ଏଲଓସିରେ ‍ଫାଟିଲା ଗ୍ରେନେଡ, କ୍ୟାପ୍ଟେନଙ୍କ ସମେତ ୨ ସହିଦ

ଜମ୍ମୁ: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ମେନ୍ଧର ସେକ୍ଟର ନିକଟ ଏଲଓସିରେ ବଡ଼ ଅଘଟଣ ଘଟିଛି। ସୀମାରେ ବିଛା ଯାଇଥିବା ଗ୍ରେନେଡ ବିସ୍ଫୋରଣ ହେବାରୁ ଜଣେ ଆର୍ମି କ୍ୟାପ୍ଟେନ ଓ ଜେସିଓ ସହିଦ ହୋଇଛନ୍ତି। ସେହିପରି ସ୍ଥଳ ସେନାର ଆଉ ୪ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ରବିବାର ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ସକାଳୁ ସେନା ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥଳ ସେନାର ଜଣେ ମୁଖପାତ୍ର କହିଛନ୍ତି, ଆର୍ମି ଯବାନମାନେ ଏଲଓସିରେ […]

graned-blast

Hemant Lenka
  • Published: Monday, 18 July 2022
  • , Updated: 18 July 2022, 12:24 PM IST

ଜମ୍ମୁ: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ମେନ୍ଧର ସେକ୍ଟର ନିକଟ ଏଲଓସିରେ ବଡ଼ ଅଘଟଣ ଘଟିଛି। ସୀମାରେ ବିଛା ଯାଇଥିବା ଗ୍ରେନେଡ ବିସ୍ଫୋରଣ ହେବାରୁ ଜଣେ ଆର୍ମି କ୍ୟାପ୍ଟେନ ଓ ଜେସିଓ ସହିଦ ହୋଇଛନ୍ତି। ସେହିପରି ସ୍ଥଳ ସେନାର ଆଉ ୪ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ରବିବାର ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ସକାଳୁ ସେନା ପକ୍ଷରୁ ସୂଚନା ଦିଆଯାଇଛି।

ସ୍ଥଳ ସେନାର ଜଣେ ମୁଖପାତ୍ର କହିଛନ୍ତି, ଆର୍ମି ଯବାନମାନେ ଏଲଓସିରେ ପ୍ୟାଟ୍ରୋଲିଂ କରୁଥିବା ବେଳେ ଦୁର୍ଘଟଣାବଶତଃ ଗ୍ରେନେଡ ବିସ୍ଫୋରଣ ହୋଇଥିଲା। ରବିବାର ରାତିରେ ମେନ୍ଧର ସେକ୍ଟର ଏଲଓସିରେ ବିସ୍ଫୋରଣ ହୋଇଛି। ଏହି ଘଟଣାରେ ୬ ଜଣ ସୈନ୍ୟ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ହେଲିକପ୍ଟର ଯୋଗେ ମେନ୍ଧର ସେକ୍ଟରରୁ ଚିକିତ୍ସା ପାଇଁ ଉଦ୍ଧମପୁର ନିଆଯାଇଥିଲା।

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କ୍ୟାପ୍ଟେନ ଓ ଆଉ ଜଣେ ଜେସିଓଙ୍କ ମୃତ୍ୟୁ ଘଟିଛି। ଏବେ ବାକି ୪ ଜଣ ଯବାନଙ୍କ ଚିକିତ୍ସା ଚାଲିଛି। ଘଟଣା ପରେ ସୀମାରେ ସତର୍କତା ଅବଲମ୍ବନ କରାଯାଇଛି। ସେହିପରି କେଉଁ ପରିସ୍ଥିତିରେ ଗ୍ରେନେଡ ବିସ୍ଫୋରଣ ହେଲା, ତା’ର ମଧ୍ୟ ତଦନ୍ତ କରାଯାଉଥିବା ମୁଖପାତ୍ର ଜଣଙ୍କ ସୂଚନା ଦେଇଛନ୍ତି।

[caption id="" align="aligncenter" width="891"] ବାମରୁ ଜେସିଓ ଭବବାନ ସିଂହ ଓ କ୍ୟାପ୍ଟେନ ଆନନ୍ଦ[/caption]

ଜମ୍ମୁ ପ୍ରତିରକ୍ଷା ୟୁନିଟର ପିଆରଓ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦେବେନ୍ଦ୍ର ଆନନ୍ଦ କହିଛନ୍ତି, ଗ୍ରେନେଡ ବିସ୍ଫୋରଣରେ କ୍ୟାପ୍ଟେନ ଆନନ୍ଦ ଓ ଜେସିଓ ନାଏବ ସୁବେଦାର ଭଗବାନ ସିଂହ ପ୍ରାଣ ହରାଇଛନ୍ତି। ସେମାନଙ୍କ ଜୀବନ ରକ୍ଷା କରିବା ପାଇଁ ସବୁ ପ୍ରକାରର ଉଦ୍ୟମ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। କ୍ୟାପ୍ଟେନ ଆନନ୍ଦ ଘର ବିହାରର ଚମ୍ପାରନ ନଗରରେ ହୋଇଥିବା ବେଳେ ଜେସିଏ ସିଂହଙ୍କ ଘର ଉତ୍ତର ପ୍ରଦେଶା ଆମ୍ବେଦକର ନଗର ଜିଲ୍ଲା ପୋଖାର ଭିଟ୍ଟା ଗାଁରେ ବୋଲି ସେ କହିଛନ୍ତି।

Related story