ବିଜେପି କିଣିନେବା ଭୟରେ କଂଗ୍ରେସ ନିଜ ବିଧାୟକଙ୍କୁ ଉଠାଇନେଲା

ପାଣାଜୀ: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଭୟ ଘାରିଛି । ଗୋଆ କଂଗ୍ରେସରେ ପାଣି ଗୋଳିଆ ହୋଇଥିବା ବେଳେ ଏଥିରୁ ବିଜେପି କାଳେ ଫାଇଦା ଉଠାଇନେବ ସେଥିପାଇଁ କଂଗ୍ରେସ ସତର୍କ ହୋଇଛି।  ପୁଣି ସଦ୍ୟ ମହାରାଷ୍ଟ୍ର ଘଟଣା କଂଗ୍ରେସକୁ ଅଧିକ ଚିନ୍ତିତ କରିଛି। ଗୋଆରେ କାଳେ ନିଜ ବିଧାୟକଙ୍କୁ ବିଜେପି କିଣିନେବ ସେହି ଭୟରେ କଂଗ୍ରେସ ୫ ଜଣ ଦଳୀୟ ବିଧାୟକଙ୍କୁ ଚେନ୍ନାଇ ସ୍ଥାନାନ୍ତର କରିଛି।  ମିଳିଥିବା ସୂଚନା ଅନୁଯାୟୀ ଏହି ବିଧାୟକମାନେ ହେଲେ ସଙ୍କଳ୍ପ ଆମୋନକର, […]

congress

Tapas Behera
  • Published: Saturday, 16 July 2022
  • , Updated: 16 July 2022, 07:07 PM IST

ପାଣାଜୀ: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଭୟ ଘାରିଛି । ଗୋଆ କଂଗ୍ରେସରେ ପାଣି ଗୋଳିଆ ହୋଇଥିବା ବେଳେ ଏଥିରୁ ବିଜେପି କାଳେ ଫାଇଦା ଉଠାଇନେବ ସେଥିପାଇଁ କଂଗ୍ରେସ ସତର୍କ ହୋଇଛି।  ପୁଣି ସଦ୍ୟ ମହାରାଷ୍ଟ୍ର ଘଟଣା କଂଗ୍ରେସକୁ ଅଧିକ ଚିନ୍ତିତ କରିଛି। ଗୋଆରେ କାଳେ ନିଜ ବିଧାୟକଙ୍କୁ ବିଜେପି କିଣିନେବ ସେହି ଭୟରେ କଂଗ୍ରେସ ୫ ଜଣ ଦଳୀୟ ବିଧାୟକଙ୍କୁ ଚେନ୍ନାଇ ସ୍ଥାନାନ୍ତର କରିଛି।  ମିଳିଥିବା ସୂଚନା ଅନୁଯାୟୀ ଏହି ବିଧାୟକମାନେ ହେଲେ ସଙ୍କଳ୍ପ ଆମୋନକର, ଅଲଟନ୍‌ ଡକୋଷ୍ଟା, କାରଲସ୍‌ ଆଲଭାରିସ୍‌ ,  ରୁଡଲଫ୍‌ ଫର୍ଣ୍ଣାଡିଜ୍‌ ଏବଂ ୟୁରି ଆଲେମୋ।  ସେମାନଙ୍କ ମଧ୍ୟରେ ସଙ୍କଳ୍ପ ଆମୋନକର ଗୋଆର ବିଧାୟକ ଥିବା ବେଳେ ସିଏଲପିର ଡେପୁଟି ଲିଡର ଅଛନ୍ତି। ବିଧାସଭା କାର୍ଯ୍ୟ ସରିବା ପରେ ଶୁକ୍ରବାର ଏହି ବିଧାୟକମାନଙ୍କୁ ଚେନ୍ନାଇ ସ୍ଥାନାନ୍ତର କରାଯାଇଛି। ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ବିଜେପି କୁଆଡ଼େ କଂଗ୍ରେସ ବିଧାକୟଙ୍କୁ  କିଣି ନେବ ସେହି ଭୟରେ କଂଗ୍ରେସ ଏହି ପଦକ୍ଷେପ ନେଇଛି। ଶୁକ୍ରବାର ବିଧାନସଭା ସେଶନ ସରିବା ପରେ ୫ ଜଣ ବିଧାୟକଙ୍କୁ ସିଧା ଚେନ୍ନାଇ ନିଆଯାଇଥିବା  କଂଗ୍ରେସର ଜଣେ ନେତା କହିଛନ୍ତି। ଗତ ଜୁଲାଇ ୧୧ରୁ ଗୋଆରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା। ଯାହା ଗତ ଶୁକ୍ରବାର ଶେଷ ହୋଇଛି। ଏହା ପୂର୍ବରୁ ପୂର୍ବତନ ଗୋଆ କଂଗ୍ରେସ ମୁଖ୍ୟ  ଗିରିଶ ଚୋଦନକର ଏକ ସାଂଘାତିକ ଅଭିଯୋଗ ଆଣିଥିଲେ।

ସେ କହିଛନ୍ତି ଯେ, ଦଳର ବିଧାୟମାନଙ୍କୁ ବିଜେପିରେ ମିଶିବା ପାଇଁ  ୪୦ କୋଟି ଟଙ୍କା ଅଫର ଦିଆଯାଇଛି। ଗୋଆ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଜୋର ଧରିବା ପରେ ଗି଼ରିଶଙ୍କ ଏହି ବୟାନ ଆସିଥିଲା। ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତଙ୍କ ନେତୃତ୍ୱରେ ୬ ଜଣ କଂଗ୍ରେସ ବିଧାୟକ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେବା ପରେ ଗିରିଶ ବିଜେପି ଉପରେ ଲାଞ୍ଚ ଅଭିଯୋଗ ଆଣିଥିଲେ।  ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ମାଇକେଲ ଲୋବୁଙ୍କୁ ମଧ୍ୟ ଅଫର ଦିଆଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା।

ଏସମ୍ପର୍କରେ ମାଇକେଲ ଲୋବୁ  ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ ବିଜେପିରେ ମିଶିବା ନେଇ କୌଣସି ଯୋଜନା ନାହିଁ। କଂଗ୍ରେସ ବିଧାୟକ ତଥା ବିରୋଧୀ ଦଳ ନେତା ମାଇକେଲ ଲୋବୋଙ୍କ ଭୂମିକା ସନ୍ଦେହଜନକ ଥିବାରୁ କଂଗ୍ରେସ ତାଙ୍କୁ ପଦରୁ ବହିଷ୍କାର କରିଛି। ସୂଚନା ଅନୁଯାୟୀ, ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ କଂଗ୍ରେସର ୧୧ ଜଣ ବିଧାୟକ ଅଛନ୍ତି। ବିଜେପିର ୨୦ ଜଣ ବିଧାୟକ ଥିବାବେଳେ ଏଠାରେ ସରକାରଙ୍କୁ ଏମଜିପିର ୨ ଜଣ ବିଧାୟକ ଓ ୩ ଜଣ ସ୍ୱାଧୀନ ବିଧାୟକ ସମର୍ଥନ ଦେଉଛନ୍ତି।

Related story