ବିଜେପିରେ ସାମିଲ ହେବେ ଅମରିନ୍ଦର?

ଚଣ୍ଡିଗଡ: ପଞ୍ଜବା ରାଜନୀତିରେ ଆସିପାରେ ନୂଆ ଟ୍ୱିଷ୍ଟ। ବିଜେପିରେ ସାମିଲ ହୋଇପାରନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ। ଅମରିନ୍ଦରଙ୍କ ଦିଲ୍ଲୀ ଗସ୍ତକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଅମରିନ୍ଦର ସିଂହ ଆଜି ଦିଲ୍ଲୀ ଗସ୍ତରେ ଯାଇ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିବେ। ସେଠାରେ ଏକ ଉଚ୍ଚସ୍ତରୀୟ ଆଲୋଚନାରେ ସେ ଯୋଗ ଦେବେ। ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କିଛି ଦିନ ତଳେ […]

Amarinder-Singh

Amarinder-Singh

Madhupriya Mistry
  • Published: Tuesday, 28 September 2021
  • Updated: 28 September 2021, 02:03 PM IST

Sports

Latest News

ଚଣ୍ଡିଗଡ: ପଞ୍ଜବା ରାଜନୀତିରେ ଆସିପାରେ ନୂଆ ଟ୍ୱିଷ୍ଟ। ବିଜେପିରେ ସାମିଲ ହୋଇପାରନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ। ଅମରିନ୍ଦରଙ୍କ ଦିଲ୍ଲୀ ଗସ୍ତକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଅମରିନ୍ଦର ସିଂହ ଆଜି ଦିଲ୍ଲୀ ଗସ୍ତରେ ଯାଇ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିବେ। ସେଠାରେ ଏକ ଉଚ୍ଚସ୍ତରୀୟ ଆଲୋଚନାରେ ସେ ଯୋଗ ଦେବେ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କିଛି ଦିନ ତଳେ କଂଗ୍ରେସ ତାଙ୍କୁ ଅପମାନିତ କରିଥିବା ନେଇ ଅଭିଯୋଗ ଆଣିଥିଲେ। ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କ ସହ ଦୀର୍ଘ ଦିନ ଧରି ଲାଗିରହିଥିବା ବିବାଦ ଭିତରେ ଚଳିତ ମାସରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅମରିନ୍ଦର। ଏହାପରେ କଂଗ୍ରେସ ଚରଣଜିତ ସିଂହ ଚନ୍ନିଙ୍କୁ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା। ତେବେ କ୍ୟାପଟେନ୍‌ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ଏବେ କଂଗ୍ରସ ଦଳ ମଧ୍ୟ ଛାଡି ଦେବା ନେଇ ଚର୍ଚ୍ଚା ହେଉଛି।

ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କ୍ୟାପଟେନ୍‌ ନିଜ ଯନ୍ତ୍ରଣା ବଖାଣିଥିଲେ। ସେ ନିଜକୁ ଅପମାନିତ ଅନୁଭବ କରୁଛନ୍ତି ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ନିଷ୍ପତ୍ତି ନେଇଥିବା କହିଥିଲେ। ୨୦୨୨ରେ ପଞ୍ଜାବ ନିର୍ବାଚନରେ ​​କଂଗ୍ରେସ ଜିତିଲେ ମଧ୍ୟ ସେ ନବଜୋତ ସିଂ ସିଦ୍ଧୁଙ୍କୁ ସିଏମ ହେବାକୁ ଦେବେ ନାହିଁ। ସେ କହିଥିଲେ ଯେ ସିଦ୍ଧୁଙ୍କ ବିରୋଧରେ ସେ ଜଣେ ଶକ୍ତିଶାଳୀ ପ୍ରାର୍ଥୀ ଠିଆ କରିବେ ବୋଲି କ୍ୟାପଟେନ୍‌ କହିଥିଲେ। ଏହି କଳ୍ପନାଜଳ୍ପନା ହେତୁ ସେ ପଞ୍ଜାବରେ ମଧ୍ୟ ନିଜର ଦଳ ଗଠନ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos