୮ ବର୍ଷର ଝିଅ ସହ ଅମାନବୀୟକାଣ୍ଡ

ପାଟନା: ଜଣେ ୮ ବର୍ଷର ଝିଅ ସହ ଅମାନବୀୟକାଣ୍ଡ ଘଟିଛି। ବାଟରେ ଆସୁଥିବା ବେଳେ ଜଣେ ତାଙ୍କୁ ଅଟକାଇ ୮ ଥର ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବିହାରର ଗୋପାଳ ଗଞ୍ଜ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଗତ ଡିସେମ୍ବର ୧୯ରେ  ଏହି ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ ନାବାଳିକା ଜଣକ ନିଜ ଦୁଇ ବାନ୍ଧବୀଙ୍କ ସହ ସ୍କୁଲରୁ  ଘରକୁ ଫେରୁଥିଲେ। ବାଟରେ ଛୁରୀ ଧରି […]

Stop Rape

Tapas Behera
  • Published: Thursday, 23 December 2021
  • , Updated: 23 December 2021, 02:12 PM IST

ପାଟନା: ଜଣେ ୮ ବର୍ଷର ଝିଅ ସହ ଅମାନବୀୟକାଣ୍ଡ ଘଟିଛି। ବାଟରେ ଆସୁଥିବା ବେଳେ ଜଣେ ତାଙ୍କୁ ଅଟକାଇ ୮ ଥର ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବିହାରର ଗୋପାଳ ଗଞ୍ଜ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଗତ ଡିସେମ୍ବର ୧୯ରେ  ଏହି ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ ନାବାଳିକା ଜଣକ ନିଜ ଦୁଇ ବାନ୍ଧବୀଙ୍କ ସହ ସ୍କୁଲରୁ  ଘରକୁ ଫେରୁଥିଲେ। ବାଟରେ ଛୁରୀ ଧରି ଅଭିଯୁକ୍ତ ଜଣକ ଛକିଥିଲେ।

ସଙ୍ଗେ ସଙ୍ଗେ ଅଭିଯୁକ୍ତ ଜଣକ ଆସି ତାକୁ ଅଟକାଇଥିଲେ। ମାତ୍ର ୮ ସେକେଣ୍ଡରେ ଅଭିଯୁକ୍ତ ଜଣକ ଏକ ଛୁରୀରେ ୮ ଥର ଆକ୍ରମଣ କରିଥିଲେ। ଏହି ଭୟଙ୍କର ଦୃଶ୍ୟ ସିସିଟିଭି ‍ଫୁଟେଜରେ କଏଦ ହୋଇଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେଉଛି। ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ବାରମ୍ବାର ଛୁରୀରେ ଆକ୍ରମଣ କରୁଥିବା ସିସିଟିଟିଭି ଫୁଟେଜରେ ଦେଖିବାକୁ ମିଳୁଛି।

ଏପରିକି ଜଣେ ଯୁବକ ଝିଅଟିକୁ ବଞ୍ଚାଇବା ଉଦ୍ଦେଶ୍ୟରେ ଅଭିଯୁକ୍ତଙ୍କୁ ଟାଣୁଥିବା ଲକ୍ଷ୍ୟ କରାଯାଇଛି। ନାବାଳିକା ଜଣକୁ ସଦର ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ପାଟନା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।  ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।

Related story