ଔଷଧ କ୍ଷେତ୍ର ପାଇଁ ପିଏଲ୍‍ଆଇ ସ୍କିମ୍‍ ଲାଗୁ ପ୍ରସ୍ତାବକୁ କ୍ୟାବିନେଟ ମୋହର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଔଷଧପତ୍ର କ୍ଷେତ୍ର ବା ଫାର୍ମାସ୍ୟୁଟିକାଲ ଉଦ୍ୟୋଗକୁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା ବା ପିଏଲ୍‍ଆଇ ଯୋଗାଇଦେବା ସଂକ୍ରାନ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ୨୦୨୦-୨୧ ଆର୍ଥିକ ବର୍ଷରୁ ୨୦୨୮-୨୯ ବର୍ଷ ଯାଏଁ ଏହା ଲାଗୁ କରାଯିବ। ଏହି ଯୋଜନା ଦ୍ୱାରା ଘରୋଇ ଉତ୍ପାଦକ ବିଶେଷ ଉପକୃତ ହେବେ। ଏହାଦ୍ୱାରା ନିଯୁକ୍ତି ସୁବିଧା ସୃଷ୍ଟି ହେବା ସହ ଦେଶର ଖାଉଟିଙ୍କ ପାଇଁ ବିଭିନ୍ନ ପ୍ରକାର […]

pli-scheme-for-pharma

Subhransu Sekhar
  • Published: Wednesday, 24 February 2021
  • , Updated: 24 February 2021, 09:23 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଔଷଧପତ୍ର କ୍ଷେତ୍ର ବା ଫାର୍ମାସ୍ୟୁଟିକାଲ ଉଦ୍ୟୋଗକୁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା ବା ପିଏଲ୍‍ଆଇ ଯୋଗାଇଦେବା ସଂକ୍ରାନ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ୨୦୨୦-୨୧ ଆର୍ଥିକ ବର୍ଷରୁ ୨୦୨୮-୨୯ ବର୍ଷ ଯାଏଁ ଏହା ଲାଗୁ କରାଯିବ। ଏହି ଯୋଜନା ଦ୍ୱାରା ଘରୋଇ ଉତ୍ପାଦକ ବିଶେଷ ଉପକୃତ ହେବେ। ଏହାଦ୍ୱାରା ନିଯୁକ୍ତି ସୁବିଧା ସୃଷ୍ଟି ହେବା ସହ ଦେଶର ଖାଉଟିଙ୍କ ପାଇଁ ବିଭିନ୍ନ ପ୍ରକାର ଔଷଧପତ୍ର ସୁଲଭ ମୂଲ୍ୟରେ ଯୋଗାଇ ଦେଇହେବ।

ଏହି ଯୋଜନା ମାଧ୍ୟମରେ ଦେଶରେ ଉଚ୍ଚମୂଲ୍ୟର ଔଷଧୀୟ ସାମଗ୍ରୀ ଉତ୍ପାଦନକୁ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି । ଏହା ମଧ୍ୟ ଏ କ୍ଷେତ୍ରରେ ରପ୍ତାନୀ ବୃଦ୍ଧିରେ ସହାୟକ ହୋଇପାରିବ। ୨୦୨୨-୨୩ରୁ ୨୦୨୭-୨୮ ମଧ୍ୟରେ ଏହି ଉଦ୍ୟୋଗର କାରବାର ୨,୯୪,୦୦୦ କୋଟି ଟଙ୍କା ହେବା ସହିତ ମୋଟ ରପ୍ତାନୀ ପରିମାଣ ୧,୯୬,୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ଏହି ଯୋଜନାରେ ଉଭୟ କୁଶଳୀ ଓ ଅଣକୁଶଳୀ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହୋଇପାରିବ। ଏହାଛଡା ପ୍ରତ୍ୟକ୍ଷଭାବେ ୨୦ ହଜାର ଏବଂ ପରୋକ୍ଷରେ ୮୦ ହଜାର ଲୋକ ଏହି ଉଦ୍ୟୋଗରେ ନିଯୁକ୍ତି ପାଇବାର ସୁଯୋଗ ପାଇବେ। ଏହି ଭେଷଜ ଉଦ୍ୟୋଗର ବିକାଶ ସହିତ ଭାରତ ଏ କ୍ଷେତ୍ରରେ ଆତ୍ମନିର୍ଭର ହୋଇପାରିବ। ଭାରତରେ ଏଭଳି କିଛି ବ୍ୟାଧି ରହିଛି ଯାହାର ଚିକିତ୍ସା ଅତ୍ୟନ୍ତ ଜଟିଳ ଏବଂ ବ୍ୟୟବହୁଳ। ସରକାରୀ ସହାୟତା ବିନା ଏସବୁର ଚିକିତ୍ସା ସମ୍ଭବ ହୁଏ ନାହିଁ।ରୋଜଗାର ନ ଥିବା ଲୋକଙ୍କୁ ରୋଗରୁ ରକ୍ଷା କରିବା ପାଇଁ ଏସବୁ ବ୍ୟୟବହୁଳ ଔଷଧ ଉତ୍ପାଦନ ପାଇଁ ଏହି ଯୋଜନାରେ ଗୁରୁତ୍ୱ ଦିଆଯିବ । ଏହା ଫଳରେ ଭାରତରେ ବହୁ ଲୋକ ଉପକୃତ ହେବେ । ଏହି ଯୋଜନା ଫଳରେ ଭାରତୀୟ ଔଷଧ ଉଦ୍ୟୋଗରେ ୧୫ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ ବୋଲି ଆଶା କରାଯାଉଛି । ଭେଷଜ ଉଦ୍ୟୋଗର ସାମଗ୍ରିକ ବିକାଶ ପାଇଁ ମୁଖ୍ୟତଃ ଏହି ଯୋଜନାଟି ଉଦ୍ଦିଷ୍ଟ । ଏହା ଅଧୀନରେ ପୁଞ୍ଜି ନିବେଶ ବଢାଇ ନାନାବିଧ ଔଷଧ ଉତ୍ପାଦନ ବୃଦ୍ଧିର ଲକ୍ଷ୍ୟ ରଖାଯାଇଛି । ଭେଷଜ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ସହିତ ରପ୍ତାନୀ ବୃଦ୍ଧି କରିବାକୁ ମଧ୍ୟ ଏଥିରେ ଲକ୍ଷ୍ୟ ରଖାଯାଇଛି ।

