ସିସୋଦିଆଙ୍କ ଘରେ ସିବିଆଇ ଚଢ଼ଉକୁ ନେଇ ଜୋର ଧରିଛି ରାଜନୀତି

ନୂଆଦିଲ୍ଲୀ: ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଚଢ଼ଉକୁ ନେଇ ରାଜନୀତି ଜୋର ଧରିଛି।  ଉଭୟ ଆମ୍ ଆଦମି ପାର୍ଟି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ଦିଲ୍ଲୀ, ପଞ୍ଜାବ ପରେ ଗୁଜରାଟ୍ ନିର୍ବାଚନକୁ ଆପ୍ ଟାର୍ଗେଟ କରିଥିବାରୁ ତା ପୂର୍ବରୁ ସିସୋଦିଆଙ୍କ ମାଧ୍ୟମରେ କେଜ୍ରିଓ୍ୱାଲଙ୍କୁ ରୋକିବା ଲାଗି ବିଜେପି ଚେଷ୍ଟା କରୁଛି ବୋଲି ଆମ୍ ଆଦମି ପାର୍ଟି ପକ୍ଷରୁ କୁହାଯାଇଛି । ବିଜେପି ଓ କେନ୍ଦ୍ର ସରକାର ଆମ୍ ଆଦମି […]

manish-sisodia

  • Published: Sunday, 21 August 2022
  • , Updated: 21 August 2022, 06:08 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଚଢ଼ଉକୁ ନେଇ ରାଜନୀତି ଜୋର ଧରିଛି।  ଉଭୟ ଆମ୍ ଆଦମି ପାର୍ଟି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ଦିଲ୍ଲୀ, ପଞ୍ଜାବ ପରେ ଗୁଜରାଟ୍ ନିର୍ବାଚନକୁ ଆପ୍ ଟାର୍ଗେଟ କରିଥିବାରୁ ତା ପୂର୍ବରୁ ସିସୋଦିଆଙ୍କ ମାଧ୍ୟମରେ କେଜ୍ରିଓ୍ୱାଲଙ୍କୁ ରୋକିବା ଲାଗି ବିଜେପି ଚେଷ୍ଟା କରୁଛି ବୋଲି ଆମ୍ ଆଦମି ପାର୍ଟି ପକ୍ଷରୁ କୁହାଯାଇଛି । ବିଜେପି ଓ କେନ୍ଦ୍ର ସରକାର ଆମ୍ ଆଦମି ପାର୍ଟିକୁ ଭୟ କରୁଥିବାରୁ ଏଭଳି ହୀନ ଚକ୍ରାନ୍ତ କରୁଛି ବୋଲି ମନୀଷ ସିସୋଦିଆ କହିଛନ୍ତି।  ଦିଲ୍ଲୀ ଅବକାରୀ ନୀତି ଲାଗୁ କ୍ଷେତ୍ରରେ ଦୁର୍ନୀତି ଅଭିଯୋଗ ଆଣି ସିବିଆଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ସିବିଆଇ ପକ୍ଷରୁ ହୋଇଥିବା ମାମଲାରେ ସିସୋଦିଆଅଙ୍କ ସମେତ ୧୪ ଜଣ ଯାକ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ଏ ସବୁ କି ଡ୍ରାମା ଚାଲିଛି ବୋଲି ମୋଦିଙ୍କ ଉଦ୍ଦେଶ୍ୟରେ ସିସୋଦିଆ କହିଛନ୍ତି । ଆଜି କାହା ଘରେ ସିବିଆଇ କି ଇଡି ଚଢ଼ଉ କରିବ ବୋଲି ପ୍ରଧାନମନ୍ତ୍ରୀ ସବୁବେଳେ ଚିନ୍ତା କରିବା ଦୁର୍ଭାଗ୍ୟଜନକ ବୋଲି ସିସୋଦିଆ କହିଛନ୍ତି । ଦେଶ ଏବେ ସେଇଭଳି ଜଣେ ନେତାଙ୍କୁ ଖୋଜୁଛି ଯିଏ ମୁଦ୍ରାସ୍ଫୀତି ଓ ବେରୋଜଗାର ସମସ୍ୟାର ସମାଧାନ କରିପାରିବ ବୋଲି ସେ କହିଛନ୍ତି ।

ସେହିପରି ସିସୋଦିଆ ଆହୁରି କହିଛନ୍ତି ଯେ, କେନ୍ଦ୍ର ସରକାର କି ବିଜେପି କେବେ ବି ଅବକାରୀ ନୀତି କଥା ଚିନ୍ତା କରନ୍ତି ନାହିଁ ଯଦି ଚିନ୍ତା କରୁଥାନ୍ତେ, ତା ହେଲେ ଗୁଜରାଟରେ ପ୍ରତିବର୍ଷ ହେଉଥିବା ଅବକାରୀ କର ବାବଦରେ ୧୦ ହଜାର କୋଟି ଟଙ୍କାର ଦୁର୍ନୀତିର ତଦନ୍ତ ପ୍ରଥମେ କରାଇଥାନ୍ତେ । ତାଛଡ଼ା ଗୁଜରାଟରେ ବିଷାକ୍ତ ମଦ ପିଇ ହଜାରେ ଲୋକ ମିରଯିବାର ବି ତଦନ୍ତ କରାଇଥାନ୍ତେ ବୋଲି ସିସୋଦିଆ କହିଛନ୍ତି । ତେବେ ବିଜେପି ପ୍ରଥମେ ଅଭିଯୋଗ କଲା ଦିଲ୍ଲୀରେ ହଜାରେ କୋଟିର ଦୁର୍ନୀତି, ପରେ କହିଲେ ୮୦୦୦ କୋଟି, ତା ପରେ କହିଲେ ୧୧୪ କୋଟିର ଦୁର୍ନୀତି ହେଲେ ତଦନ୍ତରେ କିଛି ବି ପାଇବେ ନାହିଁ । କାରଣ ସ୍ୱଚ୍ଛତାର ସହ ହୋଇଛି ବୋଲି ସିସୋଦିଆ କହିଛନ୍ତି।  ସେପଟେ ମଦ ନୀତିକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛି ବିଜେପି । ବିଜେପି ଅଭିଯୋଗ କରିଛି ଯେ, ଏଥିରେ କେଜ୍ରିଓ୍ୱାଲ ହିଁ ମୁଖ୍ୟ କାର୍ପଟଦାର । ଏ ଦୁର୍ନୀତି ହିଁ କେଜ୍ରିଓ୍ୱାଲଙ୍କ ବଡ଼ ବଡ଼ ଦୁର୍ନୀତିର ପର୍ଦ୍ଦାଫାସ କରାଇବ ବୋଲି ବିଜେପି ନେତା କହିଛନ୍ତି । ଏହାସହ ୨୦୨୪ରେ ଆପ୍ ହିଁ ବିଜେପି ପାଇଁ ଚ୍ୟାଲେଞ୍ଜ ହେବ ବୋଲି ଦାବିକୁ ଖଣ୍ଡନ କରିଛି ବିଜେପି।  ନିକଟରେ ଉତ୍ତରପ୍ରଦେଶରେ କଣ ହେଲା  ଏ ଦେଶ ଦେଖିଛି ବୋଲି ବିଜେପି କହିଛି ।

 

Related story