ଅତର କମ୍ପାନୀର ବିବାଦୀୟ ବିଜ୍ଞାପନକୁ ହଟାଇବାକୁ ୟୁ-ଟ୍ୟୁବ, ଟ୍ୱିଟରକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆପତ୍ତିଜନକ ବିଜ୍ଞାପନ କରି ବିବାଦ ଘେରକୁ ଆସିଥିବା ଏକ ଅତର କମ୍ପାନୀ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ। ଏହି ବାବାଦୀୟ ଆଡ୍‌କୁ ସୋଶାଲ ମିଡିଆ ୟୁ-ଟ୍ୟୁବ୍‌ ଏବଂ ଟ୍ୱିଟରରୁ ହଟାଇବାକୁ ନିର୍ଦ୍ଦେଶ ହୋଇଛି। ଏନେଇ ୟୁ-ଟ୍ୟୁବ୍‌ ଏବଂ ଟ୍ୱିଟରକୁ ନୋଟିସ୍‌ କରିଛି କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରଣାଳୟ। ଏହି ଅତର କମ୍ପାନୀ ‘ରେପ ସଂକୃତି’କୁ  ପ୍ରୋତ୍ସାହିତ କଲା ଭଳି ବିଜ୍ଞାପନ ପ୍ରକାଶ କରିଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ‘ଶଟ୍‌’ ନାମକ ଏକ ଅତର କମ୍ପାନୀ ପକ୍ଷରୁ ଅଶୋଭନୀୟ […]

iop

iop

Tapas Behera
  • Published: Saturday, 04 June 2022
  • Updated: 04 June 2022, 05:48 PM IST

Sports

Latest News

ନୂଆଦିଲ୍ଲୀ: ଆପତ୍ତିଜନକ ବିଜ୍ଞାପନ କରି ବିବାଦ ଘେରକୁ ଆସିଥିବା ଏକ ଅତର କମ୍ପାନୀ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ। ଏହି ବାବାଦୀୟ ଆଡ୍‌କୁ ସୋଶାଲ ମିଡିଆ ୟୁ-ଟ୍ୟୁବ୍‌ ଏବଂ ଟ୍ୱିଟରରୁ ହଟାଇବାକୁ ନିର୍ଦ୍ଦେଶ ହୋଇଛି। ଏନେଇ ୟୁ-ଟ୍ୟୁବ୍‌ ଏବଂ ଟ୍ୱିଟରକୁ ନୋଟିସ୍‌ କରିଛି କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରଣାଳୟ। ଏହି ଅତର କମ୍ପାନୀ ‘ରେପ ସଂକୃତି’କୁ  ପ୍ରୋତ୍ସାହିତ କଲା ଭଳି ବିଜ୍ଞାପନ ପ୍ରକାଶ କରିଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ‘ଶଟ୍‌’ ନାମକ ଏକ ଅତର କମ୍ପାନୀ ପକ୍ଷରୁ ଅଶୋଭନୀୟ ବିଜ୍ଞାପନ ରିଲିଜ୍‌ କରାଯାଇଥିଲା। ଯେଉଁଥିରେ ବିବାଦୀୟ କଣ୍ଟେଣ୍ଟ ଥିଲା। ଏହାକୁ ନେଇ ଚହଳ ସୃଷ୍ଟି ହେବା ପରେ ମାମଲାକୁ ଗୁରୁତର ସହ ନେଥିଲେ ଦିଲ୍ଲୀ ମହିଳା କମିଶନର ସ୍ୱାତି ମାଲିୱାଲ। ଦିଲ୍ଲୀ ମହିଳା କମିଶନର ସ୍ୱାତି ମାଲିୱାଲ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖିଥିଲେ। ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନକୁ ନେବାକୁ ସେ ଚିଠିରେ ଦର୍ଶାଇ ଥିଲେ । ସେହିପରି ଦିଲ୍ଲୀ ପୁଲିସକୁ ଏକ ନୋଟିସ ଜାରି କରି  ଉକ୍ତ କମ୍ପାନୀ ବିରୋଧରେ ଏତଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ଜୁନ ୯ ତାରିଖ ସୁଦ୍ଧା ଦିଲ୍ଲୀ ପୁଲିସ ଠାରୁ ଜବାବ ତଲବ କରିଛନ୍ତି କମିଶନର। ଏହି ବିଜ୍ଞାପନରେ ଜଣେ ଯୁବକ ଓ ଯୁବତୀ ଦମ୍ପତି ଭାବେ  ଗୋଟିଏ ରୁମରେ ଏକ ବେଡ୍‌ରେ ବସିଛନ୍ତି। ସେହି ରୁମକୁ ଆଉ ୪ ଜଣ ଯୁବକ ପ୍ରବେଶ କରୁଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ‘ଶଟ୍‌ ମାରା ଲଗତା ହେ’ କହୁଛନ୍ତି । ଅର୍ଥାତ ମୁଁ ଗୋଟିଏ ଶଟ ନେବାକୁ ଚାହୁଁଛି। ତେବେ ବେଡରେ ବସିଥିବା ଯୁବକ ଜଣକ ‘ହଁ ମାରା ନା’ ଅର୍ଥାତ ତୁମେ କରିପାରିବ ବୋଲି କହୁଛନ୍ତି। ଏହା ପରେ ପ୍ରଥମ ଯୁବକ ଜଣକ କହୁଛନ୍ତି ‘ଅବ୍‌ ହମାରୀ ବାରି’। ଅର୍ଥାତ ଏବେ ମୋ ପାଳି। ଏହା କହି ଯୁବକ ଜଣକ ସେହି ଯୁବତୀଙ୍କ ପାଖକୁ ଯାଉଛନ୍ତି। ଯେଉଁଥିରେ ଯୁବତୀ ଜଣକ ନିଜକୁ ଅସ୍ୱାଭାବିକ ମନେ କରୁଛନ୍ତି। ଏହା ପରେ ଯୁବକ ଜଣକ ସେଠାରେ ଥିବା ଏକ ବଡି ସ୍ପ୍ରେ ବଟଲକୁ ଉଠାଉଛନ୍ତି।

