ସୋନିଆ ଗାନ୍ଧି ଓ ରାହୁଲଙ୍କୁ ଇଡିର ସମନ୍‌

ନୂଆଦିଲ୍ଲୀ: ଗାନ୍ଧି ପରିବାର ପାଇଁ ବଢ଼ିଲା ଅଡୁଆ। ଅର୍ଥ ହେରଫେର୍‌ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନୋଟିସ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସୋନିଆଙ୍କ ସହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମଧ୍ୟ ନୋଟିସ ଜାରି କରିଛି ଇଡ। ନ୍ୟାସନାଲ ହେରାଲ୍ଡ ମାମଲାରେ ଉଭୟଙ୍କୁ ଇଡି ସମନ ପଠାଇଛି। ୨୦୧୫ରୁ ବନ୍ଦ ପଡିଥିବା ଏହି ପୁରୁଣା ମାମଲାକୁ ପୁଣି ଥରେ ଖୋଲା ଯାଇଛି। ଏହି ମାମଲାରେ ରାହୁଲ ଓ ସୋନିଆ ତଥା ମା’ ପୁଅଙ୍କୁ ପଚରାଉଚରା […]

Sonia and Rahul

Sonia and Rahul

Madhupriya Mistry
  • Published: Wednesday, 01 June 2022
  • Updated: 01 June 2022, 02:11 PM IST

Sports

Latest News

ନୂଆଦିଲ୍ଲୀ: ଗାନ୍ଧି ପରିବାର ପାଇଁ ବଢ଼ିଲା ଅଡୁଆ। ଅର୍ଥ ହେରଫେର୍‌ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନୋଟିସ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସୋନିଆଙ୍କ ସହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମଧ୍ୟ ନୋଟିସ ଜାରି କରିଛି ଇଡ। ନ୍ୟାସନାଲ ହେରାଲ୍ଡ ମାମଲାରେ ଉଭୟଙ୍କୁ ଇଡି ସମନ ପଠାଇଛି। ୨୦୧୫ରୁ ବନ୍ଦ ପଡିଥିବା ଏହି ପୁରୁଣା ମାମଲାକୁ ପୁଣି ଥରେ ଖୋଲା ଯାଇଛି। ଏହି ମାମଲାରେ ରାହୁଲ ଓ ସୋନିଆ ତଥା ମା' ପୁଅଙ୍କୁ ପଚରାଉଚରା କରିବା ପାଇଁ ଜୁନ୍‌ ୮ ତାରିଖରେ ଇଡି କାର୍ଯ୍ୟକାଳରେ ହାଜର ହେବାକୁ କୁହାଯାଇଛି।

ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭି ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମନି ଲଣ୍ଡରିଂ ମାମଲାରେ ସୋନିଆ ଗାନ୍ଧି ଜୁନ ୮ ତାରିଖରେ ନିଶ୍ଚିତ ରୂପେ ପଚରାଉଚରାରେ ସାମିଲ ହେବେ। ରାହୁଲ ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି। ଯଦି ସେ ୮ ତାରିଖ ସୁଦ୍ଧା ନ ଆସନ୍ତି ତେବେ ଇଡି ଠାରୁ ହାଜର ହେବା ପାଇଁ ଅଧିକ ସମୟ ମଗାଯିବ।

ବିରୋଧୀମାନଙ୍କୁ ଭୟଭୀତ କରିବା ଲାଗି ବିଜେପି ତା’ର ନିୟନ୍ତ୍ରଣାଧୀନ ତଦନ୍ତକାରୀ ଏଜେନ୍‌ସିମାନଙ୍କୁ ବ୍ୟବହାର କରୁଛି। ମମତା ବାନାର୍ଜୀ, ଫାରୁକ୍‌ ଅବ୍ଦୁଲ୍ଲାଙ୍କ ଭଳି ସମସ୍ତ ବିରୋଧୀ ନେତାମାନେ କେନ୍ଦ୍ରୀୟ ଏଜେନ୍‌ସିଗୁଡ଼ିକ ଆକ୍ରମଣର ଶିକାର ହେଉଛନ୍ତି।

୨୦୧୫ରେ ପ୍ରବର୍ତ୍ତନ ନିର୍ଦେଶାଳୟ ‘ନ୍ୟାସ୍‌ନାଲ୍‌ ହେରାଲ୍ଡ’ ମାମଲା ବନ୍ଦ କରିଥିଲା। କିନ୍ତୁ, ସରକାର ଏହି ପଦକ୍ଷେପକୁ ନାପସନ୍ଦ କରି ସମ୍ପୃକ୍ତ ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀଙ୍କୁ ହଟାଇ ଦେଇ ନୂଆ ଅଧିକାରୀଙ୍କୁ ନିଯୁକ୍ତ କରି ମାମାଲକୁ ପୁଣି ଚାଲୁ କଲେ। ମୁଦ୍ରାସ୍ଫିତି ଏବଂ ବଢ଼ି ଚାଲିଥିବା ଅନ୍ୟାନ୍ୟ ସମସ୍ୟା ଉପରେ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ସରକାର ଏଭଳି କରୁଛନ୍ତି ବୋଲି ସାଙ୍ଗ୍‌ୱି କହିଛନ୍ତି।

ସେପଟେ ସୋନିଆ ଓ ରାହୁଲଙ୍କୁ ଇଡି ସମନ ପଠାଇଥିବାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦଳର ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ସାମ୍ବାଦିକ ସମ୍ମିଳନୀରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମୋଦି ସରକାର ପ୍ରତିଶୋଧ ପରାୟଣ ହୋଇ ଅନ୍ଧ ପାଲଟି ଯାଇଥିବା ସେ କହିଛନ୍ତି।

ସେ ଆହୁରି କହିଛନ୍ତି, 'ଅର୍ଥ ହେରଫେର କିମ୍ବା ଟଙ୍କା ବିନିମୟର କୌଣସି ପ୍ରମାଣ ନାହିଁ। ନ୍ୟାସନାଲ ହେରାଲ୍ଡ ମାମଲାରେ କେବଳ ଇକ୍ୱିଟିରେ ରୂପାନ୍ତର ତଥା ଋଣ ଅଛି। ଆମେ ଭୟଭୀତ ହେବୁ ନାହିଁ କି ନଇଁବୁ ନାହିଁ। ଦୃଢ଼ ଭାବରେ ଲଢ଼େଇ କରିବୁ।'

ନ୍ୟାସନାଲ ହେରାଲ୍ଡ ହେଉଛି ୧୯୪୨ ମସିହାର ଏକ ଖବର କାଜଗ। ସେହି ସମୟରେ ବ୍ରିଟିଶ ସରକାର ଏହାକୁ ଦବାଇବା ପାଇଁ କାମ କରୁଥିଲା। ଏବେ ମୋଦି ସରକାର ଇଡିର ସହାୟତା ନେଇ ଏଭଳି କରୁଥିବା ସୂର୍ଯ୍ୟେୱାଲା କହିଛନ୍ତି।

https://twitter.com/ANI/status/1531911995301060608?s=20&t=aTEkbHXnYY2U1NZRnuPQMw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos