କାର୍ଯ୍ୟ ଦିବସ ସ୍ଥିର କରାଯାଇଥିଲା କିନ୍ତୁ ସ୍ଥରୀକୃତ ସମୟ ସୀମାର ଗୋଟିଏ ଦିନ ପୂର୍ବରୁ ଉଭୟ ଗୃହକୁ ସ୍ଥଗିତ ରଖାଯାଇଛି। ଶୀତ ଅଧିବେଶନରେ ସମୁଦାୟ ୧୮ଟି କାର୍ଯ୍ୟ ଦିବସ ଚାଲିଥିଲା ।

ଉଭୟ ଗୃହରେ ବିରୋଧୀଙ୍କ ବ୍ୟାହତ ଯୋଗୁ ଅଧିବେଶନରେ ୧୮ ଘଣ୍ଟା ୪୮ମିନିଟ୍‌ ନଷ୍ଠ ହୋଇଥିଲା। ଏଥି ସହିତ ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ, ଡିସେମ୍ବର ୨ରେ ଲୋକସଭାରେ ୨୦୪ ପ୍ରତିଶତ କାର୍ଯ୍ୟ ରେକର୍ଡ ହୋଇଛି। ଏହା ବ୍ୟତୀତ ଶୀତକାଳୀନ ଅଧିବେଶନରେ ବିରୋଧୀଦଳ ଦୁଇଟି ମୁଖ୍ୟ ପ୍ରସଙ୍ଗ ଉଠାଇଥିଲେ। ତାହା ହେଉଛି   ହେଉଛି ଲକ୍ଷ୍ମୀପୁର ଖେରୀ ହିଂସା ଏବଂ ରାଜ୍ୟସଭାରେ ୧୨ ଜଣ ସାଂସଦଙ୍କ ନିଲମ୍ବନ ମାମଲା ।

ରାହୁଲ ଗାନ୍ଧୀଙ୍କ ସହ ଅନେକ ବିରୋଧୀଦଳର ନେତା ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ କେନ୍ଦ୍ରମନ୍ତ୍ରୀ ଆଶିଷ ମିଶ୍ରାଙ୍କ ବହିଷ୍କାର ଦାବି କରିଥିଲେ। ଏହାକୁ ନେଇ ଗୃହରେ ବାରମ୍ବାର ହଟ୍ଟଗୋଳ ହୋଇଥିଲା। ଏପରିକି ବିରୋଧ ଦଳର ନେତାମାନେ ଗୃହ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ମଧ୍ୟ ପାରିତ ହୋଇଥିଲା।

Related story