ପରବର୍ତ୍ତୀ ଉତ୍ତରାଧିକାରୀ ବାଛ, ପ୍ରଧାନବିଚାରପତିଙ୍କୁ ଜଣାଇଲେ ସରକାର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କିଏ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି। ସେନେଇ ଉତ୍ତରାଧିକାରୀ ଚୟନ କରିବାକୁ ବର୍ତ୍ତମାନ ଥିବା ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ୍‌ଙ୍କୁ କେନ୍ଦ୍ର ସରକାର ଜଣାଇଥିବା ବିଶେଷସୂତ୍ରରୁ ସୂଚନା ମିଳିଛି। ଜଷ୍ଟିସ ୟୁୟୁ ଲଳିତ୍‌ ନଭେମ୍ବର ୮ରେ ଅବସର ନେବେ। ନିୟମ ଅନୁଯାୟୀ ପ୍ରଧାନ ବିଚାରପତି ପଦଲାଗି ବରିଷ୍ଠତା ଭିତ୍ତିରେ ଚୟନ ହୋଇଥାଏ। ଯଦି ପ୍ରଚଳିତ ନିୟମକୁ ଅନୁସରଣ କରାଯାଏ ତେବେ ଜଷ୍ଟିସ ୟୁୟୁ ଲଳିତ୍‌ଙ୍କ ପରେ ବରିଷ୍ଠତା ଭିତ୍ତିରେ ଜଷ୍ଟିସ ଚନ୍ଦ୍ରଚୂଡ଼ ଦେଶର […]

justice-uu-lalit

justice-uu-lalit

Tapas Behera
  • Published: Friday, 07 October 2022
  • Updated: 07 October 2022, 11:10 AM IST

Sports

Latest News

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କିଏ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି। ସେନେଇ ଉତ୍ତରାଧିକାରୀ ଚୟନ କରିବାକୁ ବର୍ତ୍ତମାନ ଥିବା ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ୍‌ଙ୍କୁ କେନ୍ଦ୍ର ସରକାର ଜଣାଇଥିବା ବିଶେଷସୂତ୍ରରୁ ସୂଚନା ମିଳିଛି। ଜଷ୍ଟିସ ୟୁୟୁ ଲଳିତ୍‌ ନଭେମ୍ବର ୮ରେ ଅବସର ନେବେ। ନିୟମ ଅନୁଯାୟୀ ପ୍ରଧାନ ବିଚାରପତି ପଦଲାଗି ବରିଷ୍ଠତା ଭିତ୍ତିରେ ଚୟନ ହୋଇଥାଏ।

ଯଦି ପ୍ରଚଳିତ ନିୟମକୁ ଅନୁସରଣ କରାଯାଏ ତେବେ ଜଷ୍ଟିସ ୟୁୟୁ ଲଳିତ୍‌ଙ୍କ ପରେ ବରିଷ୍ଠତା ଭିତ୍ତିରେ ଜଷ୍ଟିସ ଚନ୍ଦ୍ରଚୂଡ଼ ଦେଶର ୫୦ତମ ପ୍ରଧାନ ବିଚାରପତି ହେବାରେ ଯୋଗ୍ୟ ବିବେଚିତ ହୋଇପାରନ୍ତି। ବରିଷ୍ଠତା ଭିତ୍ତିରେ ଜଷ୍ଟିସ ଲଲିତଙ୍କ ତଳେ ଅଛନ୍ତି ଜଷ୍ଟିସ ଡିୱାଇ ଇ.ଚନ୍ଦ୍ରଚୂଡ଼ । ଏଣୁ ଜଷ୍ଟିସ ଲଲିତଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେ ଦେଶର ପ୍ରଧାନ ବିଚାରପତି ହୋଇପାରନ୍ତି ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି। ଗତ ଅଗଷ୍ଟ ୨୭ ତାରିଖରେ  ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ବିଚାରପତି ଉଦୟ ଉମେଶ ଲଳିତ ଶପଥ ଗ୍ରହଣ କରିଥିଲେ। ବିଚାରପତି ଲଳିତଙ୍କ ୭୪ ଦିନ କାର୍ଯ୍ୟକାଳ ନଭେମ୍ବର ୮ରେ ଶେଷ ହେଉଛି। ବିଚାରପତି ଲଳିତ ହେଉଛନ୍ତି ବାର୍‌ରୁ ସିଧାସଳଖ ସୁପ୍ରିମ୍‌ କୋର୍ଟର ବିଚାରପତି ହୋଇଥିବା ଭାରତର ଦ୍ୱିତୀୟ ପ୍ରଧାନ ବିଚାରପତି। ଏଭଳି ଭାରତର ପ୍ରଥମ ପ୍ରଧାନ ବିଚାରପତି ହୋଇଥିବା ବିଚାରପତି ‌ହେଉଛନ୍ତି ଏସ୍‌. ଏମ୍‌. ସିକ୍ରି। ୧୯୭୧ ମସିହା ଜାନୁଆରି ମାସରେ ସେ ଦେଶର ୧୩ଶ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।

୨୦୧୪ ଅଗଷ୍ଟ ୧୩ରେ ସୁପ୍ରିମ୍‌ କୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇବା ଆଗରୁ ବିଚାରପତି ଲଳିତ ସୁପ୍ରିମ୍‌ କୋର୍ଟର ବରିଷ୍ଠ ଆଡ୍‌ଭୋକେଟ୍‌ ଥିଲେ। ତାଙ୍କର ପିତା ବିଚାରପତି ୟୁ. ଆର୍‌. ଲଳିତ ଥିଲେ ଜଣେ ବରିଷ୍ଠ ଆଡ୍‌ଭୋକେଟ୍‌ ତଥା ବମ୍ବେ ହାଇକୋର୍ଟର ଜଣେ ଅତିରିକ୍ତ ବିଚାରପତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos