ସରକାରଙ୍କ ବଡ଼ ଘୋଷଣା: ଲକଡାଉନ ବେଳେ ଅଟୋ ଡ୍ରାଇଭରଙ୍କୁ ମିଳିବ ୫ ହଜାର ଟଙ୍କା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁ ଦେଶର ରାଜଧାନୀ ଦିଲ୍ଲୀରେ ଲକଡାଉନ ଲାଗୁ କରାଯାଇଛି। ଏଥିଯୋଗୁ ଅଟୋ ଓ ଟ୍ୟାକ୍ସି ଡ୍ରାଇଭରମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଲାଘବ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ଼ ଘୋଷଣା କରିଛନ୍ତି। ସେ ରାଜଧାନୀର ସମସ୍ତ ଅଟୋ ଚାଳକ ଓ ଟ୍ୟାକ୍ସି ଡ୍ରାଇଭରଙ୍କୁ ୫ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି କହିଛନ୍ତି। ସେହିପରି ରାସନ କାର୍ଡଧାରୀଙ୍କୁ ୨ ମାସ ଯାଏ ମାଗଣାରେ […]

Auto

Hemant Lenka
  • Published: Tuesday, 04 May 2021
  • , Updated: 04 May 2021, 02:51 PM IST

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁ ଦେଶର ରାଜଧାନୀ ଦିଲ୍ଲୀରେ ଲକଡାଉନ ଲାଗୁ କରାଯାଇଛି। ଏଥିଯୋଗୁ ଅଟୋ ଓ ଟ୍ୟାକ୍ସି ଡ୍ରାଇଭରମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଲାଘବ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ଼ ଘୋଷଣା କରିଛନ୍ତି।

ସେ ରାଜଧାନୀର ସମସ୍ତ ଅଟୋ ଚାଳକ ଓ ଟ୍ୟାକ୍ସି ଡ୍ରାଇଭରଙ୍କୁ ୫ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି କହିଛନ୍ତି। ସେହିପରି ରାସନ କାର୍ଡଧାରୀଙ୍କୁ ୨ ମାସ ଯାଏ ମାଗଣାରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ। ଏହାଦ୍ୱାରା ୭୨ ଲକ୍ଷ ଲୋକ ଉପକୃତ ହେବେ ବୋଲି କେଜ୍ରିୱାଲ କହିଛନ୍ତି।

ସେ କହିଛନ୍ତି, ୨ ମାସ ଯାଏ ମାଗଣାରେ ସରକାର ଲୋକଙ୍କୁ ରାସନ ଯୋଗାଇ ଦେବେ। ହେଲେ ଏହାର ଅର୍ଥ ନୁହେଁ ଯେ ରାଜଧାନୀରେ ୨ ମାସ ଯାଏ ଲକଡାଉନ ବଳବତ୍ତର ରହିବ। ସଂକ୍ରମଣ ହ୍ରାସ ପାଇବା କ୍ଷଣି ଲକଡାଉନ ହଟାଇ ଦିଆଯିବ। ଏହା କେବଳ ଆର୍ଥିକ ପଛୁଆ ବର୍ଗର ଲୋକମାନେ ଭୋଗୁଥିବା ସମସ୍ୟାକୁ ସାମାନ୍ୟ ଲାଘବ କରିବାକୁ ଗୋଟିଏ ପ୍ରୟାସ।

ଏପରି ଏକ ଆର୍ଥିକ ସମସ୍ୟା ଭିତରେ ଦିଲ୍ଲୀରେ ସମସ୍ତ ଅଟୋ, ଟ୍ୟାକ୍ସି, ଇ-ରିକ୍ସା ଚାଳକଙ୍କୁ ସରକାର ୫ ହଜାର ଟଙ୍କା ଲେଖାଏ ଦେବେ। ଏହା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଏହା ସେମାନଙ୍କ କଷ୍ଟକୁ ସଂପୂର୍ଣ୍ଣ ଲାଘବ କରିପାରିବ ନାହିଁ ସତ କିନ୍ତୁ କିଛି ଆଶ୍ୱସ୍ତ ଦେବ ବୋଲି କେଜ୍ରିୱାଲ କହିଛନ୍ତି।

ଗତ ସପ୍ତାହରେ ଶ୍ରମିକ ଓ ନିର୍ମାଣ କାମରେ ନିୟୋଜିତ ଲୋକଙ୍କୁ ୫ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଦିଆଯାଇଥିଲା। ସେହିପରି ଗତବର୍ଷ ଲକଡାଉନ ବେଳେ ୧.୫୬ ଲକ୍ଷ ଅଟୋ ଡ୍ରାଇଭରଙ୍କୁ କେଜ୍ରିୱାଲ ସରକାର ୫ ହଜାର ଟଙ୍କା ଲେଖାଏ ଦେଇଥିଲେ।

Related story