ଭୋପାଲ: କେନାଲକୁ ଖସି ପଡିଲା ଯାତ୍ରୀବାହୀ ବସ୍। ମଧ୍ୟପ୍ରଦେଶ ରିୱା-ସିଦ୍ଧି ସୀମା ନିକଟସ୍ଥ ଛୁହିୟାଘାଟି ନିକଟରେ ଏହି ବଡ ଧରଣର ଦୁର୍ଘଟଣା ଘଟିଛି। କେନାଲରୁ ୭ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେବି ଆହୁରି ବହୁ ଯାତ୍ରୀ ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଏସଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ଆଜି ସାକାଳୁ ଏହି ଦୁର୍ଘଟଣା ଘଟିଛି। ବସ୍ଟି ସିଦ୍ଧିରୁ ସତନାକୁ ଯାଉଥିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇଥିଲେ। ଫଳରେ କେନାଲକୁ ଖସିପଡିଥିଲା ବସ୍। ଏଥିରେ ମୋଟ ୫୪ ଯାତ୍ରୀ ଥିଲେ। ଖବର ପାଇ ପୁଲିସ ଓ ଏସଡିଆର୍ଏଫ୍ ଟିମ ଘଟଣାସ୍ଥଳରେ ପହଞ୍ଚି ବର୍ତ୍ତମାନ ଯାଏଁ ୭ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି। ତେବେ ଉଦ୍ଧାର ମୃତକଙ୍କ ପରିଚୟ ମିଳିପାରି ନାହିଁ। ସେହିପରି ୭ଜଣ ଯାତ୍ରୀ ପହଁରିକି କୂଳକୁ ଆସିଛନ୍ତି।
ସେପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି। ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ବାଣସାଗର ଡ୍ୟାମରୁ କେନାଲକୁ ଆସୁଥିବା ପାଣି ଅଟକାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପାଣି କମିଲେ ଉଦ୍ଧାର କାର୍ଯ୍ୟ ଶୀଘ୍ର ହୋଇପାରିବ ବୋଲି ସେ କହିଛନ୍ତି।
କୁହାଯାଉଛି ଯେ, ଏହି ବସ୍ରେ ୫୪ ଯାତ୍ରୀଙ୍କ ସମେତ କିଛି ଛୁଆ ମଧ୍ୟ ଥିଲେ। କେନାଲରେ ଅଧିକ ପାଣି ଥିବାରୁ ବସଟି ପୁରାପୁରି ବୁଡି ଯାଇଛି। ଦୁର୍ଘଟଣା ପରେ ଆଖପାଖର ଗାଁ ଲୋକେ ମଧ୍ୟ ଏକାଠି ହୋଇ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଥିବା ଜଣାପଡିଛି।
MP: A bus, carrying around 54 passengers, fell into a canal in Sidhi after the driver lost control over it. 7 people rescued, search underway for rest of the passengers. A team is present at spot, operation is underway. Bus was going from Sidhi to Satna when the incident occurred pic.twitter.com/clmUfYdoQd
— ANI (@ANI) February 16, 2021