କାହିଁକି କ୍ରାଶ ହୋଇଥିଲା ସିଡିଏସ୍‌ ବିପିନ ରାୱତଙ୍କ ହେଲିକପ୍ଟର? ଆସିଲା ରିପୋର୍ଟ

ନୂଆଦିଲ୍ଲୀ: ବିଦାୟୀ ବର୍ଷର ଡିସେମ୍ବର ୮ ତାରିଖ ଆଜି ବି ସମସ୍ତଙ୍କର ମନେ ଅଛି। କାରଣ ସେଦିନ ଦେଶର ପ୍ରଥମ ସିଡିଏସ୍‌ପି ବିପିନ ରାୱତଙ୍କୁ ନେଇ ଯାଉଥିବା ବାୟୁସେନାର ଏମଆଇ-୧୭ଭି୫ ହେଲିକପ୍ଟର ତାମିଲନାଡୁର କୁନ୍ନୁର ଠାରେ କ୍ରାଶ ହୋଇଥିଲା। ଏଥିରେ ସିଡିଏସ୍‌ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୪ ଜଣ ପ୍ରାଣ ହରାଥିଲେ। ତେବେ ସିଡିଏସ୍‌ଙ୍କ ହେଲିକପ୍ଟର କେମିତି କ୍ରାଶ ହୋଇଥିଲା, ତା’ର ତଦନ୍ତ ରିପୋର୍ଟ ଆଜି ସାମ୍ନାକୁ ଆସିଛି। କୋର୍ଟ ଅଫ ଇନକ୍ୱାରୀର […]

CDS

Hemant Lenka
  • Published: Friday, 14 January 2022
  • , Updated: 14 January 2022, 08:00 PM IST

ନୂଆଦିଲ୍ଲୀ: ବିଦାୟୀ ବର୍ଷର ଡିସେମ୍ବର ୮ ତାରିଖ ଆଜି ବି ସମସ୍ତଙ୍କର ମନେ ଅଛି। କାରଣ ସେଦିନ ଦେଶର ପ୍ରଥମ ସିଡିଏସ୍‌ପି ବିପିନ ରାୱତଙ୍କୁ ନେଇ ଯାଉଥିବା ବାୟୁସେନାର ଏମଆଇ-୧୭ଭି୫ ହେଲିକପ୍ଟର ତାମିଲନାଡୁର କୁନ୍ନୁର ଠାରେ କ୍ରାଶ ହୋଇଥିଲା। ଏଥିରେ ସିଡିଏସ୍‌ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୪ ଜଣ ପ୍ରାଣ ହରାଥିଲେ।

ତେବେ ସିଡିଏସ୍‌ଙ୍କ ହେଲିକପ୍ଟର କେମିତି କ୍ରାଶ ହୋଇଥିଲା, ତା’ର ତଦନ୍ତ ରିପୋର୍ଟ ଆଜି ସାମ୍ନାକୁ ଆସିଛି। କୋର୍ଟ ଅଫ ଇନକ୍ୱାରୀର ପ୍ରାଥମିକ ରିପୋର୍ଟରେ ଖରାପ ପାଗ ହିଁ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କୁହାଯାଇଛି। ରିପୋର୍ଟରେ ଯାନ୍ତ୍ରିକ ତ୍ରୁଟି, ଅସାବଧାନତା କିମ୍ବା ଷଡ଼ଯନ୍ତ୍ର ଅଭିଯୋଗକୁ ଖଣ୍ଡନ କରାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ ହଠାତ୍‌ ପାଗରେ ପରବର୍ତ୍ତନ ଆସିବାରୁ ହେଲିକପ୍ଟରଟି ମେଘ ଖଣ୍ଡ ମଧ୍ୟରେ ପ୍ରବେଶ କରି ଯାଇଥିଲା। ମେଘ ଖଣ୍ଡ ଯୋଗୁ ପାଇଲଟ ଜଣଙ୍କ ଆଉ କିଛି ଦେଖିପାରି ନଥିଲେ। ଫଳରେ ସେ ସଂପୂର୍ଣ୍ଣ ଭାବେ ହଡ଼ବଡ଼େଇ ଯାଇଥିଲେ।

ଏଥିସହ ହେଲିକପ୍ଟର ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଏହାପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତିନି ସେବା ସ୍ତରୀୟ ତଦନ୍ତ ବେଳେ ହେଲିକପ୍ଟର ଡାଟା ରେକର୍ଡ ଓ କକପିଟ୍‌ ଭଏସ୍ ରେକର୍ଡର ତର୍ଜମା କରାଯାଇଥିଲା। ହେଲିକପ୍ଟର ଦୁର୍ଘଟଣା ପଛରେ କୌଣସି ଯାନ୍ତ୍ରିକ ତ୍ରୁଟି, ଷଡ଼ଯନ୍ତ୍ର କିମ୍ବା ଅବହେଳା ନାହିଁ।

ଏୟାର ଚିଫ୍ ଏୟାର ମୁଖ୍ୟ ମାର୍ଶଲ ଭିଆର ଚୌଧୁରୀ ଓ ଏୟାର ମାର୍ଶଲ ମନଭେନ୍ଦ୍ର ସିଂହ ଏହି ରିପୋର୍ଟକୁ ଜାନୁଆରୀ ୫ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ପ୍ରଦାନ କରିଥିଲେ। ଏଥିରେ କୁହାଯାଇଛି ଯେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ପାଇଲଟଙ୍କ ନିୟନ୍ତ୍ରଣରେ ଥିଲା। କିନ୍ତୁ ମେଘଖଣ୍ଡ ଯୋଗୁ ସେ ଏହା ଉପରୁ ନିୟନ୍ତ୍ରଣ ହରାଇଥିଲେ। ଏହାପରେ ଏହା କ୍ରାଶ ହୋଇଥିଲା।

ଆମେରିକାର ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ଅନୁଯାୟୀ ଏପରି ଦୁର୍ଘଟଣାରେ ପାଇଲଟ୍ କିମ୍ବା କ୍ରୁ ସଦସ୍ୟମାନେ ପୂର୍ବରୁ ବିପଦ ବିଷୟରେ ଆଦୌ ଜାଣିପାରନ୍ତି ନାହିଁ।

ସୂଚନାଯୋଗ୍ୟ, ଡିସେମ୍ବର ୮ରେ ସିଡିଏସ୍ ରାୱତ, ତାଙ୍କ ପତ୍ନୀ ମଧୁଲିକା ଓ ଅନ୍ୟ ୧୨ ଜଣ ସେନା କର୍ମଚାରୀ ହେଲିକପ୍ଟର ଯୋଗେ ସୁଲୁର ଏୟାରବେସରୁ ୱେଲିଙ୍ଗଟନ୍ ଯାଉଥିଲେ। ତେବେ ସେଠାରେ ପହଞ୍ଚିବାର କିଛି ମିନିଟ୍‌ ପୂର୍ବରୁ କୁନ୍ନୁର ଠାରେ ଘଟିଥିଲା ବଡ଼ ଅଘଟଣ। ହେଲିକପ୍ଟର କ୍ରାଶ କରିବାରୁ ଏଥିରେ ଥିବା ସମସ୍ତ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା।

Related story