କଂଗ୍ରେସକୁ ଘାରିଲା ଘୋଡ଼ା ବେପାର ଭୟ, ସ୍ଥାନାନ୍ତର ହେବେ ବିଧାୟକ !

ନୂଆଦିଲ୍ଲୀ: ଗୁଜରାଟ ଏବଂ ହିମାଚଳ ପ୍ରଦେଶ ପାଇଁ ହୋଇଥିବା ବିଧାନସଭାନ ନିର୍ବାଚନର ଫଳାଫଳ  ଆଜି ପ୍ରକାଶ ପାଇବ। ଏଥିପାଇଁ ଗଣତି ଆରମ୍ଭ ହୋଇଯାଇଥିବା ବେଳେ  ସମଗ୍ର ଦେଶବାସୀଙ୍କ ନଜର ୨ ରାଜ୍ୟ ଉପରେ ରହିଛି। ଏକଜିଟ୍‌ ପୋଲ ଅନଯାୟୀ ଗୁଜରାଟରେ ବିଜେପି ସପ୍ତମ ଥର ପାଇଁ ସୁଇପ କରିବା ଆକଳନ କରାଯାଉ ଥିବା ବେଳେ ହିମାଚଳ ପ୍ରଦେଶରେ ବିଜେପିକୁ ନିରାଶ ହେବାକୁ ପଡ଼ିପାରେ। ହିମାଚଳ ପ୍ରଦେଶରେ କ୍ଷମତା ବିରୋଧୀ ସ୍ୱର ଥିବାରୁ କଂଗ୍ରେସ ଫାଇଦାରେ ରହିପାରେ ବୋଲି […]

priyanka

  • Published: Thursday, 08 December 2022
  • , Updated: 08 December 2022, 08:32 AM IST

ନୂଆଦିଲ୍ଲୀ: ଗୁଜରାଟ ଏବଂ ହିମାଚଳ ପ୍ରଦେଶ ପାଇଁ ହୋଇଥିବା ବିଧାନସଭାନ ନିର୍ବାଚନର ଫଳାଫଳ  ଆଜି ପ୍ରକାଶ ପାଇବ। ଏଥିପାଇଁ ଗଣତି ଆରମ୍ଭ ହୋଇଯାଇଥିବା ବେଳେ  ସମଗ୍ର ଦେଶବାସୀଙ୍କ ନଜର ୨ ରାଜ୍ୟ ଉପରେ ରହିଛି। ଏକଜିଟ୍‌ ପୋଲ ଅନଯାୟୀ ଗୁଜରାଟରେ ବିଜେପି ସପ୍ତମ ଥର ପାଇଁ ସୁଇପ କରିବା ଆକଳନ କରାଯାଉ ଥିବା ବେଳେ ହିମାଚଳ ପ୍ରଦେଶରେ ବିଜେପିକୁ ନିରାଶ ହେବାକୁ ପଡ଼ିପାରେ। ହିମାଚଳ ପ୍ରଦେଶରେ କ୍ଷମତା ବିରୋଧୀ ସ୍ୱର ଥିବାରୁ କଂଗ୍ରେସ ଫାଇଦାରେ ରହିପାରେ ବୋଲି କୁହାଯାଉଛି। ତେବେ ତାପୂର୍ବରୁ କଂଗ୍ରେସକୁ ଘାରିଛି ଘୋଡ଼ା ବେପାର ଭୟ। ବିଜେପି କାଳେ କଂଗ୍ରେସ ବିଧାୟକଙ୍କୁ କିଣିନେବ ତାକୁ ନେଇ ଆଶଙ୍କାରେ ଅଛି କଂଗ୍ରେସ।  ତେଣୁ ବିଜେପିର ଅପରେଶନ ଲୋଟସ ପୂର୍ବରୁ କଂଗ୍ରେସ ତାର ହିମାଚଳପ୍ରଦେଶ ବିଧାୟକଙ୍କୁ ରାଜସ୍ଥାନ ସ୍ଥାନ୍ତାନ୍ତର କରିବା ନେଇ ଯୋଜନା କରୁଛି ।

ଏଥିପାଇଁ  ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏବଂ ବରିଷ୍ଠ ନେତା ଭୁପିନ୍ଦର ସିଂ ହୁଡାଙ୍କୁ ଦାୟିତ୍ୱ  ଦିଆଯାଇଛି। କଂଗ୍ରେସ ବିଧାୟକମାନଙ୍କୁ ଏକ ବସ୍‌ରେ ରାଜସ୍ଥାନ ସ୍ଥାନାନ୍ତର କରିବାକୁ ଯୋଜନା କରିଛି କରିଛି ଦଳ। ଏଆଇସିସି ସାଧାରଣ ସମ୍ପାଦିକା  ପ୍ରିୟଙ୍କା ଗାନ୍ଧି ଭଦ୍ରା ବ୍ୟକ୍ତିଗତ ଭାବେ ପରିସ୍ଥିତି ଉପରେ ନଜର ରଖିଥିବା ସୂଚନା ମିଳିଛି। ଏଥିପାଇଁ ପ୍ରିୟଙ୍କା ଆଜି ସିମଲା ଗସ୍ତ କରିବା ସୂଚନା ମିଳିଛି । ହିମାଚଳ ପ୍ରଦେଶରେ ୬୮ ଆସନରେ ଭୋଟ୍‌ ଗଣତି ହେଉଛି । ସକାଳ ୮ଟାରେ ଭୋଟ୍‌ ଗଣତି ଆରମ୍ଭ ହୋଇଛି । ହିମାଚଳରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଏକ୍‌ଜିଟ୍‌ ପୋଲ୍‌ଗୁଡ଼ିକର ଆକଳନରୁ ଜଣାପଡ଼ିଛି। ହିମାଚଳ ପ୍ରଦେଶରେ ମୋଟ ୬୮ଟି ଆସନ ଥିବାବେଳେ ସରକାର ଗଢିବାକୁ ଅକିକମରେ ୩୫ଟି ଆସନ ଆବଶ୍ୟକ ।

ରିପବ୍ଲିକର ଏକଜିଟ ପୋଲ ରିପୋର୍ଟ ଅନୁସାରେ ହିମାଚଳ ପ୍ରଦେଶରେ ବିଜେପିକୁ ୩୪ର ୩୯ଟି ଓ କଂଗ୍ରେସକୁ ୨୮ରୁ ୩୩ଟି ଆସନ ମିଳିବାର ସମ୍ଭାବନା ରହିଛି । ଇଣ୍ଡିଆ ଟିଭିର ରିପୋର୍ଟ ଅନୁସାରେ ବିଜେପିକୁ ୩୫ରୁ ୪୦ଟି ଓ କଂଗ୍ରେସକୁ ୨୬ରୁ ୨୧ଟି ଆସନ ମିଳିବାର ସମ୍ଭାବନା ରହିଛି । ଆଜକତ୍ ଆକ୍ସିସ ମାଇ ଇଣ୍ଡିଆର ପୂର୍ବାନୁମାନ ଅନୁସାରେ ବିଜେପିକୁ ୨୪ରୁ ୩୪ଟି ଓ କଂଗ୍ରେସକୁ ୩୦ରୁ ୪୦ଟି ଆସନ ମିଳିବା ସମ୍ଭାବନା ରହିଛି ।

Related story