ବଦଳିଲା ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାର ମୂଲ୍ୟାୟନ ପଦ୍ଧତି, ଦାଖଲ ତାରିଖ ବି ବଢ଼ିଲା

ନୂଆଦିଲ୍ଲୀ: ମହମାରୀ କରୋନା ପାଇଁ ବାତିଲ ହୋଇଥିବା ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ମୂଲ୍ୟାୟନ ପଦ୍ଧତି ସାମାନ୍ୟ ବଦଳିଛି। ଏଥିସହ ମାର୍କଶିଟ୍‌ ଦାଖଲ ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି। ସିବିଏସ୍‌ଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଯେଉଁ ସବୁ ସ୍କୁଲର ପ୍ରାଟିକାଲ/ଇଣ୍ଟରନନାଲ ଆସେସମେଣ୍ଟ ପେଣ୍ଡିଂ ହୋଇ ରହିଛି, ସେମାନେ ଏବେ ଅନଲାଇନ ମୋଡରେ ଏହାର ତଦାରଖ କରି ୨୮.୬.୨୦୨୧ ସୁଦ୍ଧା ଦାଖଲ କରିବେ। ପୂର୍ବରୁ ଏହା ୧୧.୦୬.୨୦୨୧ ଥିଲା। ଅନଲାଇନ ପରୀକ୍ଷା ପାଇଁ ଗାଇଡଲାଇନ୍‌ – […]

CBSE

Hemant Lenka
  • Published: Monday, 07 June 2021
  • , Updated: 07 June 2021, 07:45 PM IST

ନୂଆଦିଲ୍ଲୀ: ମହମାରୀ କରୋନା ପାଇଁ ବାତିଲ ହୋଇଥିବା ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ମୂଲ୍ୟାୟନ ପଦ୍ଧତି ସାମାନ୍ୟ ବଦଳିଛି। ଏଥିସହ ମାର୍କଶିଟ୍‌ ଦାଖଲ ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି। ସିବିଏସ୍‌ଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଯେଉଁ ସବୁ ସ୍କୁଲର ପ୍ରାଟିକାଲ/ଇଣ୍ଟରନନାଲ ଆସେସମେଣ୍ଟ ପେଣ୍ଡିଂ ହୋଇ ରହିଛି, ସେମାନେ ଏବେ ଅନଲାଇନ ମୋଡରେ ଏହାର ତଦାରଖ କରି ୨୮.୬.୨୦୨୧ ସୁଦ୍ଧା ଦାଖଲ କରିବେ। ପୂର୍ବରୁ ଏହା ୧୧.୦୬.୨୦୨୧ ଥିଲା।

ଅନଲାଇନ ପରୀକ୍ଷା ପାଇଁ ଗାଇଡଲାଇନ୍‌

- ସମସ୍ତ ବିଷୟର ତାଲିକା ଓ ବ୍ରେକ ଅପ ମାର୍କ(ଥିଓରୀ ଓ ପ୍ରାଟିକାଲ), ପରୀକ୍ଷାର ସମୟ, ସିବିଏସ୍‌ଇ ଦ୍ୱାରା ପରୀକ୍ଷା ନିୟନ୍ତ୍ରକ ନିଯୁକ୍ତ ହେବା ଦରକାର କି ନାହିଁ, ତା’ର ବିସ୍ତୃତ ତଥ୍ୟ ୱେବସାଇଟରେ ଅପଲୋଡ କରିବେ।

-ଯଦି ଏକ୍ସଟରନାଲ ଶିକ୍ଷକ ଅନୁପସ୍ଥିତ ଥିବେ, ତା’ହେଲେ ଇଣ୍ଟରନାଲ ଶିକ୍ଷକ ସିବିଏସ୍‌ଇ ଦେଇଥିବା ଲିଙ୍କରେ ମାର୍କ ଅପଲୋଡ କରିବେ।

-ଯଦି ସିବିଏସ୍‌ଇ ଦ୍ୱାରା ଏକ୍ସଟରନାଲ ଶିକ୍ଷକ ନିଯୁକ୍ତ ହୋଇଥିବେ, ତା’ହେଲେ ସେ ଇଣ୍ଟରନାଲ ଶିକ୍ଷକଙ୍କ ସହ ବିଚାର କରି ପରୀକ୍ଷା ତାରିଖଗୁଡ଼ିକ ନିର୍ଦ୍ଧାରଣ କରିବେ।

-ପରୀକ୍ଷା ତାରିଖରେ କୌଣସି ବୃଦ୍ଧି ଘଟିବ ନାହିଁ। ସମସ୍ତେ ବୋର୍ଡ ପକ୍ଷରୁ କରୋନା ସଂକ୍ରମଣ ରୋକିବାକୁ ଜାରି ଗାଇଡଲାଇନକୁ ପାଳନ କରିବେ।

Related story