ସୋଶାଲ ମିଡିଆରେ ଟ୍ରେଣ୍ଡ କରୁଛି ‘ବୟକଟ ଆମାଜନ୍’, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ:ଇ-କମର୍ସର ଜାଏଣ୍ଟ ‘ଆମାଜନ୍‌’ର ହିନ୍ଦୁ ବିରୋଧୀ କାର୍ଯ୍ୟକଳାପ। ସୋଶାଲ ମିଡିଆରେ ଟ୍ରେଣ୍ଡ କରୁଛି ‘ବୟକଟ ଆମାଜନ୍’। ପବିତ୍ର ଜନ୍ମାଷ୍ଟମୀ ଅବସରରେ ରାଧା-କୃଷ୍ଣଙ୍କ ଆପତ୍ତିଜନକ ଚିତ୍ର ବିକ୍ରି କରି ବିବାଦ ଘେରକୁ ଆସିଛି ଆମାଜନ୍‌। ସମ୍ପୃକ୍ତ କମ୍ପାନୀ ବିରୋଧରେ ସ୍ୱର ଉଠାଇଛି  ହିନ୍ଦୁ ଜନଜାଗୃତି ସମିତି। ସମିତିର ଆହ୍ୱାନରେ #Boycott_Amazon ଡାକରା ଦିଆଯାଇଛି। ଏହା ସୋଶାଲ ମିଆରେ ଟ୍ରେଣ୍ଡ କରୁଛି। ହିନ୍ଦୁ ଦେବାଦବୀଙ୍କୁ ବିଦ୍ରୁପ କରିଥିବା କମ୍ପାନୀକୁ ସମାଲୋଚନା କରାଯାଇଛି। ଅନ୍ୟପଟେ ହିନ୍ଦୁ ସଙ୍ଗଠନ ପକ୍ଷରୁ ବେଙ୍ଗାଲୁରୁ ସୁବ୍ରମନ୍ୟନ […]

amazon-1

  • Published: Saturday, 20 August 2022
  • , Updated: 20 August 2022, 11:56 AM IST

ନୂଆଦିଲ୍ଲୀ:ଇ-କମର୍ସର ଜାଏଣ୍ଟ ‘ଆମାଜନ୍‌’ର ହିନ୍ଦୁ ବିରୋଧୀ କାର୍ଯ୍ୟକଳାପ। ସୋଶାଲ ମିଡିଆରେ ଟ୍ରେଣ୍ଡ କରୁଛି ‘ବୟକଟ ଆମାଜନ୍’। ପବିତ୍ର ଜନ୍ମାଷ୍ଟମୀ ଅବସରରେ ରାଧା-କୃଷ୍ଣଙ୍କ ଆପତ୍ତିଜନକ ଚିତ୍ର ବିକ୍ରି କରି ବିବାଦ ଘେରକୁ ଆସିଛି ଆମାଜନ୍‌। ସମ୍ପୃକ୍ତ କମ୍ପାନୀ ବିରୋଧରେ ସ୍ୱର ଉଠାଇଛି  ହିନ୍ଦୁ ଜନଜାଗୃତି ସମିତି। ସମିତିର ଆହ୍ୱାନରେ #Boycott_Amazon ଡାକରା ଦିଆଯାଇଛି। ଏହା ସୋଶାଲ ମିଆରେ ଟ୍ରେଣ୍ଡ କରୁଛି। ହିନ୍ଦୁ ଦେବାଦବୀଙ୍କୁ ବିଦ୍ରୁପ କରିଥିବା କମ୍ପାନୀକୁ ସମାଲୋଚନା କରାଯାଇଛି। ଅନ୍ୟପଟେ ହିନ୍ଦୁ ସଙ୍ଗଠନ ପକ୍ଷରୁ ବେଙ୍ଗାଲୁରୁ ସୁବ୍ରମନ୍ୟନ ନଗର ପୁଲିସ ଷ୍ଟେସନରେ ଅଭିଯୋଗ କରାଯାଇଛି ।

ଆମାଜନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ସେହିପରି ସମାନ ଚିତ୍ରକୁ ‘ଏକ୍ସୋଟିକ ଇଣ୍ଡିଆ’ ପକ୍ଷରୁ ବିକ୍ରି କରାଯାଉଛି । ଜନ୍ମାଷ୍ଟମୀ ସେଲ ନାମରେ କମ୍ପାନୀ ୱେବସାଇଟରେ ଏହି ଫଟୋ ବିକ୍ରି କରାଯାଉଛି। ଗତ ଅଗଷ୍ଟ ୧୮ ଏବଂ ୧୯ ଦୁଇଦିନ ଧରି ସାରା ଦେଶରେ ଜନ୍ମାଷ୍ଟମୀ ପାଳନ ହୋଇଥିଲା। ଉଭୟ ଆମାଜନ ଏବଂ ଏକ୍ସୋଟିକ ଇଣ୍ଡିଆ ରାଧା-କୃଷ୍ଣଙ୍କ ବିବାଦୀୟ ଫଟୋ ବିକ୍ରି କରିବା ପରେ ସ୍ୱର ଉଠିଥିଲା।

ଏହା ପରେ ଉଭୟ ସଂସ୍ଥା ସେମାନଙ୍କ ୱେବସାଇଟରୁ ଏହି ଫଟୋକୁ ହଟାଇ ଦେଇଛନ୍ତି। କିନ୍ତୁ ଏହା ଯଥେଷ୍ଟ ନୁହଁ। ଉଭୟ ସଂସ୍ଥା ହିନ୍ଦୁମାନଙ୍କୁ ନିଃଶର୍ତ୍ତ କ୍ଷମା ମାଗିବାକୁ ଦାବି କରାଯାଇଛି।

Related story