ବାବୁଙ୍କ ପ୍ଲାଷ୍ଟିକ ନଳରୁ ବାହାରିଲା ପୁଳାପୁଳା ଟଙ୍କା, ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ: ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। କେମିତି ଜଣେ ସକରାରୀ ବାବୁଙ୍କ ଘରେ ଲାଗିଥିବା ପାଇପ ଭିତରୁ ପୁଳାପୁଳା ଟଙ୍କା ବାହାରିଲା? ହେଲେ ଏମିତି ଏକ ଘଟଣା ଆଜି କର୍ଣ୍ଣାଟକାର କାଲବୁର୍ଗିରେ ଘଟିଛି। କର୍ଣ୍ଣାଟକା ଦୁର୍ନୀତି ନିବାରଣ ବ୍ୟୁରୋ(ଏସିବି) ଅଧିକାରୀମାନେ ପୂର୍ତ୍ତ ବିଭାଗରେ ଇଞ୍ଜିନିୟର ଭାବେ କାମ କରୁଥିବା ଜଣେ ଅଧିକାରୀଙ୍କ ଘରେ ରେଡ୍‌ କରି ବିପୁଳ ପରିମାଣର ଟଙ୍କା ଓ ସୁନା ଅଳଙ୍କାର ଠାବ କରିଛନ୍ତି। ଦୁର୍ନୀତିରେ ସାମିଲ ଥିବା ସରକାରୀ ଅଧିକାରୀମାନଙ୍କ ଠିକଣାରେ […]

Money

Hemant Lenka
  • Published: Wednesday, 24 November 2021
  • , Updated: 24 November 2021, 07:54 PM IST

ବେଙ୍ଗାଲୁରୁ: ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। କେମିତି ଜଣେ ସକରାରୀ ବାବୁଙ୍କ ଘରେ ଲାଗିଥିବା ପାଇପ ଭିତରୁ ପୁଳାପୁଳା ଟଙ୍କା ବାହାରିଲା? ହେଲେ ଏମିତି ଏକ ଘଟଣା ଆଜି କର୍ଣ୍ଣାଟକାର କାଲବୁର୍ଗିରେ ଘଟିଛି। କର୍ଣ୍ଣାଟକା ଦୁର୍ନୀତି ନିବାରଣ ବ୍ୟୁରୋ(ଏସିବି) ଅଧିକାରୀମାନେ ପୂର୍ତ୍ତ ବିଭାଗରେ ଇଞ୍ଜିନିୟର ଭାବେ କାମ କରୁଥିବା ଜଣେ ଅଧିକାରୀଙ୍କ ଘରେ ରେଡ୍‌ କରି ବିପୁଳ ପରିମାଣର ଟଙ୍କା ଓ ସୁନା ଅଳଙ୍କାର ଠାବ କରିଛନ୍ତି।

ଦୁର୍ନୀତିରେ ସାମିଲ ଥିବା ସରକାରୀ ଅଧିକାରୀମାନଙ୍କ ଠିକଣାରେ ଏବେ ରାଜ୍ୟ ତମାମ ରେଡ୍‌ କରାଯାଉଛି। ଏହିକ୍ରମରେ ପୂର୍ତ୍ତ ବିଭାଗର ଯୁଗ୍ମ ଇଞ୍ଜିନିୟର ଶନ୍ଥା ଗୌଡ଼ ବିରାଦରଙ୍କ ଘରେ ଆଜି ଏସିବି ପକ୍ଷରୁ ଚଢ଼ଉ କରାଯାଇଥିଲା। ରେଡ୍‌ ବେଳେ ଅଧିକାରୀମାନେ ଶ୍ରୀ ବିରାଦରଙ୍କ ଘରୁ ନଗଦ ୨୫ ଲକ୍ଷ ଟଙ୍କା ଓ ବିପୁଳ ପରିମାଣର ସୁନା ଗହଣା ଠାବ କରିଛନ୍ତି। ରେଡ୍‌ ବେଳେ ବାବୁ ଜଣଙ୍କ ତାଙ୍କ ଘରର ପାଇପ ଲାଇନରେ ପୁଳାପୁଳା ଟଙ୍କା ଲୁଚାଇଥିବା ଜଣାପଡ଼ିଥିଲା।

ଏହାକୁ ବାହାର କରିବା ପାଇଁ ଅଧିକାରୀମାନେ ଜଣେ ପାଇ ପାଇପ ମିସ୍ତ୍ରୀଙ୍କ ସହଯୋଗ ନେଇଥିଲେ। ମିସ୍ତ୍ରୀ ଜଣଙ୍କ ପାଇପ ଭିତରୁ ପୁଳାପୁଳା ୫ଶହ ଟଙ୍କିଆ ନୋଟ ବାହାର କରିବା ବେଳେ ଏହାକୁ ବାଲ୍ଟିରେ ଅଧିକାରୀମାନେ ସଂଗ୍ରହ କରିଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ସାମ୍ନାକୁ ଆସିଥିବା ଭିଡିଓରେ ପାଇପ ମିସ୍ତ୍ରୀ ଓ ଅଧିକାରୀମାନେ ଏକାଧିକ ପାଇପକୁ ଖୋଲି ଏହା ମଧ୍ୟରୁ ଟଙ୍କାର ନୋଟ୍‌ ବାହାର କରୁଥିବା ଦେଖିବାକୁ ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଘରେ ପାଇପ ଲାଗିଥିଲେ ମଧ୍ୟ ଏହାର ବ୍ୟବହାର ହେଉ ନଥିଲା। କେବଳ ଟଙ୍କାକୁ ଲୁଚାଇ ରଖିବା ପାଇଁ ବାବୁ ଜଣଙ୍କ ଏପରି ପାଇପ ଲଗାଇଥିଲେ। ପାଇପ ଭିତରୁ ପ୍ରାୟ ୧୩ ଟଙ୍କା ମିଳିଥିବା କୁହାଯାଉଛି। ଏବେ ତାଙ୍କ ବିରୋଧରେ ମାମଲା ରୁଜୁ କରି ଏସିବି ଶ୍ରୀ ବିରାଦରଙ୍କୁ ଗିରଫ କରିଥିବା ଜଣାପଡ଼ିଛି।


ସୂଚନା ଅନୁଯାୟୀ, ରାଜ୍ୟର ୧୫ ଅଧିକାରୀଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲା ଅଭିଯୋଗ ପରେ ଏସିବି ରାଜ୍ୟବ୍ୟାପୀ ୬୦ଟି ସ୍ଥାନରେ ରେଡ୍‌ କରିଛି। ନିକଟରେ ବେଙ୍ଗାଲୁରୁ ଡେଭଲପମେଣ୍ଟ ଅଥୋରିଟିଙ୍କ ଠିକଣାରେ ମଧ୍ୟ ରେଡ୍‌ ହୋଇଥିଲା।

Related story