ନାରଦା ମାମଲା: ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର କରିଲା ସିବିଆଇ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନାରଦା ଷ୍ଟିଙ୍ଗ ମାମଲାରେ ଗିରଫ ୪ ରାଜନେତାଙ୍କ ଗୃହବନ୍ଦୀ ନିର୍ଦ୍ଦେଶ ବିରୋଧରେ ସିବିଆଇ ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ପ୍ରତ୍ୟାହାର କରିନେଇଛି। କ୍ୟାଲକାଟା ହାଇକୋର୍ଟ ଏହି ୪ ରାଜନେତାଙ୍କ ଜାମିନ ଆବେଦନର ଶୁଣାଣି ନ ସରିବା ଯାଏ, ସେମାନଙ୍କୁ ଜେଲ୍‌ ବଦଳରେ ଗୃହବନ୍ଦୀ କରି ରଖିବାକୁ କହିଥିଲେ। ଏହି ୪ ରାଜନେତାଙ୍କ ମଧ୍ୟରେ ଟିଏମସିର ୩ ବରିଷ୍ଠ ନେତା ଅଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ ମମତା ବାନାର୍ଜୀଙ୍କ ସରକାରରେ ମନ୍ତ୍ରୀ ଅଛନ୍ତି। ହାଇକୋର୍ଟର […]

TMC

Hemant Lenka
  • Published: Tuesday, 25 May 2021
  • , Updated: 25 May 2021, 06:39 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନାରଦା ଷ୍ଟିଙ୍ଗ ମାମଲାରେ ଗିରଫ ୪ ରାଜନେତାଙ୍କ ଗୃହବନ୍ଦୀ ନିର୍ଦ୍ଦେଶ ବିରୋଧରେ ସିବିଆଇ ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ପ୍ରତ୍ୟାହାର କରିନେଇଛି। କ୍ୟାଲକାଟା ହାଇକୋର୍ଟ ଏହି ୪ ରାଜନେତାଙ୍କ ଜାମିନ ଆବେଦନର ଶୁଣାଣି ନ ସରିବା ଯାଏ, ସେମାନଙ୍କୁ ଜେଲ୍‌ ବଦଳରେ ଗୃହବନ୍ଦୀ କରି ରଖିବାକୁ କହିଥିଲେ। ଏହି ୪ ରାଜନେତାଙ୍କ ମଧ୍ୟରେ ଟିଏମସିର ୩ ବରିଷ୍ଠ ନେତା ଅଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ ମମତା ବାନାର୍ଜୀଙ୍କ ସରକାରରେ ମନ୍ତ୍ରୀ ଅଛନ୍ତି।

ହାଇକୋର୍ଟର ବୃହତ୍ତରେ ବେଞ୍ଚ ରାଜନେତାଙ୍କ ଜାମିନ ଆବେଦନର ଶୁଣାଣି କରୁଛନ୍ତି। ଏଥିସହ ବେଞ୍ଚ ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ନିଜର ପକ୍ଷ ରଖିବାକୁ ମଧ୍ୟ କହିଛନ୍ତି। ଏହି କାରଣରୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଭୀନିତ ସରନ ଓ ଜଷ୍ଟିସ ବିଆର ଗାଭାଇଙ୍କ ଖଣ୍ଡପୀଠ ସିବିଆଇକୁ ଆବେଦନ ପ୍ରତ୍ୟାହାର କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ହାଇକୋର୍ଟଙ୍କ ନିକଟରେ ସମସ୍ତ ଆପତ୍ତି ଜଣାଇବାକୁ ସିବିଆଇକୁ ପରାମର୍ଶ ଦେଇଥିଲେ। ଏହାପରେ ସିବିଆଇ ଆବେଦନକୁ ପ୍ରତ୍ୟାହାର କରିଛି।

ନାରଦା ଷ୍ଟିଙ୍ଗ ମାମଲାରେ ଗିରଫ ରାଜନେତାମାନେ ଜାମିନ ଆବେଦନ କରିଥିଲେ। ଜାମିନ ଆବେଦନର ଶୁଣାଣି ଉପରେ ରୋକ ଲଗାଇ କ୍ୟାଲକାଟା ହାଇକୋର୍ଟ ମେ’୨୧ ତାରିଖରେ ସମସ୍ତଙ୍କୁ ଜେଲ ବଦଳରେ ଗୃହବନ୍ଦୀ କରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ହାଇକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ଜାମିନ ଆବେଦନର ଶୁଣାଣି କରିବେ ବୋଲି ନିଷ୍ପତ୍ତି ହୋଇଥିଲା।

ଶୁଣାଣି ପୂର୍ବରୁ ସିବିଆଇ ଏହାକୁ ବାତିଲ କରିବା ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ହେଲେ ଆଜି ସିବିଆଇ ଆବେଦନକୁ ପ୍ରତ୍ୟାହାର କରି ନେଇଛି। ଗିରଫ ରାଜନେତାଙ୍କ ମଧ୍ୟରେ ମନ୍ତ୍ରୀ ଫିରହଦ ହକିମ, ସୁବ୍ରତ ମୁଖାର୍ଜୀ, ବିଧାୟକ ମିଦନ ମିତ୍ର ଓ ଟିଏମସି ଛାଡ଼ି ବିଜେପିରେ ଯୋଗଦେବା ପରେ ମାର୍ଚ୍ଚ ମାସରେ ପଦ୍ମ ଦଳକୁ ବାଏବାଏ କହିଥିବା ସୋଭନ ଚାଟାର୍ଜୀ ରହିଛନ୍ତି। ସିବିଆଇ ତା’ ଚାର୍ଜଶିଟରେ କହିଛି ଯେ ରାଜନେତାମାନେ ଲାଞ୍ଚ ନେଉଥିଲେ କିମ୍ବା ଲାଞ୍ଚ ନେବାକୁ ସହମତି ହୋଇଥିଲେ।

Related story