ଶେଷରେ ଫିଙ୍ଗର ୪ ଖାଲି କଲା ଚାଇନା

ନୂଆଦିଲ୍ଲୀ: ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦର ଉତ୍ତର କୂଳରେ ଥିବା ପିଙ୍ଗର ୪ରୁ ଶେଷରେ ସଂପୂର୍ଣ୍ଣ ଭାବେ ସେନା ପ୍ରତ୍ୟାହାର କରିଛି ଚାଇନା। ଏହି ଅଞ୍ଚଳକୁ ଚାଇନା ଦୀର୍ଘ ମାସ ହେଲା କବଜା କରି ରଖିଥିଲା। ତେବେ ନିକଟରେ ଭାରତ ଓ ଚାଇନା ମଧ୍ୟରେ ଡିଏନଗେଜମେଣ୍ଟ ପାଇଁ ବୈଠକ ହୋଇଥିଲା। ବୈଠକର ବୁଝାମଣା ଅନୁଯାୟୀ, ଚାଇନା ଫିଙ୍ଗର ୪ରୁ ପଛକୁ ହଟିଛି। ଜଣେ ସୁରକ୍ଷାକର୍ମୀ ନିଜ ନାଁ ଗୋପନ ରଖି କହିଛନ୍ତି, ଫିଙ୍ଗର ୪ର ସ୍ଥିତି ସଂପୂର୍ଣ୍ଣ […]

china

Hemant Lenka
  • Published: Monday, 15 February 2021
  • , Updated: 15 February 2021, 08:51 PM IST

ନୂଆଦିଲ୍ଲୀ: ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦର ଉତ୍ତର କୂଳରେ ଥିବା ପିଙ୍ଗର ୪ରୁ ଶେଷରେ ସଂପୂର୍ଣ୍ଣ ଭାବେ ସେନା ପ୍ରତ୍ୟାହାର କରିଛି ଚାଇନା। ଏହି ଅଞ୍ଚଳକୁ ଚାଇନା ଦୀର୍ଘ ମାସ ହେଲା କବଜା କରି ରଖିଥିଲା। ତେବେ ନିକଟରେ ଭାରତ ଓ ଚାଇନା ମଧ୍ୟରେ ଡିଏନଗେଜମେଣ୍ଟ ପାଇଁ ବୈଠକ ହୋଇଥିଲା। ବୈଠକର ବୁଝାମଣା ଅନୁଯାୟୀ, ଚାଇନା ଫିଙ୍ଗର ୪ରୁ ପଛକୁ ହଟିଛି।

ଜଣେ ସୁରକ୍ଷାକର୍ମୀ ନିଜ ନାଁ ଗୋପନ ରଖି କହିଛନ୍ତି, ଫିଙ୍ଗର ୪ର ସ୍ଥିତି ସଂପୂର୍ଣ୍ଣ ବଦଳି ଯାଇଛି। ଚାଇନିଜ୍‌ ସେନା ବୁଝାମଣା ଅନୁଯାୟୀ ପଛକୁ ହଟି ଯାଇଛନ୍ତି। ସେହିପରି ଫିଙ୍ଗର ୫ରୁ ୮ ମଧ୍ୟରେ ଚାଇନା ନିର୍ମାଣ କରିଥିବା ଏକାଧିକ ନିର୍ମାଣ କାମ ଓ ଟେଣ୍ଟକୁ ମଧ୍ୟ ହଟାଇ ଦେଇଛି।

ବିବାଦ ସମୟରେ ଚାଇନା ଅତିରିକ୍ତ ଡଙ୍ଗା ମୁତୟନ କରିଥିଲା। ଏଥିପାଇଁ ଛୋଟ ମାଟିର ଘର ବି ନିର୍ମାଣ କରାଯାଇଥିଲା। ସେଗୁଡ଼ିକ ମଧ୍ୟ ଚାଇନା ହଟାଇ ଦେଇଛି। ଏହି ମାଟିର ଘରକୁ ପ୍ରଥମେ ଫିଙ୍ଗର ୫ରୁ ୬ ଭିତରେ ତିଆରି ହୋଇଥିଲା। ବିବାଦ ବଢ଼ିବାରୁ ଏହାକୁ ଫିଙ୍ଗର ୮ ଯାଏ ବୃଦ୍ଧି କରାଯାଇଥିଲା ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ଭାରତୀୟ ସେନା ମଧ୍ୟ ବୁଝାମଣା ଅନୁଯାୟୀ ପଛକୁ ହଟିଛି।

ଲଦାଖର ପ୍ରକୃତ ନିୟମନ୍ତ୍ରଣ ରେଖା(ଏଲଏସି) ନିକଟରେ ପାଙ୍ଗୋଙ୍ଗ ହ୍ରଦ ରହିଛି। ଏହା ୮ଟି ଫିଙ୍ଗରେ ବିଭକ୍ତ। ଫିଙ୍ଗର ୮ ଯାଏ ଭାରତର ସୀମା ରହିଛି।

ବୁଝାମଣା ଅନୁଯାୟୀ, ପ୍ରଥମ ଦଫାରେ ଭାରତୀୟ ଟ୍ୟାଙ୍କ ଗୁଡ଼ିକ ନୟୋମା ଓ ଏହାର ଆଖପାଖ ଅଞ୍ଚଳକୁ ଫେରିଥିଲା। ସେହିପରି ଚାଇନା ତା’ର ଟ୍ୟାଙ୍କ ଗୁଡ଼ିକୁ ସିରିଜପ ଓ ମୋଲଡୋ ଗାରିସନର ପଛକୁ ନେଇଥିଲା। ଫରୱାର୍ଡ ପୋଜିସନରେ ଥିବା ଟ୍ୟାଙ୍କ ଓ ଯୁଦ୍ଧ ଗାଡ଼ିଗୁଡ଼ିକ ବୁଧବାର ଠାରୁ ପଛକୁ ହଟିବା ଆରମ୍ଭ କରିଥିଲେ।

ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ପାର୍ଶ୍ୱରେ ଥିବା ରେଜାଙ୍ଗ ଲା ଓ ରେଚେନ ଲାକୁ ଭାରତୀୟ ସେନା ଅଗଷ୍ଟରେ କବଜା କରିଥିଲା। ଏବେ ବୁଝାମଣା ଅନୁଯାୟୀ ଭାରତୀୟ ସେନା ଏହି ସ୍ଥାନରୁ ମଧ୍ୟ ସେନା ପ୍ରତ୍ୟାହାର କରିବେ।

ଭାରତୀୟ ସେନା ଫିଙ୍ଗର ୨ ଓ ୩ ମଧ୍ୟରେ ଥିବା ଧାନ ସିଂହ ଥାପ୍ପା ପୋଷ୍ଟକୁ ଫେରିବେ। ସେହିପରି ଚାଇନା ସେନା ଫିଙ୍ଗର ୮ର ପୂର୍ବ ଦିଗକୁ ଯିବେ। ଚାଇନା ପାଙ୍ଗୋଙ୍ଗ ହ୍ରଦର ନର୍ଥ ବ୍ଲକରେ ଯବାନ ମୁତୟନ କରିବ ଓ ଭାରତ ଫିଙ୍ଗର ୩ ନିକଟରେ ଥିବା ସ୍ଥାୟୀ ବେସ୍‌ରେ ସୈନ୍ୟ ରଖିବ।

Related story