ଗିରଫ ହୋଇପାରନ୍ତି ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ

ହାଇଦ୍ରାବାଦ: ଗିରଫ ହୋଇପାରନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ। ଏକ ମାନହାନୀ ମାମଲାରେ କୋର୍ଟରେ ଉପସ୍ଥିତ ନରହିବାରୁ ତାଙ୍କ ବିରୋଧରେ ଜାମିନ ବିହୀନ ଓ୍ୱାରେଣ୍ଟ ଜାରି ହୋଇଛି। ୨୦୧୭ରେ ଦିଗବିଜୟ ସିଂହ ଏକ ଖବରକାଗଜରେ ଆଲେଖ୍ୟ ଲେଖିଥିଲେ। ଯେଉଁଥିରେ ଏଆଇଏମଆଇଏମ୍ ପାର୍ଟିର ସାସଂଦ ଅସଦୁଦ୍ଦିନ ଓବେସୀ ଆର୍ଥିକ ଲାଭ ପାଇବା ପାଇଁ ଅନ୍ୟ ରାଜ୍ୟରେ ତାଙ୍କ ଦଳ ନିର୍ବାଚନ ଲଢ଼ୁଛି। ଦିଗବିଜୟ ସିଂହଙ୍କ ଏପରି ଲେଖାକୁ ବିରୋଧ କରି କୋର୍ଟର ଦ୍ୱାରସ୍ଥ […]

digvijay-singh

Subhransu Sekhar
  • Published: Monday, 22 February 2021
  • , Updated: 22 February 2021, 10:41 PM IST

ହାଇଦ୍ରାବାଦ: ଗିରଫ ହୋଇପାରନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ। ଏକ ମାନହାନୀ ମାମଲାରେ କୋର୍ଟରେ ଉପସ୍ଥିତ ନରହିବାରୁ ତାଙ୍କ ବିରୋଧରେ ଜାମିନ ବିହୀନ ଓ୍ୱାରେଣ୍ଟ ଜାରି ହୋଇଛି।

୨୦୧୭ରେ ଦିଗବିଜୟ ସିଂହ ଏକ ଖବରକାଗଜରେ ଆଲେଖ୍ୟ ଲେଖିଥିଲେ। ଯେଉଁଥିରେ ଏଆଇଏମଆଇଏମ୍ ପାର୍ଟିର ସାସଂଦ ଅସଦୁଦ୍ଦିନ ଓବେସୀ ଆର୍ଥିକ ଲାଭ ପାଇବା ପାଇଁ ଅନ୍ୟ ରାଜ୍ୟରେ ତାଙ୍କ ଦଳ ନିର୍ବାଚନ ଲଢ଼ୁଛି। ଦିଗବିଜୟ ସିଂହଙ୍କ ଏପରି ଲେଖାକୁ ବିରୋଧ କରି କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଏଆଇଏମଆଇଏମର ନେତା ଏସ ଏ ହୁସେନ।

ହାଇଦ୍ରାବାଦର ଏକ କୋର୍ଟରେ ହାଜର ହୋଇ ଦିଗି ରାଜାଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ କରିଥିଲେ ହାଇଦ୍ରାବାଦର ଏହି ନେତା। ପରେ ସାଂସଦ ଓ ବିଧାୟକଙ୍କ ପାଇଁ ଗଠିତ ହୋଇଥିବା ଏକ  କୋର୍ଟରେ ଏହି ମାନହାନୀ ମୋକଦ୍ଦମା ଚାଲିଥିଲା। ତେବେ ଆଜି କୋର୍ଟରେ ଦିଗବିଜୟଙ୍କୁ ହାଜର ହେବାକୁ କୁହାଯାଇଥିଲା। ହେଲେ କୋର୍ଟରେ ଦିଗବିଜୟ ହାଜର ହୋଇନଥିଲେ। ଏହାପରେ କୋର୍ଟ ତାଙ୍କ ବିରୋଧରେ ଜାମିନ୍ ବିହୀନ ଗିରଫପରଓ୍ୱାନା ଜାରି କରିଛନ୍ତି।

Related story