ଜରୁରୀ ଅବତରଣ କଲା ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର

ଲକ୍ଷ୍ନୌ: ଜରୁରୀ ଅବତରଣ କଲା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର। ଏକ ପକ୍ଷୀ ମାଡ଼ ହୋଇଯିବାରୁ ହେଲିକପ୍ଟରଟିକୁ ଜରୁରୀ ଅବତରଣ କରିବାକୁ ବାଧ୍ୟ ହୋଇଥିଲେ ପାଇଲଟ। ବାରାଣସୀର ବାବାତପୁର ବିମାନବନ୍ଦରରେ ହେଲିକପ୍ଟରଟି ଜରୁରୀ ଅବତରଣ କରିଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ସେ ଏକ ସ୍ୱତନ୍ତ୍ର ବିମାନ ଜରିଆରେ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିବେ। ଯୋଗୀ ଆଦିତ୍ୟନାଥ ଆଜି କୌଣସି ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ବାରାଣସୀ ପହଞ୍ଚିଥିଲେ। ସେଠାରୁ […]

Yogi adityanath-1

Madhupriya Mistry
  • Published: Sunday, 26 June 2022
  • , Updated: 26 June 2022, 11:05 AM IST

ଲକ୍ଷ୍ନୌ: ଜରୁରୀ ଅବତରଣ କଲା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର। ଏକ ପକ୍ଷୀ ମାଡ଼ ହୋଇଯିବାରୁ ହେଲିକପ୍ଟରଟିକୁ ଜରୁରୀ ଅବତରଣ କରିବାକୁ ବାଧ୍ୟ ହୋଇଥିଲେ ପାଇଲଟ। ବାରାଣସୀର ବାବାତପୁର ବିମାନବନ୍ଦରରେ ହେଲିକପ୍ଟରଟି ଜରୁରୀ ଅବତରଣ କରିଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ସେ ଏକ ସ୍ୱତନ୍ତ୍ର ବିମାନ ଜରିଆରେ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିବେ।

ଯୋଗୀ ଆଦିତ୍ୟନାଥ ଆଜି କୌଣସି ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ବାରାଣସୀ ପହଞ୍ଚିଥିଲେ। ସେଠାରୁ ସେ ଲକ୍ଷ୍ନୌ ଅଭିମୁଖେ ଉଡ଼ାଣ ଭରିବା ବେଳେ ପକ୍ଷୀଟିଏ ତାଙ୍କ ହେଲିକପ୍ଟରରେ ପିଟି ହୋଇଯାଇଥିଲା। ଏହା ପରେ ହେଲିକପ୍ଟରରେ ଉପସ୍ଥିତ ସୁରକ୍ଷା କର୍ମୀମାନେ ଏମରଜେନ୍ସି ଲ୍ୟାଣ୍ଡିଂ କରିବାକୁ ପାଇଲଟଙ୍କୁ କହିଥିଲା।

ସୂଚନା ମୁତାବକ, ହେଲିକପ୍ଟରର ଜରୁରୀ ଅବତରଣ ପରେ ଯୋଗୀ ଆଦିତ୍ୟନାଥ ବାରାଣସୀର ସର୍କିଟ ହାଉସରେ କିଛି ସମୟ ରହିଥିଲେ। କୁହାଯାଉଛି ଯେ ସିଏମ୍ ଯୋଗୀ ବର୍ତ୍ତମାନ ଏକ ସ୍ୱତନ୍ତ୍ର ବିମାନ ମାଧ୍ୟମରେ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିବେ। ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ।

Related story