ମୁସଲିମ ମହିଳାଙ୍କୁ ସଉଦା ପାଇଁ ଷଡ଼ଯନ୍ତ୍ର: ରିମାଣ୍ଡରେ ଗଲେ ଅଭିଯୁକ୍ତ

ନୂଆଦିଲ୍ଲୀ: ସାଇବର ଅପରାଧର ସାଂଘାତିକ ରୂପ। ମୁସଲିମ ମହିଳାଙ୍କୁ ସଉଦା ପାଇଁ ଷଡ଼ଯନ୍ତ୍ର ମହଙ୍ଗା ପଡ଼ିଛି। ‘ବୁଲ୍ଲିବାଇ’ ମାମଲାରେ ଧରାପଡ଼ୁଛନ୍ତି ଜଣକ ପରେ ଜଣେ ଅଦୃଶ୍ୟ ଅଭିଯୁକ୍ତ। ଏହି ଘଟଣାରେ ବେଙ୍ଗାଲୋରରୁ ଧରାପଡ଼ିଥିବା ଜଣେ ଅଭିଯୁକ୍ତ ୨୧ ବର୍ଷୀୟ  ବିଶାଳ କୁମାରଙ୍କୁ ପୁଲିସ ରିମାଣ୍ଡରେ ନେଇଛି। ଅଭିଯୁକ୍ତଙ୍କୁ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ କୋର୍ଟ ମଞ୍ଜୁର କରିଛନ୍ତି । ବିଶାଳ କୁମାରଙ୍କୁ ଆଜି ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା।  ଏଥିସହ ବିଶାଳଙ୍କ ଘରେ ପୁଲିସ ସର୍ଚ୍ଚ ପାଇଁ […]

burkha-lady

Tapas Behera
  • Published: Tuesday, 04 January 2022
  • , Updated: 04 January 2022, 08:26 PM IST

ନୂଆଦିଲ୍ଲୀ: ସାଇବର ଅପରାଧର ସାଂଘାତିକ ରୂପ। ମୁସଲିମ ମହିଳାଙ୍କୁ ସଉଦା ପାଇଁ ଷଡ଼ଯନ୍ତ୍ର ମହଙ୍ଗା ପଡ଼ିଛି। ‘ବୁଲ୍ଲିବାଇ’ ମାମଲାରେ ଧରାପଡ଼ୁଛନ୍ତି ଜଣକ ପରେ ଜଣେ ଅଦୃଶ୍ୟ ଅଭିଯୁକ୍ତ। ଏହି ଘଟଣାରେ ବେଙ୍ଗାଲୋରରୁ ଧରାପଡ଼ିଥିବା ଜଣେ ଅଭିଯୁକ୍ତ ୨୧ ବର୍ଷୀୟ  ବିଶାଳ କୁମାରଙ୍କୁ ପୁଲିସ ରିମାଣ୍ଡରେ ନେଇଛି। ଅଭିଯୁକ୍ତଙ୍କୁ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ କୋର୍ଟ ମଞ୍ଜୁର କରିଛନ୍ତି । ବିଶାଳ କୁମାରଙ୍କୁ ଆଜି ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା।  ଏଥିସହ ବିଶାଳଙ୍କ ଘରେ ପୁଲିସ ସର୍ଚ୍ଚ ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏହି କେଳେଙ୍କାରୀର ମୁଖ୍ୟ ଅଭିଯୁକ୍ତ ଉତ୍ତରାଖଣ୍ଡର ଜଣେ ହମିଳା ବୋଲି କୁହାଯାଉଛି।  ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଉତ୍ତରାଖଣ୍ଡ କୋର୍ଟରେ ତାଙ୍କୁ ହାଜର କରାଯିବା ପରେ ପୁଲିସ ରିମାଣ୍ଡ ପାଇଁ ଆବେଦନ କରିବ। ପରେ ତାଙ୍କୁ ମୁମ୍ବାଇ ଅଣାଯାଇ ପଚରାଉଚରା କରାଯିବ। ଧରାପଡ଼ିଥିବା ଅଭିଯୁକ୍ତ ୨ ଜଣ ସୋଶାଲ ମିଡିଆରେ ପରସ୍ପର ବନ୍ଧୁ ବୋଲି ଜଣାପଡ଼ିଛି।

