ଲାଲୁ ସୁସ୍ଥ ହେଉ ହେଉ ତଦନ୍ତ ଆରମ୍ଭ କଲା ସିବିଆଇ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଣି ବଢ଼ିଲା ଅଡୁଆ। ସୁସ୍ଥ ହୋଇ ଘରକୁ ଫେରୁ ଫେରୁ ତାଙ୍କ ବିରୋଧରେ ପୁଣି ତଦନ୍ତ ଆରମ୍ଭ କରିଛି ସିବିଆଇ। ଲାଲୁଙ୍କ ପୁରୁଣା ଫାଇଲ୍ ଖୋଲିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ୟୁପିଏ ସରକାରରେ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବା ବେଳେ ରେଲୱେ ପ୍ରୋଜେକ୍ଟ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ହୋଇଥିଲା। ୨୦୧୮ରେ ଏହାର ତଦନ୍ତ ଆରମ୍ଭ କରିଥିଲା ସିବିଆଇ। ତେବେ ମେ’ ୨୦୨୧ରେ […]

Lalu Yadav

Lalu Yadav

Madhupriya Mistry
  • Published: Monday, 26 December 2022
  • Updated: 26 December 2022, 11:46 AM IST

Sports

Latest News

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଣି ବଢ଼ିଲା ଅଡୁଆ। ସୁସ୍ଥ ହୋଇ ଘରକୁ ଫେରୁ ଫେରୁ ତାଙ୍କ ବିରୋଧରେ ପୁଣି ତଦନ୍ତ ଆରମ୍ଭ କରିଛି ସିବିଆଇ। ଲାଲୁଙ୍କ ପୁରୁଣା ଫାଇଲ୍ ଖୋଲିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା।

ୟୁପିଏ ସରକାରରେ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବା ବେଳେ ରେଲୱେ ପ୍ରୋଜେକ୍ଟ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ହୋଇଥିଲା। ୨୦୧୮ରେ ଏହାର ତଦନ୍ତ ଆରମ୍ଭ କରିଥିଲା ସିବିଆଇ। ତେବେ ମେ’ ୨୦୨୧ରେ ଏହି ତଦନ୍ତକୁ ବନ୍ଦ କରାଯାଇଥିଲା। ଦୁର୍ନୀତି ନେଇ କୌଣସି ଅଭିଯୋଗ ନଥିବା କହି ସିବିଆଇ ମାମଲା ବନ୍ଦ କରିଥିଲା। ଲାଲୁଙ୍କ ବ୍ୟତୀତ ତାଙ୍କ ପୁଅ ତଥା ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ଝିଅ ଚନ୍ଦା ଯାଦବ, ରାଗିଣୀ ଯାଦବ ଏହି ମାମଲରେ ଅଭିଯୁକ୍ତ ଅଛନ୍ତି।

ଲାଲୁ ଯାଦବଙ୍କ ବିରୋଧରେ ମାମଲାର ପୁନଃ ତଦନ୍ତ କରିବା ନିଷ୍ପତ୍ତି ସେତେବେଳେ ଆସିଥିଲା, ନିକଟରେ ଯେତେବେଳେ ନୀତୀଶ କୁମାର ବିଜେପି ସହିତ ସମ୍ପର୍କ ଭାଙ୍ଗିଥିଲେ ଏବଂ ଆରଜେଡି ସହିତ ବିହାରରେ ସରକାର ଗଠନ କରିଥିଲେ। ବିଜେପିରୁ ଅଲଗା ହେବାପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଭିଯୋଗ କରିଥିଲେ ଯେ ବିଜେପି ତାଙ୍କ ଦଳ ଭାଙ୍ଗିବାକୁ ଯୋଜନା କରୁଛି।

ସିବିଆଇର ପୁଣି ଏହି ତଦନ୍ତ ଯୋଗୁ ବଡ ଧରଣର ରାଜନୈତିକ ବିବାଦ ଉପୁଜିପାରେ ବୋଲି ଆଶା କରାଯାଉଛି । କାରଣ ବିରୋଧୀ ଦଳ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ତଦନ୍ତ ସଂସ୍ଥାର ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story