ମହିଳା କାର୍ଡ ଖେଳିଲା କଂଗ୍ରେସ, ମିଳିବ ୪୦% ସଂରକ୍ଷଣ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ମହିଳା କାର୍ଡ ଖେଳିଛି କଂଗ୍ରେସ। ୟୁପି ବିଧାନସଭା ନିର୍ବାଚନରେ କ୍ଷମତାସୀନ ବିଜେପିକୁ ଗାଦିଚ୍ୟୁତ କରିବା ପାଇଁ କଂଗ୍ରେସ ମହିଳାଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରିବ। ଏଥିପାଇଁ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ପକ୍ଷରୁ ଟିକେଟ ପ୍ରଦାନ ବେଳେ ମହିଳାଙ୍କ ପାଇଁ ୪୦% ଆସନ ସଂରକ୍ଷିତ କରାଯିବ। ଆଜି କଂଗ୍ରେସର ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏପରି ଘୋଷଣା କରିଛନ୍ତି। ସେ କହିଛନ୍ତି, […]

Priyanka

Hemant Lenka
  • Published: Tuesday, 19 October 2021
  • , Updated: 19 October 2021, 02:16 PM IST

ନୂଆଦିଲ୍ଲୀ: ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ମହିଳା କାର୍ଡ ଖେଳିଛି କଂଗ୍ରେସ। ୟୁପି ବିଧାନସଭା ନିର୍ବାଚନରେ କ୍ଷମତାସୀନ ବିଜେପିକୁ ଗାଦିଚ୍ୟୁତ କରିବା ପାଇଁ କଂଗ୍ରେସ ମହିଳାଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରିବ। ଏଥିପାଇଁ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ପକ୍ଷରୁ ଟିକେଟ ପ୍ରଦାନ ବେଳେ ମହିଳାଙ୍କ ପାଇଁ ୪୦% ଆସନ ସଂରକ୍ଷିତ କରାଯିବ। ଆଜି କଂଗ୍ରେସର ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏପରି ଘୋଷଣା କରିଛନ୍ତି।

ସେ କହିଛନ୍ତି, ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ମହିଳାମାନେ ପୂର୍ଣ୍ଣମାତ୍ରାରେ ଭାଗନେବେ। ତେଣୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ଦଳ ପକ୍ଷରୁ ମୋଟ ୪୦% ଟିକେଟ ମହିଳାଙ୍କ ପାଇଁ ସଂରକ୍ଷିତ କରି ରଖିବାକୁ ନିଷ୍ପତ୍ତି ହୋଇଛି। କଂଗ୍ରେସ ୟୁପିରେ ଯେତିକି ଆସନରେ ପ୍ରାର୍ଥୀ ଦେବ, ତା’ର ୪୦% ସିଟରେ ମହିଳାମାନେ ଲଢ଼େଇ କରିବେ ବୋଲି ସେ କହିଛନ୍ତି।


ଏଥିସହ ମହିଳାମାନେ ଆଗକୁ ଆସି ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରନ୍ତୁ ବୋଲି ପ୍ରିୟଙ୍କା ନିବେଦନ କରିଛନ୍ତି। ରାଜ୍ୟର ବିକାଶରେ ମହିଳାମାନେ ସାମିଲ ହେଲେ ଏହା ସେମାନଙ୍କ ପରିବାରର ଜୀବନ ଧାରଣା କ୍ଷମତାକୁ ମଧ୍ୟ ବୃଦ୍ଧି କରିପାରିବ ବୋଲି ସେ କହିଛନ୍ତି।

ପ୍ରିୟଙ୍କା ଆହୁରି କହିଛନ୍ତି, ମହିଳାମାନେ ରାଜନୀତିକୁ ଆସନ୍ତୁ। ସେମାନେ ଚାହିଁଲେ ସବୁ କିଛି ପରିବର୍ତ୍ତନ କରିପାରିବେ। ଉନ୍ନାଓ, ହାଥରସ ପୀଡ଼ିତା, ଲକ୍ଷ୍ନୌର ଦଳିତ ବସ୍ତିରେ ଥିବା ମହିଳା, ଲଖିମପୁର ଖେରି ହିଂସାରେ ପ୍ରାଣ ହରାଇଥିବା ସାମ୍ବାଦିକ ରାମ କଶ୍ୟପଙ୍କ ଝିଅଙ୍କ ପାଇଁ କଂଗ୍ରେସ ୟୁପି ନିର୍ବାଚନରେ ମହିଳାଙ୍କ ପାଇଁ ୪୦% ଟିକେଟ ସଂରକ୍ଷିତ ରଖିବାକୁ ନିଷ୍ପତ୍ତି ନେଇଛି।

ମହିଳମାନଙ୍କୁ ସେମାନଙ୍କ ମେରିଟ ଆଧାରରେ ଟିକେଟ ଦିଆଯିବ। ଏହା କେବଳ ଗୋଟିଏ ଆରମ୍ଭ। ଆମେ ଧୀରେଧୀରେ ମହିଳାଙ୍କ ପାଇଁ ଟିକେଟ ପ୍ରଦାନରେ ୫୦% ସିଟ୍‌ ସଂରକ୍ଷଣର ବ୍ୟବସ୍ଥା କରିବୁ ବୋଲି ସେ କହିଛନ୍ତି।

Related story