ପ୍ରୋତ୍ସାହନ ପରିମାଣ

ଏହି ଯୋଜନାରେ ମୋଟ ୧୫ ହଜାର କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଏଥିରେ ପ୍ରଶାସନିକ ଖର୍ଚ୍ଚ ଅନ୍ତର୍ଭୁକ୍ତ । ଏହି ପ୍ରୋତ୍ସାହନ ପାଇବା ପାଇଁ ୩ଟି ବର୍ଗ ତିଆରି କରାଯାଇଛି । ୧୧ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ କରୁଥିବା ଉଦ୍ୟୋଗୀଙ୍କୁ ଗ୍ରୁପ ‘ଏ’ରେ ରଖାଯିବ । ସେହିଭଳି ଗ୍ରୁପ୍‍ ‘ବି’ରେ ୨୨୫୦ କୋଟି ଟଙ୍କା ଏବଂ ଗ୍ରୁପ୍‍ ‘ସି’ରେ ୧୭୫୦ କୋଟି ଟଙ୍କା ନିବେଶ କରୁଥିବା ନିବେଶକ ରହିବେ । ପ୍ରତ୍ୟେକ ଗୋଷ୍ଠୀକୁ ବିଭିନ୍ନ ପ୍ରକାର ଔଷଧପତ୍ର ଉତ୍ପାଦନ କରିବାକୁ ଅନୁମତି ଦିଆଯିବ । ଗୋଟିଏ ବର୍ଗ ଅନ୍ୟ ବର୍ଗକୁ ଆବଣ୍ଟିତ ହୋଇଥିବା ଔଷଧ ଉତ୍ପାଦିତ କରିପାରିବ ନାହିଁ ।

ପ୍ରୋତ୍ସାହନ ବ୍ୟବସ୍ଥା

ପ୍ରଥମ ଗ୍ରୁପ ପାଇଁ କ୍ରମବର୍ଦ୍ଧିଷ୍ଣୁ ବିକ୍ରି ଉପରେ ୧୦ ଶତାଂଶ ପ୍ରୋତ୍ସାହନ ରାଶି ପ୍ରଥମ ଓ ଦ୍ୱିତୀୟ ବର୍ଗଙ୍କୁ ୪ ବର୍ଷ ପାଇଁ ମିଳିବ । ପଞ୍ଚମ ବର୍ଷରୁ ଏହା ୮ ଶତାଂଶ ଏବଂ ଷଷ୍ଠ ବର୍ଷରେ ୬ ଶତାଂଶକୁ ହ୍ରାସ ପାଇବ । ସେହିଭଳି ତୃତୀୟ ବର୍ଗଙ୍କ ପାଇଁ ଏହି ପ୍ରୋତ୍ସାହନ ରାଶି ବର୍ଦ୍ଧିଷ୍ଣୁ ବ୍ୟୟ ଉପରେ ପ୍ରଥମ ୪ ବର୍ଷ ପାଇଁ ୫ ଶତାଂଶ, ପଞ୍ଚମ ବର୍ଷ ପାଇଁ ୪ ଶତାଂଶ ଏବଂ ଷଷ୍ଠ ବର୍ଷ ପାଇଁ ୩ ଶତାଂଶ ମିଳିବ ।

ସୂଚନାଯୋଗ୍ୟ ଯେ ଭାରତର ଭେଷଜ ଉଦ୍ୟୋଗ ବିଶ୍ୱର ତୃତୀୟ ସର୍ବବୃହତ୍‍ । ଏହାର ଆକାର ୪୦ ବିଲିୟନ ଡଲାର । ଭାରତ ପ୍ରତିବର୍ଷ ୩.୫ ଶତାଂଶ ଔଷଧପତ୍ର ବିଦେଶକୁ ରପ୍ତାନୀ କରେ । ଆମେରିକା, ବ୍ରିଟେନ, ୟୁରୋପୀୟ ସଂଘ ଓ କାନାଡା ସମେତ ମୋଟ ୨୦୦ ଦେଶକୁ ଭାରତ ଔଷଧ ରପ୍ତାନୀ କରିଥାଏ । ଭାରତରେ ଭେଷଜ ଶିଳ୍ପର ବିକାଶ ପାଇଁ ଉତ୍ତମ ଭିତ୍ତିଭୂମି ରହିଛି । ତାହାର ବିକାଶ କରି ଭାରତ ଭେଷଜ ଶିଳ୍ପକୁ ଅଧିକ ଲାଭଦାୟକ କରିବାକୁ ଉଦ୍ୟମ କରୁଛି ।

Related story