ଛାତ୍ରୀଙ୍କୁ ମହିଳା ଆଇଏଏସ ଅଫିସରଙ୍କ ଅଜବ ଉତ୍ତର, ସରକାର କ’ଣ ଘରେ ଘରେ କଣ୍ଡମ ଦେବେ ?  

ପାଟନା: ବିହାରର ଜଣେ ମହିଳା ଆଇଏଏସ ଅଫିସରଙ୍କ ବିତଣ୍ଡା ଜବାବ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଛୋଟ ପିଲାମାନଙ୍କ ସହ ଆଲୋଚନା ବେଳେ ଆଇଏଏସ ଅଫିସର ଜଣକ ସାମାନ୍ୟତମ ଶାଳୀନତା ଭୁଲିଯାଇଥିଲେ।  ସମ୍ପୃକ୍ତ  ଆଇଏଏସ ଅଫିସରଙ୍କ ଅଜବ ଉତ୍ତରକୁ ନେଇ ସ୍କୁଲ ପିଲାମାନେ ଖପ୍ପା ହୋଇଛନ୍ତି। ଏକ ସ୍କୁଲ କାର୍ଯ୍ୟକ୍ରମରେ  ହାରଜୋତ କୌର ଭମ୍ର ନାମ୍ନୀ ଜଣେ ମହିଳା ଆଇଏଏସଙ୍କ ‘ମାଗଣା କଣ୍ଡମ’  ଯୋଜନା ଉତ୍ତର ଅତ୍ୟନ୍ତ  ଅଶାଳୀନ ଓ ଅସଭ୍ୟ ଥିଲା।  ସୂଚନା ଅନୁଯାୟୀ, ବିହାର […]

bihar

bihar

Tapas Behera
  • Published: Wednesday, 28 September 2022
  • Updated: 28 September 2022, 06:09 PM IST

Sports

Latest News

ପାଟନା: ବିହାରର ଜଣେ ମହିଳା ଆଇଏଏସ ଅଫିସରଙ୍କ ବିତଣ୍ଡା ଜବାବ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଛୋଟ ପିଲାମାନଙ୍କ ସହ ଆଲୋଚନା ବେଳେ ଆଇଏଏସ ଅଫିସର ଜଣକ ସାମାନ୍ୟତମ ଶାଳୀନତା ଭୁଲିଯାଇଥିଲେ।  ସମ୍ପୃକ୍ତ  ଆଇଏଏସ ଅଫିସରଙ୍କ ଅଜବ ଉତ୍ତରକୁ ନେଇ ସ୍କୁଲ ପିଲାମାନେ ଖପ୍ପା ହୋଇଛନ୍ତି। ଏକ ସ୍କୁଲ କାର୍ଯ୍ୟକ୍ରମରେ  ହାରଜୋତ କୌର ଭମ୍ର ନାମ୍ନୀ ଜଣେ ମହିଳା ଆଇଏଏସଙ୍କ ‘ମାଗଣା କଣ୍ଡମ’  ଯୋଜନା ଉତ୍ତର ଅତ୍ୟନ୍ତ  ଅଶାଳୀନ ଓ ଅସଭ୍ୟ ଥିଲା।  ସୂଚନା ଅନୁଯାୟୀ, ବିହାର ମହିଳା ଓ ଶିଶୁ ବିକାଶ ପକ୍ଷରୁ  ‘ସଶକ୍ତ ବେଟୀ, ସମୃଦ୍ଧି ବିହାର’ ଶୀର୍ଷକ ନାମରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା।

ବିଭାଗ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ଥିବା ହାରଜୋତ କୌରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କର୍ମଶାଳାରେ ନବମ ଓ ଦଶମ ଶ୍ରେଣୀର ଝିଅମାନେ ଉପସ୍ଥିତ ଥିଲେ। କର୍ମଶାଳାରେ ଜଣେ ଛାତ୍ରୀ ସାନିଟାରୀ ନାପକିନ୍‌ ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ, ସରକାର ୨୦ରୁ ୩୦ଟଙ୍କାରେ ସାନିଟାରୀ ନାପକିନ ଯୋଗାଇ ଦେବେକି ? ଏହି ପ୍ରଶ୍ନର ଅଜବ ଉତ୍ତର ଦେଇଥିଲେ କୌର। ସେ କହିଥିଲେ କାଲି ତୁମେମାନେ କହିବ ସରକାର ଜିନ୍ସ ଦିଅନ୍ତୁ।  କେହି ମାଗିବେ ସୁନ୍ଦର ଜୋତା ଦିଅନ୍ତୁ।  ପୁଣି ଶେଷରେ କିଏ ସରକାର ପରିବାର ପରିଚଳାନା ସାମଗ୍ରୀ ‘କଣ୍ଡମ’ ଦିଅନ୍ତୁ ମାଗିବେ ।  ଏହାର ଜବାବରେ ପିଲାମାନେ, ଲୋକେ  ସରକାର ବାଛୁଛନ୍ତି। ଲୋକଙ୍କୁ ସୁବିଧା ଯୋଗାଇବା ସରକାରଙ୍କ କାମ ବୋଲି କହିଥିଲେ। ଏହା ପରେ କୌର ପିଲାମାନଙ୍କ ଉପରେ ବିରକ୍ତ ହୋଇଥିଲେ। ।

କହିଥିଲେ ତାହେଲେ ଭୋଟ ଦିଅନି।  ଆପଣ ଭୋଟ ବଦଳରେ ସେବା ନାଁ ଟଙ୍କା ଚାହାନ୍ତି ?  ଯଦି ଇଚ୍ଛା ହେଉଛି ପାକିସ୍ତାନ ଚାଲିଯାଅ ବୋଲି କୌର ଉତ୍ତର ଦେଇଥିଲେ। ସେ ଆହୁରୀ କହଥିଲେ ଯେ, ସବୁ ଜିନିଷ ସରକାର ପାଖରୁ କାହିଁକି ଚାହୁଁଛ। ଏହା ହେଉଛି ଏକ ଭୁଲ ଭାବନା।  ନିଜ ପାଇଁ ନିଜେ କର। ସେହିପରି ସ୍କୁଲରେ ଶୌଚାଳୟ ସମସ୍ୟା କଥା ଉଠାଇଥିଲେ ଛାତ୍ରୀ। ଶୌଚାଳୟ ଅବସ୍ଥା ଶୋଚନୀୟ ଥିବାରୁ ପୁଅ ପିଲାମାନେ ମହିଳା ଟଏଲଟଙ୍କୁ ପଶିଯାଉଥିବା ଛାତ୍ରୀମାନେ ଅଭିଯୋଗ କରିଥିଲେ। ଏହାର ଉତ୍ତରରେ  କୌର କହିଥିଲେ ଯେ, ଆପଣଙ୍କ ଘରେ ଅଲଗା ଶୌଚାଳୟ ତିଆରି କରୁଛନ୍ତି କି ?  କୌରଙ୍କ ଏଭିଳ ବିତଣ୍ଡା ଯୁକ୍ତିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସମ୍ପୃକ୍ତ ଆଇଏଏସ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos