ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ସିବିଆଇର ଖୋଳତାଡ଼  

ନୂଆଦିଲ୍ଲୀ: ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ସିବିଆଇ ବିଧିବଦ୍ଧ ତଦନ୍ତ ଆରମ୍ଭ କରିଛି। ଏନେଇ ସିବିଆଇ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଗୋଆ ପୁଲିସର ଏତଲାକ୍ରମେ କ୍ରମେ ସିବିଆଇ ସାନି ଏତଲା ରୁଜୁ କରିଛି। କେନ୍ଦ୍ରଗୃହମନ୍ତ୍ରଣାଳାୟର ନିର୍ଦ୍ଦେଶକ୍ରମେ ସିବିଆଇ ମାମଲାର ତଦନ୍ତ ଆରମ୍ଭ କରିଛି। ଏହା ପରେ ସବିଆଇ ଟିମ୍‌ ଗୋଆ ଯାଇ ସୋନାଲି ମୃତ୍ୟୁ ମାମଲାର ଛାନଭିନ୍‌ କରିବ।  ପୂର୍ବରୁ ଗୋଆ ପୁଲିସ ଯୋଗାଡ଼ କରିଥିବା ଦସ୍ତାବିଜ୍‌କୁ  ସିବିଆଇକୁ ହସ୍ତାନ୍ତର କରାଯିବ।  […]

Sonali Fogat

  • Published: Thursday, 15 September 2022
  • , Updated: 15 September 2022, 09:00 PM IST

ନୂଆଦିଲ୍ଲୀ: ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ସିବିଆଇ ବିଧିବଦ୍ଧ ତଦନ୍ତ ଆରମ୍ଭ କରିଛି। ଏନେଇ ସିବିଆଇ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଗୋଆ ପୁଲିସର ଏତଲାକ୍ରମେ କ୍ରମେ ସିବିଆଇ ସାନି ଏତଲା ରୁଜୁ କରିଛି। କେନ୍ଦ୍ରଗୃହମନ୍ତ୍ରଣାଳାୟର ନିର୍ଦ୍ଦେଶକ୍ରମେ ସିବିଆଇ ମାମଲାର ତଦନ୍ତ ଆରମ୍ଭ କରିଛି। ଏହା ପରେ ସବିଆଇ ଟିମ୍‌ ଗୋଆ ଯାଇ ସୋନାଲି ମୃତ୍ୟୁ ମାମଲାର ଛାନଭିନ୍‌ କରିବ।  ପୂର୍ବରୁ ଗୋଆ ପୁଲିସ ଯୋଗାଡ଼ କରିଥିବା ଦସ୍ତାବିଜ୍‌କୁ  ସିବିଆଇକୁ ହସ୍ତାନ୍ତର କରାଯିବ।  କୁହାଯାଉଛି ଭିସେରା ରିପୋର୍ଟରେ  ସୋନାଲି ଫୋଗାଟଙ୍କ ମୃତ୍ୟୁ  ମାମଲାର ପ୍ରକୃତ ତଥ୍ୟ ମିଳିପାରେ।

ରହସ୍ୟ ଘେରରେ ଥିବା ସୋନାଲି ଫୋଗାଟଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାଶ କେନ୍ଦ୍ର ଗୃହ ମନ୍ତ୍ରାଳୟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲା।  ଗତ ଅଗଷ୍ଟ ୨୨ ତାରିଖ ରାତିରେ ଗୋଆରେ ୪୩ ବର୍ଷ ବୟସ୍କ ଫୋଗାଟଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା।ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଓ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏହି ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ୱାରା ମାମଲାର ତଦନ୍ତ କରାଇବା ପାଇଁ ଅନୁରୋଧ କରିଥିଲେ।

ହରିୟାଣାର ହିସାରର ବିଜେପି ନେତ୍ରୀ ଫୋଗାଟ ଅଗଷ୍ଟ ୨୨ ମଧ୍ୟରାତ୍ରିରେ ଗୋଆରେ ମୃତ୍ୟୁବରଣ କରିଥିଲେ । ତାଙ୍କ ମୃତ୍ୟୁକୁ ହତ୍ୟା ମାମଲା ଭାବରେ ବିବେଚନା କରାଯାଉଛି। ପୂର୍ବରୁ ଗୋଆ ପୁଲିସ ଏହି ମାମଲାର ତଦନ୍ତ କରି ଅନେକ ଗୁରୁତ୍ୱପୂର୍ଣ୍ଣ ସୂତ୍ର ପାଇଥିଲା। କିନ୍ତୁ, ସୋନାଲୀ ଫୋଗାଟ୍‌ଙ୍କ ଝିଅ ଓ ପରିବାର ଲୋକେ ଏହି ମାମଲା‌ର ସିବିଆଇ ତଦନ୍ତ ଦାବି କରିଥିଲେ।

Related story