ଫେସ୍‌ବୁକ୍ ଏବଂ ଇନଷ୍ଟାଗ୍ରାମରେ ଉଭୟଙ୍କ ଫ୍ରେଣ୍ଡସିପ୍‌ ଅଛି। ଏମାନେ ଜାନୁଆରୀ ୧ରେ ବିନା ସମ୍ମତିରେ ଅନେକ ମୁସଲିମ ମହିଳାଙ୍କର ସୋଶାଲ ମିଡିଆ ଆଉଣ୍ଟୁର ଫଟୋ ନେଇଛନ୍ତି।  ଏହି ଫଟୋକୁ ଗିଟ୍‌ ହବ ପ୍ଲାଟଫର୍ମରେ ବୁଲ୍ଲିବାଇ ଆପ୍‌ରେ ଅପଲୋଡ଼ କରିଥିଲେ।  ଏହା ପରେ ସମ୍ପୃକ୍ତ ମହିଳାଙ୍କୁ ନିଲାମି ପାଇଁ ଉଦ୍ୟମ କରିଥିଲେ । ପୁଲିସର କହିବା ଅନୁଯାୟୀ ଉଭୟ ପରସ୍ପରକୁ ଜାଣନ୍ତି। ଫେସବୁକ ଏବଂ ଇନଷ୍ଟାଗ୍ରାମ ପରି ସୋଶାଲ ମିଡିଆ ପ୍ଲାଟଫର୍ମରେ ଏ ଦୁହେଁ ବନ୍ଧୁ ହୋଇଥିବା ନେଇ ତଦନ୍ତରୁ ଜଣାପଡିଛି। ଏହି ଘଟଣାର ମାଷ୍ଟରମାଇଣ୍ଡ ମହିଳା ବୁଲ୍ଲି ବାଈ ଆପ ସହ ଜଡିତ ତିପୋଟି ଆକାଉଣ୍ଟ ହ୍ୟାଣ୍ଡେଲ କରୁଥିଲେ। ତେବେ ଏହି ଷଡଯନ୍ତ୍ର ପଛରେ କୌଣସି ଶିଖ ସମ୍ପ୍ରଦାୟର ବ୍ୟକ୍ତିଙ୍କ ସମ୍ପୃକ୍ତି ନଥିବା ପୁଲିସ ସ୍ପଷ୍ଟ କରିଛି।

ସେପଟେ ଦିଲ୍ଲୀ ପୁଲିସ ଟ୍ୱିଟରରୁ ବୁଲ୍ଲି ବାଈ ସମ୍ବନ୍ଧୀୟ ସମସ୍ତ କଣ୍ଟେଟ୍‌ ହଟାଇବା ପାଇଁ କହିଛି। କେବଳ ଏତିକି ନୁହେଁ ଦିଲ୍ଲୀ ପୁଲିସ ଏହି ଆକାଉଣ୍ଟ ବିଷୟରେ ଟ୍ୱିଟ୍‌ରକୁ ତଥ୍ୟ ମଧ୍ୟ ମାଗିଛି। GITHUBକୁ ମଧ୍ୟ ବୁଲ୍ଲି ବାଈକୁ ତିଆରି କରିବା ବ୍ୟକ୍ତିଙ୍କ ବିଷୟରେ ତଥ୍ୟ ମାଗିଛି ପୁଲିସ।

ଉକ୍ତ କାରନାନମା ବିଷୟରେ ମୁସଲିମ ମହିଳା ମାନେ ଅଭିଯୋଗ ଆଣିବା ପରେ ଦେଶରେ ଏହା ହଇଚଇ ସୃଷ୍ଟି କରିଛି। ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରାଯିବା ସହ ପୁଲିସ ତନାଘନା ଆରମ୍ଭ କରିଛି। ମଙ୍ଗଳବାର ବୁଲିବାଇ ମାମଲାକୁ ସ୍ପେସିଆଲ ସେଲ ସାଇବର ୟୁନିଟିକୁ ସ୍ଥାନାନ୍ତର କରାଯାଇଥିବା ଦିଲ୍ଲୀ ପୁଲିସ କହିଛି। ସୂଚନା ଅନୁଯାୟୀ ମୁସଲିମ ମହିଳାଙ୍କୁ ଟାର୍ଗେଟ କରିବା ପାଇଁ ‘ବୁଲ୍ଲି ବାଈ’ ନାମରେ ଏକ ଆପ ତିଆରି କରାଯାଇ ଏଥିରେ ପ୍ରତିଷ୍ଠିତ ମୁସଲିମ ମହିଳାଙ୍କ ବିକୃତ ଫଟୋ ଅପଲୋଡ କରାଯାଇଥିଲା। ସୁଲ୍ଲି ଡିଲସ୍‌ ଓ ଜିଟ୍‌ହଭ ଭଳି ଗ୍ରୁପ୍ ତିଆରି କରାଯାଇ ସୋଶାଲ ମିଡିଆରୁ ମୁସଲିମ ମହିଳାଙ୍କ ଫଟୋ ସଂଗ୍ରହ କରାଯାଇଥିଲା । ପରେ ବୁଲ୍ଲି ବାଈରେ ଅପଲୋଡ କରାଯାଇଥିଲା। ବିବାଦ ପରେ ଉକ୍ତ ଆପ୍‌କୁ ବ୍ୟାନ୍‌ କରାଯାଇଛି ।

 

Related story