ସିନ୍ଦେଙ୍କ ଗ୍ରୁପରେ ଫାଟ! ୧୫ ଶିବସେନା ବିଧାୟକଙ୍କୁ Y + ସୁରକ୍ଷା

ମୁମ୍ବାଇ: ଦିନକୁ ଦିନ ଜଟିଳ ହେଉଛି ମହାରାଷ୍ଟ୍ର ରାଜନୀତି। ସିନ୍ଦେ ଓ ଉଦ୍ଧବଙ୍କ ମଧ୍ୟରେ ଚାଲିଛି ଛକପଞ୍ଝା। ଏହାରି ଭିତରେ ବଢ଼ିଛି ବିଦ୍ରୋହୀ ବିଧାୟକଙ୍କ ସୁରକ୍ଷା। ୧୫ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ କେନ୍ଦ୍ର Y + ସୁରକ୍ଷା ଦେଇଛି। CRPF କୁ ବିଧାୟକମାନଙ୍କ ସୁରକ୍ଷା ଦାୟିତ୍ୱ ଦିଆଯାଇଛି। Central government has provided 'Y+' category armed Central Reserve Police Force (CRPF) security cover to 15 rebel Shiv Sena MLAs: Sources […]

uddhav thackeray and eknath shinde

Madhupriya Mistry
  • Published: Sunday, 26 June 2022
  • , Updated: 26 June 2022, 01:11 PM IST

ମୁମ୍ବାଇ: ଦିନକୁ ଦିନ ଜଟିଳ ହେଉଛି ମହାରାଷ୍ଟ୍ର ରାଜନୀତି। ସିନ୍ଦେ ଓ ଉଦ୍ଧବଙ୍କ ମଧ୍ୟରେ ଚାଲିଛି ଛକପଞ୍ଝା। ଏହାରି ଭିତରେ ବଢ଼ିଛି ବିଦ୍ରୋହୀ ବିଧାୟକଙ୍କ ସୁରକ୍ଷା। ୧୫ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ କେନ୍ଦ୍ର Y + ସୁରକ୍ଷା ଦେଇଛି। CRPF କୁ ବିଧାୟକମାନଙ୍କ ସୁରକ୍ଷା ଦାୟିତ୍ୱ ଦିଆଯାଇଛି।

https://twitter.com/ANI/status/1540953239885316096?s=20&t=vh4xlCzXkE5GcmU5T_37ag

ଅନ୍ୟପକ୍ଷରେ ଏକନାଥ ସିନ୍ଦେଙ୍କ ଗ୍ରୁପରେ ଏବେ ଫାଟ ସୃଷ୍ଟି ହେଉଥିବା ଏକ ସୂତ୍ରରୁ ଜଣାପଡିଛି। ସିନ୍ଦେଙ୍କ ଗୋଷ୍ଠୀରେ ଥିବା ବିଧାୟକଙ୍କ ମଧ୍ୟରୁ ୨୦ ଜଣ ବିଦ୍ରୋହୀ ବିଧାୟକ ଉଦ୍ଧବ ଠାକରେଙ୍କ ସହ ଯୋଗାଯୋଗରେ ଅଛନ୍ତି। ଏହି ବିଧାୟକଙ୍କ ମଧ୍ୟରୁ କେତେକ ବିଜେପି ସହ ମିଶ୍ରଣକୁ ବିରୋଧ କରୁଥିବା ସୂଚନା ମିଳିଛି।

ସେପଟେ ମହାରାଷ୍ଟ୍ର ବିଧାନସଭା ସଚିବାଳୟ ସିନ୍ଦେଙ୍କ ସମେତ ୧୬ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ 'ସମନ' ଜାରି କରିଛନ୍ତି। ଜୁନ୍ ୨୭ ତାରିଖ ସନ୍ଧ୍ୟା ସୁଦ୍ଧା ସେମାନଙ୍କଠାରୁ ଲିଖିତ ଉତ୍ତର ମାଗିଛନ୍ତି। ଦଳର ଜାତୀୟ କାର୍ଯ୍ୟନିର୍ବାହୀ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଦ୍ଧବ ଠାକରେଙ୍କୁ ଅନୁମତି ଦେଇଛନ୍ତି।

ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ଆଜି ବୈଠକ ଡକାଇଛନ୍ତି ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେ । ଆଜି ମଧ୍ୟାହ୍ଣରେ ଗୌହ୍ୱାଟୀରେ ବିଦ୍ରୋହୀ ବିଧାୟକମାନଙ୍କ ବୈଠକ ଅନୁଷ୍ଠିତ ହେବ।

ଗତକାଲି ରାତିରେ ଏକନାଥ ସିନ୍ଦେ ଏବଂ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ଗୁଜରାଟରେ ମଧ୍ୟରେ ସାକ୍ଷାତ ହୋଇଥିବା ଖବର ପ୍ରକାଶ ପାଇଥିଲା। ଏହା ପରେ ଏକନାଥଙ୍କ ବୈଠକ ଡାକିବା ବିଜେପି ଏବଂ ବିଦ୍ରୋହୀ ବିଧାୟକ ଯୋଗାଯୋଗରେ ଥିବା ସ୍ପଷ୍ଟ ହୋଇଛି। ଏକନାଥ ସିନ୍ଦେ ଶିବ ସୈନିକଙ୍କ ଉଦେଶ୍ୟରେ ଟୁଇଟ କରି କହିଛନ୍ତି, 'ଏମଭିଏର କୁମ୍ଭୀର ମୁହଁରୁ ଶିବସେନାକୁ ଉଦ୍ଧାର ପାଇଁ ସେ ଯୁଦ୍ଧ କରୁଛନ୍ତି। ଏହି ଯୁଦ୍ଧ ଶିବ ସୈନିକମାନଙ୍କ ଭଲ ପାଇଁ କରାଯାଉଛି।'

Related story