ଯେଉଁ ବଟଲ ଉପରେ ‘ଶଟ୍‌’ ବୋଲି ଉଲ୍ଲେଖ ରହିଛି। ସମାନ ବ୍ରାଣ୍ଡର ଆଉ ଏକ ବିଜ୍ଞାପନରେ ସମାନ ଢଙ୍ଗରେ ଅଭିନୟ ପ୍ରଦର୍ଶିତ ହୋଇଛି। ଯେଉଁଥିରେ ୪ ଜଣ ଯୁବକ ଏକ ଷ୍ଟୋର ରୁମରେ ଅଛନ୍ତି। ସେଠାରେ ଜଣେ ଯୁବତୀ ଏକା ଅଛନ୍ତି । ପୂର୍ବ ଭଳି ସମାନ ଢଙ୍ଗରେ ୪ ଜଣ ଯୁବକ ଜଣେ ଯୁବତୀଙ୍କୁ ମନ୍ଦ ଉଦ୍ଦଶ୍ୟରେ ନଜର ପକାଉଛନ୍ତି। ସେଥିରେ ସେମାନେ ଆପତ୍ତିଜନକ ଭାଷା ମଧ୍ୟ ବ୍ୟବହାର କରୁଛନ୍ତି। କହୁଛନ୍ତି  ‘ହମ୍‌ ଚାର ଔର ୟେ ଏକ ! ଶଟ୍‌ କୌନ ଲେଗା।’ ଏଭଳି ଶୁଣି ଯୁବତୀ ଜଣକ ଡରି ଯାଉଛନ୍ତି। ପରେ ଜଣେ ଯୁବକ ଷ୍ଟୋର ରୁମ୍‌ରେ ଥିବା ଏକ ସ୍ପ୍ରେ ବଟଲକୁ ଉଠାଉଛନ୍ତି। ଯେଉଁଥିରେ ଶଟ୍‌ ବୋଲି ଉଲ୍ଲେଖ ରହିଛି। ଏହା ପରେ ଯୁବତୀ ଜଣକ ସ୍ୱାଭାବିକ ମନେ କରୁଛନ୍ତି। ଅତର କମ୍ପାନୀର ଏହି ଦି-ଅର୍ଥମୂଳକ ବିଜ୍ଞାପନକୁ ନେଇ ସୋଶାଲ ମିଡିଆରେ ବେଶ ଚର୍ଚ୍ଚା ହୋଇଛି। ଏମିତି ବିଜ୍ଞାପନ ମାଧ୍ୟମରେ ରେପ ସଂସ୍କୃତିକୁ ଉସକାଉଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story