ଡାକ୍ତରଙ୍କ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ, କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ଦେଲା ଅନୁମତି

ନୂଆଦିଲ୍ଲୀ: ଡାକ୍ତରଙ୍କ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ। ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। ସମସ୍ତ ରାଜ୍ୟକୁ ଏଭଳି କହିଛି କେନ୍ଦ୍ର। ଆକ୍ରମଣକାରୀଙ୍କ ବିରୋଧରେ ମହାମାରୀ ଆକ୍ଟ ୨୦୨୦ ଲଗାଇବା ପାଇଁ କହିଛି କେନ୍ଦ୍ର। କୋଭିଡ ମହାମାରୀ ବେଳେ ବିଭିନ୍ନ ରାଜ୍ୟରେ ଡାକ୍ତରଙ୍କ ଉପରେ ଆକ୍ରମଣର ଅଭିଯୋଗ ଆସିଥିଲା। ଏଥିସହ ଡାକ୍ତରଙ୍କ ବିରୋଧରେ ଆକ୍ରମଣକୁ ମଧ୍ୟ ବିରୋଧ କରିଥିଲା ଡାକ୍ତର ସଂଘ। ଏହାପରେ କେନ୍ଦ୍ର ଗୃହ ବିଭାଗ ମାମଲାକୁ ଗୁରୁତର ସହ ନେଇଛି। ଏହାକୁ ନେଇ […]

doctor

doctor

Subhransu Sekhar
  • Published: Saturday, 19 June 2021
  • Updated: 19 June 2021, 08:51 PM IST

Sports

Latest News

ନୂଆଦିଲ୍ଲୀ: ଡାକ୍ତରଙ୍କ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ। ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। ସମସ୍ତ ରାଜ୍ୟକୁ ଏଭଳି କହିଛି କେନ୍ଦ୍ର। ଆକ୍ରମଣକାରୀଙ୍କ ବିରୋଧରେ ମହାମାରୀ ଆକ୍ଟ ୨୦୨୦ ଲଗାଇବା ପାଇଁ କହିଛି କେନ୍ଦ୍ର। କୋଭିଡ ମହାମାରୀ ବେଳେ ବିଭିନ୍ନ ରାଜ୍ୟରେ ଡାକ୍ତରଙ୍କ ଉପରେ ଆକ୍ରମଣର ଅଭିଯୋଗ ଆସିଥିଲା। ଏଥିସହ ଡାକ୍ତରଙ୍କ ବିରୋଧରେ ଆକ୍ରମଣକୁ ମଧ୍ୟ ବିରୋଧ କରିଥିଲା ଡାକ୍ତର ସଂଘ। ଏହାପରେ କେନ୍ଦ୍ର ଗୃହ ବିଭାଗ ମାମଲାକୁ ଗୁରୁତର ସହ ନେଇଛି। ଏହାକୁ ନେଇ ଆଜି ଗୃହ ସଚିବ ଅଜୟ ଭାଲ୍ଲା କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଭାଲ୍ଲା କେନ୍ଦ୍ର ରାଜ୍ୟ ସରକାରଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, କୋଭିଡ ବେଳେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଧମକ ଦେବା ତାଙ୍କ ମନୋବାଳକୁ ଦୁର୍ବଳ କରିପାରେ। ଏହା ମନ ଭିତରୁ ତାଙ୍କୁ ଭୟଭୀତ କରିପାରେ। ଏଭଳି ହେଲେ ଯେଉଁମାନେ ପ୍ରତିଦିନ ଚିକିତ୍ସା କରୁଛନ୍ତି ସେମାନଙ୍କ ପେଶାକୁ ପ୍ରଭାବିତ କରିପାରେ। ତେଣୁ ଗୃହ ବିଭାଗ ନିଷ୍ପତ୍ତି ନେଇଛି ଯେଉଁମାନେ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ମାରପିଟ କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେ କହିଛନ୍ତି ଆକ୍ରମଣକାରୀଙ୍କ ବିରୋଧରେ ପ୍ରଥମେ ଏତଲା ହେବା ଦରକାର। ଏଭଳି ହେଲେ କାର୍ଯ୍ୟାନୁଷ୍ଠାନ ହେବା ପ୍ରକ୍ରିୟା ଶୀଘ୍ର ତ୍ୱରାନ୍ୱିତ ହୋଇପାରିବ। ହେଲେ ଏବେର ପରିସ୍ଥିତିକୁ ଦେଖି ଆକ୍ରମଣକାରୀଙ୍କ ବିରୋଧରେ ମହାମାରୀ ସଂଶୋଧନ ଆଇନ୍ (୨୦୨୦) ଲାଗୁ ହେବ। ଏହି ଆଇନ୍ ଅନୁଯାୟୀ ଯେଉଁମାନେ ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ ଆକ୍ରମଣ କରିଥିବେ ତାଙ୍କ ବିରୋଧରେ ୫ ବର୍ଷ ଯାଏ ଜେଲ ଏବଂ ୨ ଲକ୍ଷ ଟଙ୍କାର ଜୋରିମାନା ଲାଗୁ ହୋଇପାରେ।

ହେଲେ କୌଣସି ସ୍ୱାସ୍ଥ୍ୟକର୍ମୀ ଯଦି ଆକ୍ରମଣର ଶିକାର ହୋଇ ଗୁରୁତର ହୁଅନ୍ତି ଏବଂ ତାଙ୍କୁ ଗମ୍ଭୀର କ୍ଷତି ପହଞ୍ଚାଏ ତାହେଲେ ଆକ୍ରମଣକାରୀଙ୍କୁ ୭ ବର୍ଷ ଜେଲ୍ ଏବଂ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ। ଏହି ମାମଲାରେ ଜାମିନ୍ ମିଳିବ ନାହିଁ। ଖାଲି ଏତିକି ନୁହେଁ ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ ସୋଶାଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଉପରେ ମଧ୍ୟ ନଜର ରଖାଯିବ ବୋଲି ସରକାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story