ଦୁର୍ଗାପୂଜା ନେଇ ଦିଦିଙ୍କ ବଡ଼ ଘୋଷଣା, ପୂଜା କମିଟି ପାଇଁ ୬୦,୦୦୦ ଟଙ୍କା ବୃଦ୍ଧି

କୋଲକାତା: ଦୁର୍ଗାପୂଜା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ଼ ଘୋଷଣା।  ଚଳିତ ବର୍ଷ ରାଜ୍ୟରେ ପୂଜା କମିଟିକୁ  ଆର୍ଥିକ ସହାୟତା ବୃଦ୍ଧିକୁ ଅନୁମୋଦନ କରିଛନ୍ତି ସରକାର। ଏ ବର୍ଷ ରାଜ୍ୟ ସରକାର ୫୦,୦୦ରୁ ୬୦,୦୦୦ ଟଙ୍କା  ବୃଦ୍ଧି କରିଛନ୍ତି । ପୂର୍ବ ବର୍ଷ ପୂଜା କମିଟିକୁ ୫୦,୦୦୦ ଟଙ୍କା ଲେଖାଁଏ ଆର୍ଥିକ ସହାୟତା ଦେଇଥିଲେ ସରକାର। ଚଳିତ ବର୍ଷ ପୂଜା କମିଟିକୁ ୬୦,୦୦୦ ଟଙ୍କା ମିଳିବା ନେଇ ମମତା ଘୋଷଣା କରିଛନ୍ତି। ଦୁର୍ଗାପଜା ସାଙ୍ଗଠନିକ କମିଟି […]

Mamata

  • Published: Monday, 22 August 2022
  • , Updated: 22 August 2022, 08:10 PM IST

କୋଲକାତା: ଦୁର୍ଗାପୂଜା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ଼ ଘୋଷଣା।  ଚଳିତ ବର୍ଷ ରାଜ୍ୟରେ ପୂଜା କମିଟିକୁ  ଆର୍ଥିକ ସହାୟତା ବୃଦ୍ଧିକୁ ଅନୁମୋଦନ କରିଛନ୍ତି ସରକାର। ଏ ବର୍ଷ ରାଜ୍ୟ ସରକାର ୫୦,୦୦ରୁ ୬୦,୦୦୦ ଟଙ୍କା  ବୃଦ୍ଧି କରିଛନ୍ତି । ପୂର୍ବ ବର୍ଷ ପୂଜା କମିଟିକୁ ୫୦,୦୦୦ ଟଙ୍କା ଲେଖାଁଏ ଆର୍ଥିକ ସହାୟତା ଦେଇଥିଲେ ସରକାର। ଚଳିତ ବର୍ଷ ପୂଜା କମିଟିକୁ ୬୦,୦୦୦ ଟଙ୍କା ମିଳିବା ନେଇ ମମତା ଘୋଷଣା କରିଛନ୍ତି। ଦୁର୍ଗାପଜା ସାଙ୍ଗଠନିକ କମିଟି ସଦସ୍ୟଙ୍କ ବୈଠକରେ ଆଜି ମମତା ଯୋଗ ଦେଇଥିଲେ । ଏହି ବୈଠକ ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ହୋଇଥିଲା। ଏହି ବୈଠରେ ମମତା  ଦୁର୍ଗାପୂଜା କମିଟି ସଦସ୍ୟଙ୍କ ପାୱାର ତାରିଫ ୬୦ ପ୍ରତିଶତ ଡିସକାଉଣ୍ଟ ଘୋଷଣା କରିଥିଲେ। ସେହିପରି ଦୁର୍ଗାପୂଜା ପାଇଁ  ମମତା ବାନାର୍ଜୀ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ସରକାରୀ ଛୁଟି ଘୋଷଣା କରିଛନ୍ତି।

ଅକ୍ଟୋବର ୮ରେ  କୋଲକାତାର କାର୍ଣ୍ଣିଭାଲରେ ସକରାର ଦୁର୍ଗା ପୂଜା ପାଳନ କରିବା ନେଇ ଘୋଷଣା କରିଥିଲେ। ଚଳିତ ବର୍ଷ ଅକ୍ଟୋବର ୧ରୁ ୫ ପର୍ଯ୍ୟନ୍ତ ଦୁର୍ଗା ପୂଜା ପାଳନ ହେବ। ପଶ୍ଚିମବଙ୍ଗରେ ବେଶ ଧୂମଧାମରେ ପାଳନ ହୁଏ ଦୁର୍ଗାପୂଜା ପର୍ବ ।

ମମତା ସରକାର ଏହି ନିଷ୍ପତ୍ତି ଜରିଆରେ ବଡସ୍ତରରେ ଧାର୍ମିକ ଭାବନା ସହ ଜଡିତ ଜନସାଧାରଣଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରିଛନ୍ତି । ଏହାପୂର୍ବରୁ ଗତବର୍ଷ ମମତା ବାନାର୍ଜୀଙ୍କ ସରକାର ଦୁର୍ଗପୂଜା କମିଟିକୁ ନେଇ ବଡ ଘୋଷଣା କରିଥିଲେ । ସେହିପରି ୨୦୨୦ରେ ମମତା ବାନାର୍ଜୀ ଦୁର୍ଗପୂଜା କମିଟିକୁ ୫୦ ହଜାର କୋଟି ଟଙ୍କା ଅନୁଦାନ ଦେଇଥିଲେ ।

Related story