ନୂଆଦିଲ୍ଲୀ: ପରଲୋକରେ ଛତିଶଗଡ଼ ବିଧାନସଭାର ଉପବାଚସ୍ପତି ତଥା ବରିଷ୍ଠ କଂଗ୍ରେସ ବିଧାୟକ ମନୋଜ ସିଂହ ମଣ୍ଡାୱି। ଆଜି ସକାଳୁ ହୃଦ୍ଘାତ ଯୋଗୁ ତାଙ୍କ ଦେହାନ୍ତ ହୋଇଛି। ଏନେଇ ଦଳୀୟ ନେତାମାନେ ସୂଚନା ଦେଇଛନ୍ତି।
ଆଜି ସକାଳେ ହୃଦ୍ଘାତ ହେବା ପରେ ୫୮ ବର୍ଷିୟ ମଣ୍ଡାୱିଙ୍କୁ ଚାରାମା ଗାଁରୁ ଧମତରୀ ସହରରେ ଥିବା ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ କଂଗ୍ରେସ ‘କମ୍ୟୁନିକେସନ୍ ଉଇଙ୍ଗ୍’ର ମୁଖ୍ୟ ସୁଶୀଳ ଆନନ୍ଦ ଶୁକ୍ଳା କହିଛନ୍ତି।
ତିନି ଥର ବିଧାୟକ ହୋଇଥିବା ମଣ୍ଡାୱି ବସ୍ତର ଅଞ୍ଚଳରୁ ଦଳର ପ୍ରମୁଖ ଜନଜାତି ନେତା ଥିଲେ। ୨୦୦୦ରୁ ୨୦୦୩ ପର୍ଯ୍ୟନ୍ତ ଅଜିତ ଯୋଗୀ ନେତୃତ୍ୱାଧୀନ କଂଗ୍ରେସ ସରକାରରେ ସେ ରାଜ୍ୟ ଗୃହ ଓ କାରାଗାର ମନ୍ତ୍ରୀ ଥିଲେ।
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମଣ୍ଡାୱିଙ୍କ ଅକାଳ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି। ଟ୍ୱିଟ୍ କରି ଏହା ବେଶ୍ ଦୁଃଖଦ ଖବର କହିବା ସହ ତାଙ୍କ ପରିବାର ପ୍ରତି ଓ ସମବେଦନା ଜଣାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Science & Environment
ମହାକାଶରେ ହେବ ଗ୍ରହମାନଙ୍କ ପରେଡ୍, ୧୮ରେ ଦୃଶ୍ୟମାନ
ଜାନୁଆରୀ ମାସ ସାରା ସୂର୍ଯ୍ୟାସ୍ତ ପରେ ଚାରୋଟି ଗ୍ରହ ଖାଲି ଆଖିରେ ଦେଖିହେବ। ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଜକୁ ଗତି କରି କ୍ରମାନ୍ୱୟରେ ଅସ୍ତ ହେବେ।
National
ପୁଣି ସାମ୍ବାଦିକଙ୍କୁ ଟାର୍ଗେଟ୍, ପରିବାରକୁ କୁରାଢ଼ିରେ ହାଣି ଦେଲେ
ସାମ୍ବାଦିକଙ୍କ ବାପା-ମା' ଓ ଭାଇକୁ କୁରାଢ଼ିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।
National
ଦିଲ୍ଲୀ ଦଖଲ କସରତ୍: ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି
ଦିଲ୍ଲୀରେ ଆସନ୍ତା ଫେବ୍ରୁଆରୀ ୫ରେ ଭୋଟିଂ ହେବ। ୮ ତାରିଖରେ ଫଳାଫଳ ଆସିବ।
National
ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ବିଧାୟକ
ଗୁରୁପ୍ରୀତଙ୍କ ମୁଣ୍ଡରେ ଗୁଳି ବାଜିଛି। ତେବେ କାହିଁକି ଗୁଳି ଫୁଟାଇଲେ ତାହା ଅସ୍ପଷ୍ଟ ରହିଛି।
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।