ଚାଷୀ ଆନ୍ଦୋଳନକୁ ବିଶ୍ୱସ୍ତରରେ ସମର୍ଥନ ମିଳିବାରୁ ପ୍ରତିକ୍ରିୟା ରଖିଲେ ଭାରତ ସରକାର

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦୀର୍ଘ ୮୦ ଦିନ ହେଲା ଆନ୍ଦୋଳନକୁ ଏବେ ବିଶ୍ୱସ୍ତରର ସେଲେବ୍ରିଟିମାନେ ସମର୍ଥନ କରିବା ଆରମ୍ଭ କରିଛନ୍ତି। ବିଶେଷ କରି ପପ ଷ୍ଟାର ରିହାନା ଓ ଜଳବାୟୁ ପରିବର୍ତ୍ତନର ଯୋଦ୍ଧା ଗ୍ରେଟା ଥର୍ଣ୍ଣବର୍ଗ ସୋଶାଲ ମିଡିଆରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଟ୍ୱିଟ କରିବା ପରେ ଏହା ବିଜୁଳି ବେଗରେ ପ୍ରଚାର ହେବାରେ ଲାଗିଛି। ଏହାକୁ ଦେଖି ଭାରତ ସରକାର କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ […]

d

Hemant Lenka
  • Published: Wednesday, 03 February 2021
  • , Updated: 03 February 2021, 03:18 PM IST

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦୀର୍ଘ ୮୦ ଦିନ ହେଲା ଆନ୍ଦୋଳନକୁ ଏବେ ବିଶ୍ୱସ୍ତରର ସେଲେବ୍ରିଟିମାନେ ସମର୍ଥନ କରିବା ଆରମ୍ଭ କରିଛନ୍ତି। ବିଶେଷ କରି ପପ ଷ୍ଟାର ରିହାନା ଓ ଜଳବାୟୁ ପରିବର୍ତ୍ତନର ଯୋଦ୍ଧା ଗ୍ରେଟା ଥର୍ଣ୍ଣବର୍ଗ ସୋଶାଲ ମିଡିଆରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଟ୍ୱିଟ କରିବା ପରେ ଏହା ବିଜୁଳି ବେଗରେ ପ୍ରଚାର ହେବାରେ ଲାଗିଛି।

ଏହାକୁ ଦେଖି ଭାରତ ସରକାର କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଚାଷୀ ଆନ୍ଦୋଳନ ସମ୍ପର୍କରେ ତରବରିଆ ଭାବେ ପ୍ରତିକ୍ରିୟା ଦେବା ପୂର୍ବରୁ ସେଲେବ୍ରିଟିମାନେ ପ୍ରକୃତ ତଥ୍ୟକୁ ଭଲ ଭାବେ ପରଖି ନିଅନ୍ତୁ। ପ୍ରସଙ୍ଗକୁ ମଧ୍ୟ ସେମାନେ ଭଲ ଭାବେ ବୁଝିବାକୁ ଚେଷ୍ଟା କରନ୍ତୁ।

ସୋଶାଲ ମିଡିଆରେ ଘଟଣାକୁ ଅତିରଞ୍ଜିତ କରି ମତ ଦେବା ଓ ହ୍ୟାଶଟ୍ୟାଗ ଚଳାଇବା ଆଦୌ ଗ୍ରହଣୀୟ ନୁହେଁ। କୃଷି ଆଇନ ଭାରତୀୟ ସଂସଦରେ ଉପଯୁକ୍ତ ଆଲୋଚନା ଓ ବିତର୍କ ପରେ ପାରିତ ହୋଇଛି। ଭାରତର ଖୁବ କମ ସଂଖ୍ୟକ ଚାଷୀ କୃଷି ସଂସ୍କାରକୁ ବିରୋଧ କରୁଛନ୍ତି।

ତଥାପି ଆନ୍ଦୋଳନକାରୀଙ୍କ ଭାବନାକୁ ସମ୍ମାନ ଜଣାଇ ଭାରତ ସରକାର ସେମାନଙ୍କ ସହ ଏକାଧିକ ଥର ଆଲୋଚନା କରିଛନ୍ତି। ଏପରି କି ସମସ୍ୟାର ସମାଧାନ ହେବା ଯାଏ ଆଇନକୁ କାର୍ଯ୍ୟକାରୀ ନ କରିବା ସରକାର ରାଜି ଥିବା ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରସ୍ତାବ ଦେଇଛନ୍ତି।

ଏହା ସତ୍ତ୍ୱେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଆନ୍ଦୋଳନ ଜରିଆରେ ନିଜର ଏଜେଣ୍ଡାକୁ କାର୍ଯ୍ୟକାରୀ କରୁଛନ୍ତି। ସେହିପରି ଆନ୍ଦୋଳନକାରୀଙ୍କ ନାଁରେ ଅରାଜକତା ସୃଷ୍ଟି କରୁଛନ୍ତି। ଏହା ଆଦୌ ଠିକ୍‌ ନୁହେଁ ବୋଲି ଶ୍ରୀବାସ୍ତବ କହିଛନ୍ତି।

Related story