'ବୁଲ୍ଲି ବାଈ' ପରେ 'କ୍ଲବ ହାଉସ୍‌ ଡିଲ୍‌' ପାଳି, ବନ୍ଧା ହେଲେ ୩ ଯୁବକ

ମୁମ୍ବାଇ: ଆକ୍ସନ ମୁଡ୍‌ରେ ମୁମ୍ବାଇ ପୁଲିସ। ବୁଲ୍ଲି ବାଈ ଆପ୍‌ ପରେ ଏବେ କ୍ଲବ ହାଉସ୍‌ ଡିଲ୍‌ ଆପ୍‌ ମାମଲାରେ ହୋଇଛି ଗିରଫଦାରୀ। ୩ ଜଣଙ୍କୁ ଗିରଫ କରିଛି ମୁମ୍ବାଇ ସାଇବର ସେଲ୍‌ ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଅକାଶ(୧୯ ବର୍ଷ), ଶନବ କକ୍କର(୨୧ ବର୍ଷ) ଯିଏକି ଜଣେ ବିକମ୍‌ ଛାତ୍ର। ସେହିପରି  ଆଉ ଜଣେ ଅଭିଯୁକ୍ତ ୟଶ୍‌ ପରାଶର(୨୨ ବର୍ଷ)କୁ ମଧ୍ୟ ପୁଲିସ ଗିରଫ କରିଛି। ୟଶ୍‌ ଜଣେ ଆଇନ ଛାତ୍ର ବୋଲି ପୁଲିସ ସୂଚନା […]

Club house Aap

Club house Aap

Madhupriya Mistry
  • Published: Friday, 21 January 2022
  • Updated: 21 January 2022, 12:36 PM IST

Sports

Latest News

ମୁମ୍ବାଇ: ଆକ୍ସନ ମୁଡ୍‌ରେ ମୁମ୍ବାଇ ପୁଲିସ। ବୁଲ୍ଲି ବାଈ ଆପ୍‌ ପରେ ଏବେ କ୍ଲବ ହାଉସ୍‌ ଡିଲ୍‌ ଆପ୍‌ ମାମଲାରେ ହୋଇଛି ଗିରଫଦାରୀ। ୩ ଜଣଙ୍କୁ ଗିରଫ କରିଛି ମୁମ୍ବାଇ ସାଇବର ସେଲ୍‌ ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଅକାଶ(୧୯ ବର୍ଷ), ଶନବ କକ୍କର(୨୧ ବର୍ଷ) ଯିଏକି ଜଣେ ବିକମ୍‌ ଛାତ୍ର। ସେହିପରି  ଆଉ ଜଣେ ଅଭିଯୁକ୍ତ ୟଶ୍‌ ପରାଶର(୨୨ ବର୍ଷ)କୁ ମଧ୍ୟ ପୁଲିସ ଗିରଫ କରିଛି। ୟଶ୍‌ ଜଣେ ଆଇନ ଛାତ୍ର ବୋଲି ପୁଲିସ ସୂଚନା ଦେଇଛି।

କ୍ଲବ ହାଉସ୍‌ ଡିଲ୍‌ ଆପ୍‌ ମାଧ୍ୟମରେ ଏହି ତିନି ଜଣ ଅଭିଯୁକ୍ତ ମହିଳାଙ୍କ ବିରୋଧରେ ଘୃଣା ଭାବ କ୍ରୁରତା ସୃଷ୍ଟି କରୁଥିବା ଅଭିଯୋଗ ରହିଛି। ଦୁଇ ଜଣ ଅଭିଯୁକ୍ତଙ୍କୁ ହରିୟାଣାରୁ ଗିରଫ କରାଯାଇଥିବା ବେଳେ ଜଣକୁ ଫରିଦାବାଦରୁ ଗିରଫ କରାଯାଇଛି। ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ମୁମ୍ବାଇ ପୁଲିସ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଥିଲା।

ପୁଲିସ ସୂଚନା ମୁତାବକ, ଅଭିଯୁକ୍ତ ୟଶ୍‌ ପରାଶର ଏହି କ୍ଲବ ହାଉସ୍‌ ଡିଲ୍‌ ଆପ୍‌ର ମାଷ୍ଟର ମାଇଣ୍ଡ। ସେ ମହିଳାଙ୍କୁ ନେଇ କରାଯାଉଥିବା ଅଶ୍ଳୀଳ ଏବଂ ଘୃଣା ଚାଟର ମୋଡରେଟର୍ ଏବଂ ଷ୍ଟଲ୍କର୍ । ଟ୍ରାଞ୍ଜିଟ୍ ରିମାଣ୍ଡ ପରେ ଏହି ତିନିଜଣଙ୍କୁ ମୁମ୍ବାଇ ଅଣାଯିବ। ଦୁଇ ଦିନ ପୂର୍ବେ ମୁମ୍ବାଇର ରାଜା ଏକାଡେମୀ ମଧ୍ୟ କ୍ଲବହାଉସ ଚାଟ ମାଧ୍ୟମରେ ମୁସଲମାନ ମହିଳାଙ୍କୁ ବଦନାମ କରାଯାଉଥିବା ଅଭିଯୋଗ ଆଣିଥିଲା।

ଦିଲ୍ଲୀ ପୁଲିସ ବୁଧବାର ଦିନ 'କ୍ଲବ ହାଉସ' ଆପକୁ ଏକ ଅଡିଓ ଚାଟ ଗ୍ରୁପର ଆୟୋଜକଙ୍କ ବିଷୟରେ ସୂଚନା ମାଗିଥିଲା, ଯେଉଁଥିରେ ମୁସଲମାନ ମହିଳାଙ୍କ ବିରୋଧରେ କିଛି ଅଶ୍ଳୀଳ ମନ୍ତବ୍ୟ ଦିଆଯାଇଛି। ଦିଲ୍ଲୀ ପୁଲିସର 'ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଆଣ୍ଡ ଷ୍ଟ୍ରାଟେଜିକ୍ ଅପରେସନ୍' ୟୁନିଟ୍ ଗୋଟିଏ ଦିନ ପୂର୍ବରୁ ଏହି ମାମଲାରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି। ଏହି ୟୁନିଟ୍ ସ୍ପେଶାଲ୍ ସେଲ୍‌ର ତତ୍ତ୍ୱାବଧାନରେ କାମ କରେ। ଏହାପୂର୍ବରୁ ଶତାଧିକ ମୁସଲମାନ ମହିଳାଙ୍କ ଫଟୋ ଅପ୍‌ଲୋଡ୍‌ କରି 'ବୁଲ୍ଲି ବାଈ' ଆପରେ ନିଲାମ ପାଇଁ ରଖାଯାଇଥିଲା। ଯାହାକୁ ନେଇ ଚାରୁଆଡୁ ବିବାଦ ଉଠିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story