ଏସିବିକୁ ବନ୍ଧୁକ ଦେଖାଇ ଖସିଗଲା ଲାଞ୍ଚୁଆ ପୁଲିସ

ମୁମ୍ୱାଇ: ମାମଲା ଦାୟର କରିବାକୁ ହାତଗୁଞ୍ଜା ନେଉଛନ୍ତି ପୁଲିସ ଏସଆଇ। ଏସିବି (ଦୁର୍ନୀତି ନିବାରଣ ବ୍ୟୁରୋ) ହାତରେ ପୁଲିସ ଏସଆଇ ଜଣଙ୍କ ଧରାପଡ଼ିଛନ୍ତି। ହେଲେ ତାଙ୍କ ପାଖରେ ଥିବା ସର୍ଭିସ୍ ପିସ୍ତଲକୁ  ଏସିବି ଟିମକୁ ଦେଖାଇ ଏସଆଇ ଜଣଙ୍କ ଚମ୍ପଟ ମାରିଛନ୍ତି। ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାରେ ବୁଧବାର ଦିନ ୧୧ଟା ୩୦ ସମୟରେ ଏହି ଘଟଣା ଘଟିଛି। ଏସିବି ତରଫରୁ ଏ ନେଇ ରାଇଗଡ ଜିଲ୍ଲା ଇକୋନମିକ ଅଫେନ୍ସ ଓ୍ୱିଙ୍ଗରେ ସବ ଇନସପେକ୍ଟର ଗଣେଷ କନ୍ଦେକରଙ୍କ ନାମରେ […]

Pistol

Subhransu Sekhar
  • Published: Thursday, 25 March 2021
  • , Updated: 25 March 2021, 03:59 PM IST

ମୁମ୍ୱାଇ: ମାମଲା ଦାୟର କରିବାକୁ ହାତଗୁଞ୍ଜା ନେଉଛନ୍ତି ପୁଲିସ ଏସଆଇ। ଏସିବି (ଦୁର୍ନୀତି ନିବାରଣ ବ୍ୟୁରୋ) ହାତରେ ପୁଲିସ ଏସଆଇ ଜଣଙ୍କ ଧରାପଡ଼ିଛନ୍ତି। ହେଲେ ତାଙ୍କ ପାଖରେ ଥିବା ସର୍ଭିସ୍ ପିସ୍ତଲକୁ  ଏସିବି ଟିମକୁ ଦେଖାଇ ଏସଆଇ ଜଣଙ୍କ ଚମ୍ପଟ ମାରିଛନ୍ତି। ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାରେ ବୁଧବାର ଦିନ ୧୧ଟା ୩୦ ସମୟରେ ଏହି ଘଟଣା ଘଟିଛି।

ଏସିବି ତରଫରୁ ଏ ନେଇ ରାଇଗଡ ଜିଲ୍ଲା ଇକୋନମିକ ଅଫେନ୍ସ ଓ୍ୱିଙ୍ଗରେ ସବ ଇନସପେକ୍ଟର ଗଣେଷ କନ୍ଦେକରଙ୍କ ନାମରେ ଏତଲା ଦିଆଯାଇଛି। ଅଭିଯୋଗରେ ଏସିବି ତରଫରୁ କୁହାଯାଇଛି ଏସଆଇ ଜଣଙ୍କ ରାଇଗଡ ଜିଲ୍ଲାରେ ମନଗାଁଓ ଥାନାରେ ନିୟୋଜିତ। ପୂର୍ବ ସୂଚନା ମୁତାବକ ଏକ ମାମଲା ଦାଖଲ ପାଇଁ

ଥାନାରେ ମାମଲା ରୁଜୁ ପାଇଁ ପୁଲିସ ସବଇନସପେକ୍ଟର ଗଣେଷ କନ୍ଦେକର ଅଭିଯୋଗକାରୀଙ୍କ ପାଖରୁ ହାତଗୁଞ୍ଜା ଦାବି କରିଥିଲେ। ଏହାପରେ ଅଭିଯୋଗକାରୀ ଏସିବି ଅଫିସକୁ ସୂଚନା ଦେଇଥିଲେ। ପରେ ବୁଧବାର ଏସଆଇ ଜଣଙ୍କୁ ରଙ୍ଗେ ହାତ ଧରିବା ପାଇଁ ଏସିବି ଯୋଜନା କରିଥିଲା। ଆଉ ଅଭିଯୋଗକାରୀ ଜଣଙ୍କ ଥାନାକୁ ଯାଇ ଏସଆଇଙ୍କୁ ୨୫ ହଜାର ଟଙ୍କା ଦେଉଥିଲେ। ଆଉ ପାଖରେ ଥିବା ଏସିବି ଟିମ୍ ଏସଆଇ ଗଣେଷ କନ୍ଦେକରଙ୍କୁ ରେଙ୍ଗେ ହାତ ଧରିବାକୁ ଯାଉଥିଲେ।

ତେବେ ଏସଆଇ ଗଣେଷ କନ୍ଦେକର ସଙ୍ଗେସଙ୍ଗେ ତାଙ୍କ ପାଖରେ ଥିବା ପିସ୍ତଲକୁ ଏସିବି ଟିମଙ୍କୁ ଦେଖାଇଥିଲେ। ଆଉ ଥାନାରୁ ବାହାରି ୨୫ ହଜାର ଟଙ୍କା ସହିତ ନିଜ ବାଇକରେ ଖସି ପଳାଇବାରେ ସକ୍ଷମ ହୋଇଥିଲେ ଏହି ଲାଞ୍ଚୁଆ ପୁଲିସ।

ତେବେ ତାଙ୍କୁ ଅଟକାଇବା ପାଇଁ ଏସିବି ଟିମର ଜଣେ କନେଷ୍ଟବଳ ଚେଷ୍ଟା କରିଥିଲେ। ହେଲେ ଏସଆଇ ଗଣେଷ କନ୍ଦେକର କନେଷ୍ଟବଳଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଜଣାପଡ଼ିଛି। ଏବେ କନେଷ୍ଟବଳ ଜଣଙ୍କ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କର ଗୋଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି।

ମାମଲାକୁ ଗୁରୁତର ସହ ନେଇ ଏସିବି ଟିମ୍ ରାଇଗଡ ଜିଲ୍ଲାର ଇକୋମିକ୍ସ ଅଫେନ୍ସ ଓ୍ୱିଙ୍ଗ ନିକଟରେ ଅଭିଯୋଗ କରିଛି। ଏବେ ଏସଆଇ ଗଣେଷ କନ୍ଦେକରକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍ ଚାଲିଛି।

Related story