ନୂଆଦିଲ୍ଲୀ: ଜଣେ ଅନୁପ୍ରବେଶକାରୀ ଭାରତୀୟ ସେନା ଗୁଳିରେ ନିହତ ହୋଇଥିବା ବେଳେ ପାକିସ୍ତାନର ଏକ ଡ୍ରୋନ୍ ଭାରତ ସୀମା ଭିତରକୁ ପ୍ରବେଶ ଉଦ୍ୟମ ବିଫଳ ହୋଇଛି। ବୁଧବାର ପାକିସ୍ତାନର ଏହି ଡ୍ରୋନ୍କୁ ମାରି ଖସାଇ ଦେଇଛି ବିଏସଏଫ। ଭାରତ-ପାକିସ୍ତାନ ସୀମା ପଞ୍ଜାବରେ ଏହି ଘଟଣା ଘଟିଛି। ସେହିପରି ଅମୃତସର ସେକ୍ଟରରେ ଜଣେ ପାକିସ୍ତାନୀ ବ୍ୟକ୍ତି ଅନୁପ୍ରବେଶ ପାଇଁ ପ୍ରବେଶ ଉଦ୍ୟମ କରୁଥିବା ବେଳେ ସେନା ଗୁଳିରେ ନିହତ ହୋଛି। ସମ୍ପୃକ୍ତ ଅନୁପ୍ରବେଶକାରୀକୁ ଭାରତୀୟ ଯବାନ ମାନେ ଅଟକାଇବାକୁ ଚେଷ୍ଟା କାଥିଲେ ମଧ୍ୟ ସେ ଶୁଣି ନଥିଲା।
ଏହା ପରେ ବିଏସଏଫ ପକ୍ଷରୁ ଗୁଳି କରାଯାଥିଲା । ଘଟଣାସ୍ଥଳରେ ପାକିସ୍ତାନୀ ଅନୁପ୍ରବେକରୀଙ୍କ ମୃତ୍ୟ ଘଟିଥିଲା। ବିଏସଏଫ ମୁଖପାତ୍ର ଏହି ଏହି ସୂଚନା ଦେଇଛନ୍ତି। ସେହିପରି ବୁଧବାର ସକାଳେ ହାଭେଳିଆନ୍ ନଗର ଭ୍ରାମରେ ଏକ ଡ୍ରୋନ୍ ଉଡ଼ୁଥିବା ବେଳେ ବିଏସଏଫ ପକ୍ଷରୁ ଗୁଳି ମାରି ଖସାଇ ଦିଆଯାଇଛି। ଧଳାରଙ୍ଗର ତଥା ଡିଜେଇଆଇ ମଡେଲର ଡ୍ରୋନ୍ଟି ପାକିସ୍ତାନରୁ ଆସିଥିବା ଜଣାପଡ଼ିଛି।