ସର୍ବସମ୍ମୁଖରେ କ୍ଷମା ନ ମାଗିବା ଯାଏ ସିଦ୍ଧୁଙ୍କୁ ଭେଟିବେନି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ

ଅମୃତସର: ପଞ୍ଜାବରେ ସୃଷ୍ଟି ହୋଇଥିବା ଦଳୀୟ କନ୍ଦଳକୁ ପ୍ରଶମିତ କରିବାକୁ ହାଇକମାଣ୍ଡ ଚେଷ୍ଟା କରୁଥିଲେ ହେଁ ଏହା ଥମିବାର ନାଁ ଧରୁନି। ବିବାଦକୁ ଦୃଷ୍ଟିରେ ରଖି କିଛି ଦିନ ତଳେ ବରିଷ୍ଠ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ମୁଖ୍ୟ କରାଯାଇଥିଲା। ସେ ମୁଖିଆ ହେବା ପରେ ସୌଜନ୍ୟତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ଭେଟିବାକୁ ଚାହିଁଥିଲେ। ହେଲେ ଏହି ଭେଟଘାଟ ଉପରେ ଏବେ କଳାବାଦଲ ଘୋଟାଇ ଆସିଛି। ସିଦ୍ଧୁ ସର୍ବସମ୍ମୁଖରେ ଅମରିନ୍ଦର ସିଂହଙ୍କୁ […]

Congress

Hemant Lenka
  • Published: Tuesday, 20 July 2021
  • , Updated: 20 July 2021, 10:28 PM IST

ଅମୃତସର: ପଞ୍ଜାବରେ ସୃଷ୍ଟି ହୋଇଥିବା ଦଳୀୟ କନ୍ଦଳକୁ ପ୍ରଶମିତ କରିବାକୁ ହାଇକମାଣ୍ଡ ଚେଷ୍ଟା କରୁଥିଲେ ହେଁ ଏହା ଥମିବାର ନାଁ ଧରୁନି। ବିବାଦକୁ ଦୃଷ୍ଟିରେ ରଖି କିଛି ଦିନ ତଳେ ବରିଷ୍ଠ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ମୁଖ୍ୟ କରାଯାଇଥିଲା। ସେ ମୁଖିଆ ହେବା ପରେ ସୌଜନ୍ୟତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ଭେଟିବାକୁ ଚାହିଁଥିଲେ। ହେଲେ ଏହି ଭେଟଘାଟ ଉପରେ ଏବେ କଳାବାଦଲ ଘୋଟାଇ ଆସିଛି।

ସିଦ୍ଧୁ ସର୍ବସମ୍ମୁଖରେ ଅମରିନ୍ଦର ସିଂହଙ୍କୁ କ୍ଷମା ନ ମାଗିବା ଯାଏ ସେ ତାଙ୍କୁ କୌଣସି ପ୍ରକାରର ଭେଟିବେ ନାହିଁ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ରବୀନ ଥୁକରାଲ ସୂଚନା ଦେଇଛନ୍ତି।

ସେ ଟ୍ୱିଟ କରି କହିଛନ୍ତି, ସିଦ୍ଧୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ମାଗିଥିବା ରିପୋର୍ଟରେ କୌଣସି ସତ୍ୟତା ନାହିଁ। ଭେଟିବା ପାଇଁ କେହି ବି କୌଣସି ସମୟ ମାଗି ନାହାନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟରେ କୌଣସି ପ୍ରକାରର ପରିବର୍ତ୍ତନ ହୋଇନାହିଁ। ସିଦ୍ଧୁ ଯେଉଁ ପର୍ଯ୍ୟନ୍ତ ସୋଶାଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନକୁହାନି ପହଞ୍ଚାଇବା ଭଳି ଦେଇଥିବା ବୟାନ ପାଇଁ ସର୍ବସମ୍ମୁଖରେ କ୍ଷମା ମାଗି ନାହାନ୍ତି, ସେ ଯାଏ କୌଣସି ପ୍ରକାରର ଭେଟଘାଟ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।


ଏହାପୂର୍ବରୁ ପଞ୍ଜାବର ଜଣେ ମନ୍ତ୍ରୀ ମଧ୍ୟ ସିଦ୍ଧୁ ଓ ଅମରିନ୍ଦରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ନ ହେବା ଯାଏ କାହା ସହ କୌଣସି ଭେଟଘାଟ ହୋଇପାରିବ ନାହିଁ ବୋଲି କହିଥିଲେ।

Related story