ଭିଏତନାମ୍ ସୀମାରେ ଚୀନର ମିଜାଇଲ ବେସ୍!

ନୂଆଦିଲ୍ଲୀ: ଭାରତ-ଭିଏତନାମ୍ ଘନିଷ୍ଠତା ବଢିବା ଦେଖି ବିବ୍ରତ ହୋଇପଡିଛି କି ଚୀନ୍? ଭିଏତନାମ ସୀମା ନିକଟରେ ଚୀନ୍ ନିଜର ଏକ ସର୍ଫେସ୍-ଟୁ-ଏୟାର୍ ମିଜାଇଲ୍ ବେସ୍ ସ୍ଥାପନ କରିଥିବା ଆଶଙ୍କା କରାଯାଉଛି।  ଏହି କ୍ଷେପଣାସ୍ତ୍ର ଘାଟିର ସାଟେଲାଇଟ୍ ଇମେଜ୍ ସାଉଥ ଚାଇନା ସି ନିଉଜ୍ ନାମକ ଏକ ସଂସ୍ଥା ଟୁଇଟ୍ କରିବା ପରେ, ଚୀନର ଉଦ୍ଦେଶ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭିଏତନାମ ସୀମା ଠାରୁ ମାତ୍ର ୨୦ କିଲୋମିଟର ଦୂର ଗୁଆନଝି ପ୍ରଦେଶରେ ଏହି ମିଜାଇଲ୍ ବେସ୍ […]

china

china

Madhupriya Mistry
  • Published: Sunday, 07 February 2021
  • Updated: 07 February 2021, 08:37 AM IST

Sports

Latest News

ନୂଆଦିଲ୍ଲୀ: ଭାରତ-ଭିଏତନାମ୍ ଘନିଷ୍ଠତା ବଢିବା ଦେଖି ବିବ୍ରତ ହୋଇପଡିଛି କି ଚୀନ୍? ଭିଏତନାମ ସୀମା ନିକଟରେ ଚୀନ୍ ନିଜର ଏକ ସର୍ଫେସ୍-ଟୁ-ଏୟାର୍ ମିଜାଇଲ୍ ବେସ୍ ସ୍ଥାପନ କରିଥିବା ଆଶଙ୍କା କରାଯାଉଛି।  ଏହି କ୍ଷେପଣାସ୍ତ୍ର ଘାଟିର ସାଟେଲାଇଟ୍ ଇମେଜ୍ ସାଉଥ ଚାଇନା ସି ନିଉଜ୍ ନାମକ ଏକ ସଂସ୍ଥା ଟୁଇଟ୍ କରିବା ପରେ, ଚୀନର ଉଦ୍ଦେଶ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଭିଏତନାମ ସୀମା ଠାରୁ ମାତ୍ର ୨୦ କିଲୋମିଟର ଦୂର ଗୁଆନଝି ପ୍ରଦେଶରେ ଏହି ମିଜାଇଲ୍ ବେସ୍ ତିଆରି ହୋଇଛି।  ଏହାଠାରୁ ଅଳ୍ପ ଦୂରରେ ଏକ ହେଲିକପ୍ଟର ବେସ୍ ମଧ୍ୟ ତିଆରି ହୋଇଥିବା ଦେଖିବାକୁ ମିଳିଛି।  ସାଟେଲାଇଟ ଫଟୋରେ ରାଡାର୍, ୬ଟି ଲଞ୍ଚର୍ ଏବଂ ଗୋଟିଏ ମିଲିଟାରୀ ରନୱେ ଦେଖିବାକୁ ମିଳୁଛି । ସାଟେଲାଇଟ ଫଟୋ ସାମ୍ନାକୁ ଆସିବା ପରେ, ଏସବୁର ସତ୍ୟାସତ୍ୟ ଯାଞ୍ଚ କରାଯିବ ବୋଲି କହିଛନ୍ତି ଭିଏତନାମ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର।

ସେପଟେ ଭାରତ ସହ ଘନିଷ୍ଠତା ବଢାଉଥିବାରୁ ଭିଏତନାମକୁ ଡରାଇବାକୁ ଚୀନ୍ ଏଭଳି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି।  ଭିଏତନାମ ଭାରତ ଠାରୁ ସୁପର୍ସୋନିକ ବ୍ରହ୍ମୋସ୍ ମିଜାଇଲ୍ କିଣିବା ପାଇଁ ପ୍ରସ୍ତାବ ଦେଇଛି, ଯାହାକୁ ଭାରତ ପକ୍ଷରୁ ଏଯାଏଁ ସବୁଜ ସଂକେତ ଦିଆଯାଇ ନାହିଁ । ଭାରତ ଠାରୁ ଭିଏତନାମ୍ ୧୨ଟି ହାଇସ୍ପିଡ୍ ପାଟ୍ରୋଲ୍ ସିପ୍ ମଧ୍ୟ କିଣୁଛି।  ତେଣୁ ଏସବୁ ଚୀନକୁ ଅସହ୍ୟ ହେଉଥିବା ଆଶଙ୍କା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos