ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କୁ କରୋନା

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମିତ ହୋଇଛନ୍ତି ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ। କରୋନାରେ ଆକ୍ରାନ୍ତ ହେବା ପରେ ସେ ସଙ୍ଗରୋଧରେ ରହିଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶକ୍ରମେ ମୁଁ ଘରେ ସଙ୍ଗରୋଧ ହୋଇ ରହିଛି। ସମସ୍ତେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣାକୁ ପାଳନ କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ।” ପଶ୍ଚିମ ତ୍ରିପୁରା ଜିଲ୍ଲାର ସ୍ୱାସ୍ଥ୍ୟ ଅଧିକାରୀ ଡା. […]

Biplab-Kumar

Hemant Lenka
  • Published: Wednesday, 07 April 2021
  • , Updated: 07 April 2021, 04:46 PM IST

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମିତ ହୋଇଛନ୍ତି ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ। କରୋନାରେ ଆକ୍ରାନ୍ତ ହେବା ପରେ ସେ ସଙ୍ଗରୋଧରେ ରହିଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶକ୍ରମେ ମୁଁ ଘରେ ସଙ୍ଗରୋଧ ହୋଇ ରହିଛି। ସମସ୍ତେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣାକୁ ପାଳନ କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ।” ପଶ୍ଚିମ ତ୍ରିପୁରା ଜିଲ୍ଲାର ସ୍ୱାସ୍ଥ୍ୟ ଅଧିକାରୀ ଡା. ସଙ୍ଗୀତା ଚକ୍ରବର୍ତ୍ତୀ କହିଛନ୍ତି ଯେ ବୁଧବାର ମୁଖ୍ୟମନ୍ତ୍ରୀ ବପ୍ଳବଙ୍କ ନମୁନା ସଂଗ୍ରହ କରାଯାଇଥିଲା।


ଆଣ୍ଟିଜେନ୍‌ ଟେଷ୍ଟ ପରେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏବେ ଏହାକୁ ନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନମୁନାର ଆରଟି-ପିସିଆର ଟେଷ୍ଟ କରାଯିବ ବୋଲି ସେ କହିଛନ୍ତି।

ଗତବର୍ଷ ଅଗଷ୍ଟରେ ବିପ୍ଳବ ଦେବଙ୍କ ପରିବାରର ଦୁଇ ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ସୂଚନାଯୋଗ୍ୟ, ଏବେ ଦେଶରେ କରୋନାର ଦ୍ୱିତୀୟ ଲହରୀ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଦୈନିକ ସଂକ୍ରମଣ ଲକ୍ଷେ ୧୫ ହଜାର ମଧ୍ୟ ଅତିକ୍ରମ କରିସାରିଲାଣି। ସଂକ୍ରମଣ ସହ ତାଳ ଦେଇ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ୁଛି।

Related story