ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି, ୨ ଜଣଙ୍କୁ ବାନ୍ଧିଲା ସିବିଆଇ

କୋଲକାତା: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ) ବୁଧବାର ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରଥମ ଗିରଫଦାରୀ ଆରମ୍ଭ କରିଛି। ଏହି ଘଟଣାରେ ତଦନ୍ତକାରୀ ସଂସ୍ଥା ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ(ଏସଏସସି)ର ପୂର୍ବତନ ଉପଦେଷ୍ଟା ଶାନ୍ତି ପ୍ରସାଦ ସିହ୍ନା ଓ ଏସ୍‌ସ୍‌ସିର ପୂର୍ବତନ ଅଧ୍ୟକ୍ଷ ଅଶୋକ ଶାହଙ୍କୁ ଗିରଫ କରିଛି। ସିବିଆଇର ଏକ ବିବୃତ୍ତି ଅନୁଯାୟୀ, ଦୁହେଁ ଏସ୍.ସି.ସି ନିୟମର ବ୍ୟବସ୍ଥାର ଉଲ୍ଲଂଘନ କରିଥିଲେ। ଫାଙ୍କା ପଡ଼ିଥିବା ଗ୍ରୁପ୍ ସି କର୍ମଚାରୀ ପଦବୀ ସମ୍ପର୍କରେ ତଥ୍ୟ ହାସଲ କରିବା […]

santi

santi

Niranjan Mishra
  • Published: Wednesday, 10 August 2022
  • Updated: 10 August 2022, 08:01 PM IST

Sports

Latest News

କୋଲକାତା: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ) ବୁଧବାର ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରଥମ ଗିରଫଦାରୀ ଆରମ୍ଭ କରିଛି। ଏହି ଘଟଣାରେ ତଦନ୍ତକାରୀ ସଂସ୍ଥା ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ(ଏସଏସସି)ର ପୂର୍ବତନ ଉପଦେଷ୍ଟା ଶାନ୍ତି ପ୍ରସାଦ ସିହ୍ନା ଓ ଏସ୍‌ସ୍‌ସିର ପୂର୍ବତନ ଅଧ୍ୟକ୍ଷ ଅଶୋକ ଶାହଙ୍କୁ ଗିରଫ କରିଛି।

ସିବିଆଇର ଏକ ବିବୃତ୍ତି ଅନୁଯାୟୀ, ଦୁହେଁ ଏସ୍.ସି.ସି ନିୟମର ବ୍ୟବସ୍ଥାର ଉଲ୍ଲଂଘନ କରିଥିଲେ। ଫାଙ୍କା ପଡ଼ିଥିବା ଗ୍ରୁପ୍ ସି କର୍ମଚାରୀ ପଦବୀ ସମ୍ପର୍କରେ ତଥ୍ୟ ହାସଲ କରିବା ସହ ସେହି ପଦବୀରେ ଅସଫଳ ପ୍ରାର୍ଥୀଙ୍କୁ ନିଯୁକ୍ତ କରିବା ପାଇଁ ସୁପାରିଶ କରିଥିଲେ। ଏହି ସୁପାରିଶଗୁଡିକ ଜାରି କରିବାକୁ ସେମାନେ ଆଞ୍ଚଳିକ ଆୟୋଗ ଅଧ୍ୟକ୍ଷଙ୍କ ଦସ୍ତଖତ ଜାଲିଆତି କରିଥିଲେ।

ସେମାନେ ବିଧିବ୍ୟବସ୍ଥାକୁ ଅତିକ୍ରମ କରିଥିଲେ। ମନୋନୀତ ପ୍ରାର୍ଥୀଙ୍କ ନାମ ୱେବସାଇଟରେ ପୋଷ୍ଟ ନକରି ଏହି ସୁପାରିଶ ଆଧାରରେ ନିଯୁକ୍ତି ପତ୍ର ପ୍ରଦାନ କରିିଥିଲେ। ତେଣୁ କୃତି ପ୍ରାର୍ଥୀ ଚାକିରି ପାଇବାରୁ ବଞ୍ଚିତ ହୋଇଥିବା ସିବିଆଇ ପକ୍ଷରୁ କୁହାଯାଇଛି।

ସେପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଟିଏମସି ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ଏହି ମାମଲାରେ ସମ୍ପୃକ୍ତି ନେଇ ପୁଣି ନୋଟିସ ପଠାଇଛି। ଆସନ୍ତା ସପ୍ତାହରେ କୋଲକାତା ଇଡି କାର୍ଯ୍ୟାଳୟରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ନୋଟିସ୍‌ରେ କୁହାଯାଇଛି।

ଏହା ପୂର୍ବରୁ ଇଡି ତାଙ୍କ ବାସଭବନରେ ଚଢ଼ଉ କରି କିଛି ଗୁରୁତ୍ୱପୂର୍ଣ୍ଣ ଦଲିଲ ପାଇଥିଲା। ଏହା ପରେ ତାଙ୍କୁ ପଚରାଉଚରା ପାଇଁ ଅନୁସନ୍ଧାନକାରୀ ସଂସ୍ଥା ଡକାଇଥିଲା। ମାଣିକ ଭଟ୍ଟାଚାର୍ଯ୍ୟ ଦୁଇଥର ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ତେଣେ ଏହି ଘଟଣା ପୂର୍ବରୁ ତାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ବୋର୍ଡ ସଭାପତି ପଦରୁ ବାହାର କରିଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story